ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବୃଆରୀ ୧ ତାରିଖ ତଥା ବୁଧବାର ଆର୍ଥିକ ବର୍ଷ ୨୦୨୩-୨୪ ଲାଗି ବଜେଟ ଉପସ୍ଥାପନ କରିଛନ୍ତି । ଏହି ବଜେଟ ଉପସ୍ଥାପନ କରି ସେ ନିଜ ନାମରେ ଏକ ରେକର୍ଡ ସୃଷ୍ଟି କରିଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ଲଗାତାର ୫ମ ଥର ଲାଗି ବଜେଟ ଉପସ୍ଥାପନ କରି ଅନ୍ୟ ପୂର୍ବତନ ଅର୍ଥମନ୍ତ୍ରୀଙ୍କ ତାଲିକାରେ ସାମିଲ ହୋଇଛନ୍ତି, ଯେଉଁମାନେ କି ୫ମ ଥର ଲଗାତାର ଭାବେ ବଜେଟ ଉପସ୍ଥାପନ କରିଛନ୍ତି । ଏହି ତାଲିକାରେ ଡ. ମନମୋହନ ସିଂ, ଦିବଙ୍ଗତ ନେତା ଅରୁଣ ଜେଟଲୀ ଓ ପି ଚିଦାମ୍ବରମ ସାମିଲ ରହିଛନ୍ତି ।
ଦେଶ ସ୍ବାଧୀନ ହେବା ପରେ ଏଯାବତ ପ୍ରାୟ ୨୬ ଜଣ ଅର୍ଥମନ୍ତ୍ରୀ ୯୦ଟି ବଜେଟ ଉପସ୍ଥାପନ କରିଛନ୍ତି । ଯେଉଁଥିରେ ମୋରାରଜି ଦେଶାଈ ସର୍ବାଧିକ ୧୦ଥର ବଜେଟ ଉପସ୍ଥାପନ କରିଛନ୍ତି । ଏହାପରେ ଅର୍ଥମନ୍ତ୍ରୀ ପି ଚିଦାମ୍ବରମ ୯ଥର ଲାଗି ବଜେଟ ଉପସ୍ଥାପନ କରିଥିବା ବେଳେ ସର୍ବାଧିକ ବଜେଟ ଉପସ୍ଥାପନ କରିଥିବା ଅର୍ଥମନ୍ତ୍ରୀଙ୍କ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଏହାପରେ ପ୍ରଣବ ମୁଖାର୍ଜୀଙ୍କ ନାମ ଆସିଥାଏ । ଯିଏକି ୭ଥର ବଜେଟ ଉପସ୍ଥାପନ କରିଛନ୍ତି । ସେ ଅଲଗା ଅଲଗା ମୋଟ ୭ ଥର ବଜେଟ ଉପସ୍ଥାପନ କରିଛନ୍ତି ।
ଏହା ବି ପଢନ୍ତୁ- Union Budget 2023: ଶିଳ୍ପୀଙ୍କୁ ମିଳିବ ସହୟତା, ଲଞ୍ଚ ହେବ PM VIKAS ଯୋଜନା
ସୂଚନା ଥାଉ କି ସର୍ବାଧିକ ବଜେଟ ଉପସ୍ଥାପନ କରିଥିବା ଅର୍ଥମନ୍ତ୍ରୀଙ୍କ ତାଲିକାରେ ଅର୍ଥମନ୍ତ୍ରୀ ନିର୍ମାଳ ସୀତାରମଣ ସପ୍ତମ ସ୍ଥାନରେ ରହିଛନ୍ତି । ସେ ଲଗାତାର ୫ମ ଥର ଲାଗି ବଜେଟ ଉପସ୍ଥାପନ କରିଛନ୍ତି । ଅନ୍ୟ ଅର୍ଥମନ୍ତ୍ରୀଙ୍କ ତାଲିକାରେ ସିଡି ଦେଶମୁଖ ୭ଥର, ଯଶବନ୍ତ ସିହ୍ନା ୬ଥର, ଡ. ମନମୋହନ ସିଂ ୬ଥର, ୱାଇଭି ଚୌହାନ ୫ଥର, ଟିଟି କ୍ରୀଷ୍ଣାମାଚାରୀ ୫ଥର, ଅରୁଣ ଜେଟଲୀ ୫ଥର ବଜେଟ ଉପସ୍ଥାପନ କରିଛନ୍ତି । ସଂସଦରେ ବଜେଟ ଉପସ୍ଥାପନ କରୁଥିବା ଏପରି ଅର୍ଥମନ୍ତ୍ରୀ ରହିଛନ୍ତି ଯିଏକି ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ମଧ୍ୟ ହୋଇଛନ୍ତି । ସେପଟେ ପ୍ରଣବ ମୁଖାର୍ଜୀ ଅର୍ଥମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବା ପରେ ଦେଶର ରାଷ୍ଟ୍ରପତି ହୋଇଥିଲେ ।
ଏହା ବି ପଢନ୍ତୁ- Budget 2023: ଆୟକରଠୁ ଆବାସ ଯାଏଁ, ଜାଣନ୍ତୁ କାହାକୁ ମିଳିଲା କେତେ ?
ବୁଧବାର ପୂର୍ବାହ୍ନ ୧୧ଟାରେ ଅର୍ତମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ ୨୦୨୩ ମଧ୍ୟ ପେପରଲେସ ରହିଥିଲା । ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅର୍ଥମନ୍ତ୍ରୀ ପାରମ୍ପରିକ ବେଶରେ ନଜର ଆସିଥିଲେ । ନିର୍ମଳା କର୍ଣ୍ଣାଟକ ପାରମ୍ପରିକ ଶାଢୀ ଲାଲ ରଙ୍ଗର ଇଲକଲରେ ନଜର ଆସିଥିଲେ । ମୋଟ ୪୫ ଟ୍ରିଲିୟନ ବା ୪୫ ଲକ୍ଷ କୋଟି ଟଙ୍କାର ବଜେଟ ଆଗତ ହୋଇଛି । ଏଥିରେ ସର୍ବାଧିକ ଅର୍ଥ ଶିକ୍ଷା ମନ୍ତ୍ରଣାଳୟକୁ ଆବଣ୍ଟନ କରାଯାଇଛି । ଆଗକୁ ସାଧାରଣ ନିର୍ବାଚନ ରହିଥିବା ବେଳେ ବଜେଟରେ ବିଭିନ୍ନ ଦିଗ ଉପରେ ମଧ୍ୟ ଗୁରୁତ୍ବ ଦିଆଯାଇଛି । ଏହି ବଜେଟ ଦେଶର ବିକାଶରେ ସହାୟକ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।