ETV Bharat / bharat

ସଂକ୍ରମଣ ଭୟ; ଗଛ ଉପରେ ସଙ୍ଗରୋଧ ଗୃହ

author img

By

Published : May 17, 2021, 12:21 PM IST

ପରିବାରକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଗଛ ଉପରେ ସଙ୍ଗରୋଧରେ ରହିଛନ୍ତି ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲା କୋଠା ନନ୍ଦିକୋଣ୍ଡା ଗାଁର ଜଣେ ଯୁବକ । ଅଧିକ ପଡନ୍ତୁ...

ଗଛ ଉପରେ ସଙ୍ଗରୋଧ ଗୃହ
ଗଛ ଉପରେ ସଙ୍ଗରୋଧ ଗୃହ

ହାଇଦ୍ରାବାଦ: କୋରୋନା କବଳରେ କଲବଲ ହେଉଛି ସାରା ଦେଶ । ଦିନକୁ ଦିନ ସଂକ୍ରମଣ ସହିତ ବଢୁଛି ମୃତ୍ୟୁସଂଖ୍ୟା । ତେଲେଙ୍ଗାନାର ନାଲଗୋଣ୍ଡା ଜିଲ୍ଲା କୋଠା ନନ୍ଦିକୋଣ୍ଡା ଗାଁର ଜଣେ ଯୁବକ କୋରୋନାରେ ସଂକ୍ରମିତ ହେବା ପରେ ପରିବାରକୁ ସଂକ୍ରମଣରୁ ରକ୍ଷା କରିବା ପାଇଁ ଗଛ ଉପରେ ସଙ୍ଗରୋଧରେ ରହିଛନ୍ତି ।

ଗଛ ଉପରେ ସଙ୍ଗରୋଧ ଗୃହ

ସୂଚନାଅନୁସାରେ, ନନ୍ଦିକୋଣ୍ଡା ଗାଁର ଯୁବକ ରାମୱାଥ ଶିବା କିଛି ଦିନ ତଳେ କୋରୋନାରେ ସଂକ୍ରମିତ ହୋଇଛନ୍ତି । ତାଙ୍କ ପରିବାରରେ ଚାରିଜଣ ସଦ୍ୟସ ଥିବାବେଳେ ଘରେ ଅଛି ଗୋଟିଏ ବଖରା । ଯାହାଦ୍ବାରା ଶିବା ସଙ୍ଗରୋଧରେ ରହିବା ସମ୍ଭବପର ହୋଇ ନଥିଲା । ଫଳରେ ସେ ପରିବାର ଲୋକଙ୍କୁ ସଂକ୍ରମଣରୁ ରକ୍ଷା କରିବାପାଇଁ ଗଛକୁ ଘରରେ ପରିବର୍ତ୍ତନ କରିଥିଲେ । ଗଛ ଉପରେ ସଙ୍ଗରୋଧରେ ରହିଛନ୍ତି ଶିବା । ଶିବା ଜଣେ ଇଞ୍ଜିନିୟରିଂ ଛାତ୍ର ।

ଗଛ ଉପରେ ହିଁ ଦିନରାତି ବିତଉଛନ୍ତି ଶିବା । ଦଉଡି ସାହାଯ୍ୟରେ ଘରଲୋକ ତାଙ୍କୁ ଖାଇବା ପଠାଉଛନ୍ତି । ଗାଁରେ ପ୍ରଶାସନ ପକ୍ଷରୁ କୋରୋନା ସଂକ୍ରମିତଙ୍କ ପାଇଁ ଆଇସୋଲେସନର ବ୍ୟବସ୍ଥା କରାଯାଇ ନାହିଁ । ଫଳରେ ସଂକ୍ରମିତମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କୋରୋନା ଆକ୍ରାନ୍ତଙ୍କ ପାଇଁ ଜଲଦି ଏକ ସଙ୍ଗରୋଧ କେନ୍ଦ୍ର ସ୍ଥାପନ କରିବାରୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

ବ୍ୟୁୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.