ETV Bharat / bharat

ସୀମାରେ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ରୋକିବା ବେଳେ ଏନକାଉଣ୍ଟର, BSF ଯବାନ ଆହତ - ପଞ୍ଜାବର ଗୁରୁଦାସପୁରରେ ଏନକାଉଣ୍ଟର

ସଶସ୍ତ୍ର ଚୋରା ଚାଲାଣକୁ ରୋକିବାକୁ ଯାଇ ଜଣେ ବିଏସଏଫ ଯବାନ ଆହତ । ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ସଶସ୍ତ୍ର ଚୋରା ଚାଲାଣକୁ ରୋକିବାକୁ ଯାଇ ହୋଇଥିଲା ଗୁଳି ବିନିମୟ । ଏହି ଘଟଣାରେ ଡ୍ରଗ୍ସ, ଗୁଳି ଓ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି ।

bsf constable injured in encounter with smugglers in Punjab
ସଶସ୍ତ୍ର ଚାରା ଚାଲାଣ ରୋକିବା ବେଳେ ବିଏସଏଫ କର୍ମଚାରୀ ଆହତ
author img

By

Published : Jan 28, 2022, 5:13 PM IST

ଗୁରୁଦାସପୁର: ସଶସ୍ତ୍ର ଚୋରା ଚାଲାଣକୁ ରୋକିବାକୁ ଯାଇ ଜଣେ ବିଏସଏଫ ଯବାନ ଆହତ । ଭାରତ-ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ସଶସ୍ତ୍ର ଚୋରାଚାଲାଣକୁ ରୋକିବାକୁ ଯାଇ ହୋଇଥିଲା ଗୁଳି ବିନିମୟ। ଏହି ଘଟଣାରେ ଡ୍ରଗ୍ସ, ଗୁଳି ଓ ଅନେକ ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି।

ପଞ୍ଜାବର ଗୁରୁଦାସପୁରରେ ସଶସ୍ତ୍ର ଚୋରାଚାଲାଣକାରୀଙ୍କୁ ଅଟକାଇବାକୁ ଯାଇ ଜଣେ ବିଏସଏଫ କର୍ମଚାରୀ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ମୂତାବକ ଆଜି (ଶୁକ୍ରବାର) ସକାଳ ପ୍ରାୟ 5.15 ସମୟରେ ବେଆଇନ କାର୍ଯ୍ୟ ସହ ଲିପ୍ତ ଥିବା କିଛି ସନ୍ଦିଗ୍ଧ ଅସ୍ତ୍ରଶସ୍ତ୍ର ଚୋରା ଚାଲାଣ କରିଥିବା ନେଇ ବିଏସଏଫକୁ ସୂଚନା ମିଳିଥିଲା। ଏହାକୁ ନେଇ ବିଏସଏଫ ଟିମକୁ ସତର୍କ କରାଯାଇଥିଲା । ତେବେ ଉକ୍ତ ସନ୍ଦିଗ୍ଧମାନେ ବିଏସଏଫ କର୍ମଚାରୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଯାହା ଫଳରେ ବିଏସଏଫ କର୍ମଚାରୀ ମଧ୍ୟ ଗୁଳି ଚଳାଇବା ଆରମ୍ଭ କରିଥିଲେ। ତେବେ ସନ୍ଦିଗ୍ଧମାନେ ସେଠାରୁ ଖସି ପଳାଇବାରେ ସଫଳ ହୋଇ ପାରିଥିଲେ ।

ଗୁଳି ବିନିମୟ ସମୟରେ ଜଣେ ବିଏସଏଫ କର୍ମଚାରୀଙ୍କ ହାତ ଓ ମୁଣ୍ଡରେ ଗୁଳି ବାଜିଥିବା ଜଣାପଡ଼ିଛି। ତେବେ ଆହତ କର୍ମଚାରୀଙ୍କୁ ଡାକ୍ତରଖାନାରେ ରଖାଯାଇଛି । ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ସୂଚନା ମିଳିଛି। ଏହି ଅପରେସନରେ 47ଟି ହଳଦିଆ ରଙ୍ଗ ପ୍ୟାକେଟ ଜବତ କରାଯାଇଛି । ଏହିସହ ଦୁଇଟି ବନ୍ଧୁକ, 44 ରାଉଣ୍ଡ ତିନୋଟି କ୍ୟାଲିବର୍, 74 ରାଉଣ୍ଡ AK-47 ଓ 9 ମିଲିମିଟର ପିଟ୍ରୋ ବ୍ରେଟା ପିସ୍ତଲ ସମେତ ଅନେକ ସାମଗ୍ରୀ ଜବତ କରାଯାଇଛି।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.