ଗାନ୍ଧୀନଗର: ଗୁଜୁରାଟର ବନାଶକଣ୍ଠ ଜିଲ୍ଲାରେ ଘଟିଛି ଅଭାବନୀୟ ଘଟଣା । ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସୀମା ସୁରକ୍ଷା ବଳ ତଥା ବିଏସଏଫର ଜଣେ ଯବାନ । ମଙ୍ଗଳବାର ଭାରତ ଓ ପାକିସ୍ତାନ ସୀମାରେ ଯବାନ ଜଣକ ନିୟୋଜିତ ଥିବା ବେଳେ ସର୍ଭିସ ରିଭଲଭର ସାହାଯ୍ୟରେ ନିଜକୁ ଗୁଳି କରି ହତ୍ୟା କରିଥିବା BSF ସୂଚନା ଦେଇଛି ।
ଏହି ଯବାନଙ୍କ ନାଁ ଭୋମରାମ ରୁଗାରାମ(୪୪) ବୋଲି ଜଣାପଡ଼ିଛି । ସେ ଗତକାଲି(ସୋମବାର) ଲିମ୍ବଡି ଚେକପୋଷ୍ଟ ନିକଟରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଏହାପରେ ତାଙ୍କ ମୃତଦେହକୁ ଜିଲ୍ଲାର ମଭସାରି ଅଞ୍ଚଳକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତ ଯବାନ ଜଣକ ରାଜସ୍ଥାନର ନାଗପୁର ଅଞ୍ଚଳର ବୋଲି ଜଣାପଡ଼ିଛି । ଯବାନ ଜଣକ ଏପରି କରିବାର କାରଣ ସମ୍ପର୍କରେ କିଛି ସ୍ପଷ୍ଟ ହୋଇନାହିଁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ