ETV Bharat / bharat

ବିଏସଏଫ ଯବାନଙ୍କ ଗୁଳିରେ ପାକିସ୍ତାନ ଅନୁପ୍ରବେଶକାରୀ ମୃତ

author img

By

Published : Oct 29, 2022, 11:03 PM IST

କ୍ରମାଗତ ଭାବରେ ଭାରତ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ପାକିସ୍ତାନୀ । ଗତକାଲି ରାଜସ୍ଥାନର ଅନୁପଗଡର ଶେରପୁର ପୋଷ୍ଟ (Sherpur Post of Anupgarh) ନିକଟରେ ଭାରତୀୟ ବିଏସଏଫ ଜବାନ ଜଣେ ପାକ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ହୋଇଛି ।

ବିଏସଏଫ ଜବାନଙ୍କ ଗୁଳିରେ ପାକିସ୍ତାନ ଅନୁପ୍ରବେଶକାରୀ ନିପାତ

ଜୟପୁର: ଭାରତ ସୀମାରେ ପାକିସ୍ତାନ ନିଜର ଘୃଣ୍ୟ କାର୍ଯ୍ୟକଳାପରୁ ଜାରି ରଖିଛି । କ୍ରମାଗତ ଭାବରେ ଭାରତ ସୀମାରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି ପାକିସ୍ତାନୀ । କେତେବେଳେ ପାକିସ୍ତାନ ଡ୍ରୋନ୍ ଦ୍ବରା ଭାରତ ସୀମା ଭିତରକୁ ନିଶାଜାତ ଦ୍ରବ୍ୟ ପଠାଉଛି ତ କେତେବେଳେ ପାକିସ୍ତାନୀ ଆତଙ୍କବାଦୀମାନେ ଭାରତୀୟ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ତେବେ ଗତକାଲି ରାତିରେ ରାଜସ୍ଥାନର ଅନୁପଗଡ ନିକଟରେ ଭାରତୀୟ ବିଏସଏଫ ଯବାନ ଜଣେ ପାକ ଅନୁପ୍ରବେଶକାରୀଙ୍କ ମୃତ୍ୟୁ ହୋଇଛି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ଅନୁପଗଡର ଶେରପୁର ପୋଷ୍ଟ (Sherpur Post of Anupgarh) ନିକଟରେ ବିଏସଏଫ ଯବାନମାନେ ଜଣେ ପାକିସ୍ତାନୀ ଲୋକ ଆସୁଥିବା ଦେଖିଥିଲେ । ଏହା ପରେ ଭାରତୀୟ ସେନା ତାକୁ ଦେଖି ଡାକିବାରୁ ସେ ଲୁଚିବାକୁ ଚେଷ୍ଟା କରିଥିଲା । ଏଭଳି ପରିସ୍ଥିତିରେ ବିଏସ୍ଏଫ୍ ଯବାନ ଗୁଳି ଚାଳନା କରି ପାକିସ୍ତାନୀ ଅନୁପ୍ରବେଶକାରୀକୁ ନିପାତ କରିଛନ୍ତି ।

ସୂଚନାନୁସାରେ, ଏହି ପାକିସ୍ତାନୀ ନାଗରିକ ଭାରତ ସୀମାରେ ପ୍ରବେଶ କରିଥିଲା । ଏହାର ପ୍ରାରମ୍ଭିକ ତଦନ୍ତ ପରେ ବିଏସଏଫ ଅନୁପ୍ରବେଶକାରୀଙ୍କ ମୃତଦେହ ଅନୁପଗଡ ପୋଲିସକୁ ହସ୍ତାନ୍ତର କରିଥିଲା । ପୋଲିସ ଏହାକୁ ବ୍ୟବଚ୍ଛେଦ ପାଇଁ ସରକାରୀ ଡାକ୍ତରଖାନାକୁ ପଠାଇଛି । ଘଟଣାର ସୂଚନା ପାଇବା ପରେ ବିଏସଏଫ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.