ଚଣ୍ଡିଗଡ଼: କ୍ୟାମ୍ପ ଭିତରେ ଜଣେ ବିଏସଏଫ ଯବାନ ନିଜ ସାଥୀ ଯବାନଙ୍କ ଉପରକୁ ଗୁଳି ଚାଳନା କରିଛନ୍ତି । ଯେଉଁଥିରେ 5ଜଣ ଯବାନଙ୍କ ମୃତ୍ୟୁ ଘଟିଛି ଏବଂ ଜଣେ ଯବାନ ଗୁରୁତର ଆହତ ହୋଇଛନ୍ତି । ପଞ୍ଜାବର ଅମୃତସରରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ।
ଘଟଣା ମୁତାବକ, ଅମୃତସରର ଏକ ବିଏସଏଫ କ୍ୟାମ୍ପରେ ଜଣେ ଯବାନ ହଠାତ୍ ଆଖିବୁଜା ଗୁଳି ଚଳାଇଥିଲେ । ଗୁଳିଚାଳନାରେ ତାଙ୍କର 5 ଜଣ ସାଥି ଯବାନଙ୍କ ମୃତ୍ୟୁ ଘଟିଛି । ପରେ ନିଜକୁ ମଧ୍ୟ ଗୁଳି କରିଥିଲେ ଯବାନ । ଫଳରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି । ଆହତ ଯବାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ୫ ଯବାନଙ୍କୁ ମୃତ ଘୋଷଣା କରିଛନ୍ତି । ଗୁରୁତର ଥିବା ଯବାନଙ୍କ ଚିକିତ୍ସା ଜାରି ରହିଛି ।
ଏହି ଘଟଣା ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି । କ୍ୟାମ୍ପରେ ଫାଇରିଂ ଘଟଣା ନେଇ ବିଏସଏଫ ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି ଏବଂ ଗୁଳି ବିନିମୟର କାରଣ ନେଇ ଇନକ୍ବାରୀ କୋର୍ଟକୁ ନିର୍ଦ୍ଦେଶ ଦିଆଯାଇଥିବା ବିଏସଏଫ ସେନାବାହିନୀ ପକ୍ଷରୁ ସୂଚନା ଦିଆଯାଇଛି।