ETV Bharat / bharat

ପଞ୍ଜାବ ସୀମାରେ ପାକିସ୍ତାନୀ ଡ୍ରୋନକୁ ଖସାଇଲା BSF - ପାକିସ୍ତାନୀ ଡ୍ରୋନକୁ ଖସାଇଲା ସେନା

ପଞ୍ଜାବ ସୀମାରେ ପାକିସ୍ତାନୀ ଡ୍ରୋନ । ଗୁଳିକରି ଖସାଇଲା ସୀମା ସୁରକ୍ଷା ବଳ । ଗୁପ୍ତଚରୀ ଉଦ୍ୟମ ସନ୍ଦେହ । ବଢିଲା ସୁରକ୍ଷା ବ୍ୟବସ୍ଥା । ଅଧିକ ପଢନ୍ତୁ

ପଞ୍ଜାବରେ ପାକିସ୍ତାନୀ ଡ୍ରୋନକୁ ଖସାଇଲା BSF
ପଞ୍ଜାବରେ ପାକିସ୍ତାନୀ ଡ୍ରୋନକୁ ଖସାଇଲା BSF
author img

By

Published : Mar 7, 2022, 10:56 PM IST

ଚଣ୍ଡିଗଡ: ଆଜି (ସୋମବାର) ପୂର୍ବାହ୍ନରେ ପଞ୍ଜାବର ଫିରୋଜପୁର ସେକ୍ଟରରେ ପାକିସ୍ତାନ ପାର୍ଶ୍ୱରୁ ଆସିଥିବା ଏକ ଡ୍ରୋନକୁ ଗୁଳି କରି ଖସାଇଦେଇଛି ସୀମା ସୁରକ୍ଷା ବଳ (ବିଏସଏଫ) । ତେବେ ଡ୍ରୋନଟି ଗୁପ୍ତଚରୀ କରିବା ଉଦ୍ଦେଶ୍ୟରେ ଶତ୍ରୁ ପକ୍ଷରୁ ଛଡାଯାଇଥିବା ପ୍ରାଥମିକ ଭାବେ ଜଣାପଡିଥିବାବେଳେ ତଦନ୍ତ ଜାରି ରହିଛି ।

ବିଏସ୍ଏଫ୍ ଅଧିକାରୀଙ୍କ ଅନୁଯାୟୀ, ଫିରୋଜପୁର ସେକ୍ଟରରେ ପାକିସ୍ତାନୀ ପାର୍ଶ୍ୱରୁ ଭାରତୀୟ ସୀମାକୁ ଆସୁଥିବା ଏକ ସନ୍ଦିଗ୍ଧ ଉଡ଼ନ୍ତା ବସ୍ତୁକୁ ଠାବ କରିଥିଲେ ପାଟ୍ରୋଲିଂ ଦାୟିତ୍ବରେ ଥିବା ଭାରତୀୟ ଯବାନ । ସଙ୍ଗେ ସଙ୍ଗେ ଉକ୍ତ ଅଞ୍ଚଳରେ ସତର୍କତା ଜାରି କରାଯିବା ସହ ଫ୍ଲାଇଙ୍ଗ ଅବଜେକ୍ଟ ଉପରେ ଗୁଳି ଚଳାଯାଇଥିଲ । ଏଥିରେ ଡ୍ରୋନଟି ଖସି ପଡିଥିବାବେଳେ ତାକୁ ତଦନ୍ତ ପରିସରକୁ ନିଆଯାଇଛି ।

ଉକ୍ତ ଡ୍ରୋନର ମୋଟ ଓଜନ ପ୍ରାୟ 4.17 କିଲୋଗ୍ରାମ । ତେବେ ପାକିସ୍ତାନ ପକ୍ଷରୁ ଭାରତୀୟ ସୀମାରେ ଏପରି ଉଦ୍ୟମ କିଛି ନୂଆ କିମ୍ବା ପ୍ରଥମ ଘଟଣା ମଧ୍ୟ ନୁହେଁ । ଭାରତୀୟ ସୀମା ସୁରକ୍ଷା ବଳ ପକ୍ଷରୁ ଉକ୍ତ ଅଞ୍ଚଳରେ ପାଟ୍ରୋଲିଂ ଓ ସର୍ଭିଲାନ୍ସକୁ ମଧ୍ୟ ବଢାଇ ଦିଆଯାଇଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.