ETV Bharat / bharat

Budget 2022: ନଜର ପକାନ୍ତୁ କଣ ରହିଛି କୃଷି କ୍ଷେତ୍ର ପାଇଁ ବଜେଟରେ ବ୍ୟବସ୍ଥା

author img

By

Published : Feb 1, 2022, 4:35 PM IST

ଉପସ୍ଥାପିତ ହୋଇଛି ବର୍ଷ ୨୦୨୨ ପାଇଁ ସାଧାରଣ ବଜେଟ । ତେବେ କୃଷି କ୍ଷେତ୍ର ପାଇଁ କଣ ରହିଛି ଅର୍ଥମନ୍ତ୍ରୀ ନିର୍ମଳାଙ୍କ ବଜେଟରେ ପକାନ୍ତୁ ନଜର ।

Budget 2022: ନଜର ପକାନ୍ତୁ କଣ ରହିଛି କୃଷି କ୍ଷେତ୍ର ପାଇଁ ବଜେଟରେ ବ୍ୟବସ୍ଥା
Budget 2022: ନଜର ପକାନ୍ତୁ କଣ ରହିଛି କୃଷି କ୍ଷେତ୍ର ପାଇଁ ବଜେଟରେ ବ୍ୟବସ୍ଥା

ନୂଆଦିଲ୍ଲୀ: ଆଜି ସଂସଦରେ ଉପସ୍ଥାପିତ ହୋଇଛି ବର୍ଷ ୨୦୨୨ ପାଇଁ ସାଧାରଣ ବଜେଟ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଚଳିତ ବର୍ଷ ୨୦୨୨ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିଛନ୍ତି । ବଜେଟ ଅଭିଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି, ବିକାଶ ହିଁ ସରକାରଙ୍କ ପ୍ରାଥମିକତା ଅଟେ ।

ତେବେ ସବୁ ବଜେଟରେ କୃଷି କ୍ଷେତ୍ରକୁ ନେଇ ସାରା ଦେଶର ନଜର ରହିଥାଏ । ତେବେ ଚଳିତବର୍ଷ ବଜେଟରେ କୃଷକଙ୍କ ପାଇଁ ପୃଥକ ବ୍ୟବସ୍ଥା କରାଯାଇଛି । ଅର୍ଥମନ୍ତ୍ରୀ କହିଛନ୍ତି, କୃଷକଙ୍କ ଆକାଉଣ୍ଟରରେ MSP (ସର୍ବନିମ୍ନ ସହାୟତା ମୂଲ୍ୟ) ବାବଦକୁ 2.37 ଲକ୍ଷ କୋଟି ଟଙ୍କା ସିଧାସଳଖ ଟ୍ରାନ୍ସଫର କରାଯିବ । ସେହିପରି ଚଳିତ ବର୍ଷ ୧ ଲକ୍ଷ ମେଟ୍ରିକ ଟନ ଧାନ କିଣିବା ପାଇଁ ଲକ୍ଷ ମଧ୍ୟ ରଖାଯାଇଛି । କୃଷି କ୍ଷେତ୍ରର ମାନରେ ପରିବର୍ତ୍ତନ ଆଣିବା ପାଇଁ ସରକାର ବଜେଟରେ କିଛି ନୂଆ ବ୍ୟବସ୍ଥା ମଧ୍ୟ ହାତକୁ ନେଇଛନ୍ତି ।

ତେବେ ନଜର ପକାନ୍ତୁ ଚଳିତ ଥର କ‘ଣ ରହିଛି କୃଷି କ୍ଷେତ୍ର ପାଇଁ ବ୍ୟବସ୍ଥା:-

୧. ବର୍ଷ 2021-22 ରେ ରବି ଋତୁରେ ଓ ଖରିଫ ଋତୁରେ 163 ଲକ୍ଷ ଚାଷୀଙ୍କ ଠାରୁ 1208 ଲକ୍ଷ ମେଟ୍ରିକ ଟନ୍ ଗହମ ଏବଂ ଧାନ କିଣାଯିବା ନେଇ ଲକ୍ଷ ରଖାଯାଇଛି । ସହ ସେମାନଙ୍କ ଆକାଉଣ୍ଟକୁ ସିଧାସଳଖ 2.37 ଲକ୍ଷ କୋଟି ଟଙ୍କା ପ୍ରଦାନ କାରାଯିବାର ବ୍ୟବସ୍ଥା କରାଯାଇଥିବା ଅର୍ଥମନ୍ତ୍ରୀ ନିଜ ଅଭିଭାଷଣରେ କହିଛନ୍ତି ।

୨. ସାରା ଦେଶରେ ରସାୟନିକ ମୁକ୍ତ ଚାଷ ଉପରେ ପ୍ରାଥମିକତା ଦିଆଯିବ । ପ୍ରଥମ ପର୍ଯ୍ୟାୟରେ ଗଙ୍ଗା ନଦୀ କୂଳରେ 5 କିଲୋମିଟରରେ ଅବଧି ପରିସରରେ ଥିବା କୃଷକଙ୍କ ଚାଷ ଜମିରେ ଏହି ଅଭିଯାନକୁ ଅଗ୍ରାଧିକାର ଭିତ୍ତିରେ ଆରମ୍ଭ କରାଯିବା ନେଇ ଯୋଜନା କରାଯାଇଛି ।

୩. ବର୍ଷ 2023 କୁ ଆନ୍ତର୍ଜାତୀୟ ମିଲେଟସ୍ ବର୍ଷ ଭାବରେ ଘୋଷଣା କରାଯାଇଛି । ଜାତୀୟ ଏବଂ ଆନ୍ତର୍ଜାତୀୟ ସ୍ତରରେ ଫସଲ ଅମଳର ମୂଲ୍ୟ ଯୋଗ, ଘରୋଇ ଉପଯୋଗକୁ ବଢାଇବା ଏବଂ ବ୍ରାଣ୍ଡିଂ ମିଲେଟ ଉତ୍ପାଦ ପାଇଁ ସହାୟତା ପ୍ରଦାନ କରାଯିବାକୁ ନିଷ୍ପତ୍ତି ହୋଇଛି ।

୪. ତୈଳବୀଜ ଆମଦାନୀ ଉପରେ ଆମର ନିର୍ଭରଶୀଳତା ହ୍ରାସ କରିବାକୁ ମଧ୍ୟ ଲକ୍ଷ ରଖାଯାଇଛି । ତୈଳବୀଜ ଘରୋଇ ଉତ୍ପାଦନ ବୃଦ୍ଧି ପାଇଁ ଏକ ଯୁକ୍ତିଯୁକ୍ତ ଏବଂ ବ୍ୟାପକ ଯୋଜନା କାର୍ଯ୍ୟକାରୀ ହେବ । ଯାହା ଫଳରେ ଆମଦାନୀ ଉପରେ ବିଦେଶୀ ନିର୍ଭରଶୀଳତା ହ୍ରାସ ପାଇବ ।

୫. କୃଷକମାନଙ୍କୁ ଡିଜିଟାଲ୍ ଏବଂ ହାଇ-ଟେକ୍ ସେବା ଯୋଗାଇବା ପାଇଁ ପିପିପି ମୋଡରେ ଏକ ଯୋଜନା ଆରମ୍ଭ ହେବ ।

୬. ଫସଲ ସୁରକ୍ଷା , ଜମି ରେକର୍ଡର ଡିଜିଟାଇଜେସନ୍, କୀଟନାଶକ ସ୍ପ୍ରେ ପାଇଁ କିଷାନ ଡ୍ରୋନର ବ୍ୟବହାରକୁ ପ୍ରୋତ୍ସାହିତ କରାଯିବ ।ଏହା ଫଳରେ ସ୍ମାର୍ଟ ଫାର୍ମି ଗତି ପାଇପାରିବ ବୋଲି ମଧ୍ୟ ଆଶା ରଖାଯାଇଛି ।

୭. ପ୍ରାକୃତିକ ତଥା ଜୈବିକ କୃଷି, ଆଧୁନିକ କୃଷି ଏବଂ ପରିଚାଳନା ଆବଶ୍ୟକତାକୁ ପୂରଣ କରିବା ପାଇଁ ରାଜ୍ୟଗୁଡିକ କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକରେ ସଂଶୋଧନ କରିବେ । ଫଳରେ କୃଷି କ୍ଷେତ୍ରରେ ନୂଆ ପ୍ରଭାବ ଆରମ୍ଭ ହୋଇପାରିବ ।

୮. କୃଷି ଏବଂ ଗ୍ରାମୀଣ ଉଦ୍ୟୋଗ ପାଇଁ ଷ୍ଟାର୍ଟଅପ୍ ଗୁଡିକୁ ଅର୍ଥ ପ୍ରଦାନ, ଚାଷ ଉତ୍ପାଦନ ମୂଲ୍ୟ ଶୃଙ୍ଖଳା ପାଇଁ ଏକାଧିକ ବ୍ୟବସ୍ଥା ଗ୍ରହଣ କରାଯାଇଛି ।

୯. ‘କେନ୍ ବେତୱା’ ପ୍ରକଳ୍ପ ଏବଂ ଅନ୍ୟାନ୍ୟ ନଦୀ ଲିଙ୍କ୍ ପ୍ରୋଜେକ୍ଟରେ ଜଳସେଚନକୁ ଗୁରୁତ୍ବ ଦିଆଯାଇଛି । ଏହି ପ୍ରକଳ୍ପର ଆନୁମାନିକ ମୂଲ୍ୟ 44,605 ​​କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବା ବେଳେ ପ୍ରାୟ 9.08 ଲକ୍ଷ ହେକ୍ଟର ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା କରାଯାଇପାରିବା ଲକ୍ଷ ରଖାଯାଇଛି ।

ସେହିପରି 62 ଲକ୍ଷ ଲୋକଙ୍କ ପାଇଁ ପାନୀୟ ଜଳ ଯୋଗାଣ, 103 ମେଗାୱାଟ ହାଇଡ୍ରୋ ଏବଂ 27 ମେଗାୱାଟ ସୌର ଶକ୍ତି ଯୋଗାଇବା ପାଇଁ ଏହା ଲକ୍ଷ୍ୟ ରଖାଯାଇଛି । ଏହି ପ୍ରକଳ୍ପ ପାଇଁ ୨୧-୨୨ ରେ 4,300 କୋଟି ଏବଂ 2022-23 ରେ 1,400 କୋଟି ଟଙ୍କା ଆବଣ୍ଟନ କରାଯାଇଛି ।

୧୦. ଦେଶରେ ପ୍ରାକୃତିକ କୃଷି କ୍ଷେତ୍ରରେ ବିପ୍ଳବ କ୍ଷେତ୍ରରେ ଅର୍ଥମନ୍ତ୍ରୀ କହିଛନ୍ତି, ଗଙ୍ଗା କରିଡରରେ ପ୍ରାକୃତିକ ଚାଷକୁ ପ୍ରୋତ୍ସାହିତ କରାଯିବ । ପ୍ରାଥମିକ ପର୍ଯ୍ୟାୟରେ ରାସାୟନିକ ଦ୍ରବ୍ୟର ବ୍ୟବହାରକୁ ବନ୍ଦ କରାଯାଇ ଜୈବିକ କୃଷି ଆଡକୁୁ ଅଗ୍ରସର ହେବା ପାଇଁ ସରକାର ଏକାଧିକ ଯୋଜନା ମଧ୍ୟ ହାତକୁ ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.