ETV Bharat / bharat

ବଜେଟ 2021 ଭାରତର ଅର୍ଥନୀତି ଦିଗ ପରିବର୍ତ୍ତନକୁ ସୂଚାଉଛି: ଅର୍ଥମନ୍ତ୍ରୀ

author img

By

Published : Feb 5, 2021, 7:37 AM IST

ଚଳିତ ବର୍ଷର ବଜେଟ ଭାରତର ଅର୍ଥନୀତିର ଦିଗ ପରିବର୍ତ୍ତନକୁ ସୂଚାଉଛି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଅଧିକ ପଢନ୍ତୁ...

Budget 2021 marks a turning point in India's economy: Finance Minister
ବଜେଟ 2021 ଭାରତର ଅର୍ଥନୀତିର ଦିଗ ପରିବର୍ତ୍ତନକୁ ସୂଚାଉଛି: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଚଳିତ ବର୍ଷର ବଜେଟ ଭାରତର ଅର୍ଥନୀତିର ଦିଗ ପରିବର୍ତ୍ତନକୁ ସୂଚାଉଛି ବୋଲି ଗୁରୁବାର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି । ଏହାସହିତ ଦେଶ ଅନେକ କ୍ଷେତ୍ରରେ ବହୁତ ଅର୍ଥ ବିନିଯୋଗ କରିବାକୁ ଥିବାରୁ ଏହି ବଜେଟ ଅଣ-ଟ୍ୟାକ୍ସ ସମ୍ବଳ ବୃଦ୍ଧି କରିବାକୁ ଚେଷ୍ଟା କରିବ ବୋଲି ସେ କହିଛନ୍ତି ।

FICCIର ଜାତୀୟ କାର୍ଯ୍ୟନିର୍ବାହୀ କମିଟି ବୈଠକକୁ ଭିଡ଼ିଓ କନଫରେନ୍ସିଂରେ ସମ୍ବୋନ୍ଧନ କରିବା ସମୟରେ ଦେଶର ଭିତ୍ତିଭୂମି, ସ୍ବାସ୍ଥ୍ୟ ଏବଂ କୃଷି ଏହି 3ଟି ବୃହତ କ୍ଷେତ୍ରରେ ଅଧିକ ଅର୍ଥ ଖର୍ଚ୍ଚ କରାଯିବ ବୋଲି ସେ କହିଛନ୍ତି । ଏହି ବଜେଟ ଭାରତର ଅର୍ଥନୀତିରେ ଦିଗ ପରିବର୍ତ୍ତନକୁ ସୂଚାଇବା ସହିତ ଦେଶରେ ଉଦ୍ୟୋଗୀ କ୍ଷମତାକୁ ପ୍ରୋତ୍ସାହିତ କରିବ, ଯାହାକି ଭାରତୀୟଙ୍କୁ ନିଜ କ୍ଷମତା ଦର୍ଶାଇବା ପାଇଁ ସୁଯୋଗ ସୃଷ୍ଟି କରିଛି ।

ଏହି ବଜେଟ କୌଣସି କ୍ଷେତ୍ର ଉପରେ ପ୍ରଭାବ ପକାଉନଥିବା ବେଳେ ଏହାଦ୍ବାରା ଦେଶର ରାଜସ୍ବ ବୃଦ୍ଧି ହେବ ବୋଲି ସରକାରଙ୍କ ଦୃଢ ଆତ୍ମବିଶ୍ବାସ ରହିଛି । ଏହାସହିତ ସଂସ୍ଥାଗୁଡ଼ିକୁ ଅର୍ଥ ବିନିଯୋଗ କରି ଲାଭ ଉଠାଇବା ପାଇଁ ସେ ଆହ୍ବାନ ଦେଇଛନ୍ତି । ତେବେ ସରକାରଙ୍କ ନିକଟରେ ବିପୁଳ ଅର୍ଥ ଥିଲେ ମଧ୍ୟ ଦେଶର ଅଗ୍ରଗତି ଓ ସମୃଦ୍ଧିରେ ସରକାର ଏକା ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି ।

ତେବେ ଚଳିତ ମାସ ସଂସଦରେ ଉପସ୍ଥାପିତ ହୋଇଥିବା ବଜେଟ ଏକ ଆତ୍ମବିଶ୍ବାସ, ବିଶ୍ବସନୀୟ ଓ ସ୍ବଚ୍ଛ ଭାବେ ଉପାସ୍ଥାପିତ ହୋଇଥିବା ବଜେଟ । ଏଥିରେ କୌଣସି ପ୍ରକାର ଜାଲିଆତି କରାଯାଇନାହିଁ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏହି ସରକାର ଭାରତୀୟ ଶିଳ୍ପ ଓ ବ୍ୟବସାୟୀ ପ୍ରତିନିଧିଙ୍କ ବିଶ୍ବାସ ସହିତ ଦେଶର ଅଗ୍ରଗତି କ୍ଷେତ୍ରରେ ଆଗକୁ ବଢିବ ବୋଲି ସୀତାରମଣ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.