ETV Bharat / bharat

Pak intruders Arrest: ପଞ୍ଜାବରୁ ୨ ପାକିସ୍ତାନୀ ଅନୁପ୍ରବେଶକାରୀ ଗିରଫ

ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ ପଣ୍ଡ । ପଞ୍ଜାବରୁ ୨ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗିରଫ କଲା ବିଏସଏଫ । ଅଧିକ ପଢନ୍ତୁ

Pak intruders Arrest
Pak intruders Arrest
author img

By

Published : Mar 10, 2023, 9:01 PM IST

ଚଣ୍ଡିଗଡ଼: ଭାରତ ସୀମା ମଧ୍ୟକୁ ଅନୁପ୍ରବେଶ ଉଦ୍ୟମ ପଣ୍ଡ । ପଞ୍ଜାବ ଫିରୋଜପୁର ଓ ଗୁରଦାସପୁର ସ୍ଥିତ ଭାରତ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରୁ ୨ ପାକିସ୍ତାନୀ ଅନୁପ୍ରବେଶକାରୀଙ୍କୁ ଗିରଫ କଲା ବିଏସଏଫ । ଏମାନେ ଚତୁରତାର ସହିତ ସୀମା ଅତିକ୍ରମ କରି ବେଆଇନ ଭାବେ ଭାରତର ସୀମା ମଧ୍ୟକୁ ପ୍ରବେଶ କରିବା ଲାଗି ଉଦ୍ୟମ କରୁଥିଲେ । ଏହି ସମୟରେ ସେମାନଙ୍କୁ ଗିରଫ କରିଛି ବିଏସଏଫ । ତିରଥ ବର୍ଡର ଆଉଟପୋଷ୍ଟ ନିକଟରୁ ସେମାନଙ୍କୁ ଗିରଫ କରାଯାଇଛି ।

୨ ଦିନ ମଧ୍ୟରେ ଏହି ଅନୁପ୍ରବେଶକାରୀଙ୍କୁ ଗିରଫ କରାଯାଇଛି ବୋଲି ବିଏସଏଫ ପକ୍ଷରୁ କୁହାଯାଇଛି । ସେମାନଙ୍କ ମଧ୍ୟରୁ ଜଣକ ଘର ପାକିସ୍ତାନ ଖେବର ଜିଲ୍ଲାର ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଅନ୍ୟ ଜଣେ ଅନୁପ୍ରବେଶକାରୀ ପଞ୍ଜାବର ଗୁରଦାସପୁର ଅଞ୍ଚଳରୁ ଗୁରୁବାର ଅପରାହ୍ନରେ ଗିରଫ କରାଯାଇଛି । ବିଏସଏଫ ଯବାନମାନେ ସୀମା ନିକଟରେ ପାଟ୍ରୋଲିଂ କରୁଥିବା ସମୟରେ ଉକ୍ତ ସ୍ଥାନରେ ମୁଭମେଣ୍ଟ ହେବାର ଲକ୍ଷ୍ୟ କରିଥିଲେ । ଏହାପରେ ଏହି ୨ଜଣ ଅନୁପ୍ରବେଶକାରୀଙ୍କୁ କାବୁ କରିବା ସହିତ ଗିରଫ କରିଥିଲେ । ତେବେ SOP ଅନୁଯାୟୀ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଏସଏଫ ପକ୍ଷରୁ କୁହାଯାଇଛି ।

ଏହା ବି ପଢନ୍ତୁ-କାର-ବାଇକକୁ ଧକ୍କା ଦେଲା ଟ୍ରକ, ୫ ମୃତ ଓ ୩ ଗୁରୁତର

ଗିରଫ ପରେ ଏମାନଙ୍କ ନିକଟରୁ ପାକିସ୍ତାନୀ ମୁଦ୍ରା ଓ ୨ ପ୍ୟାକେଟ ସିଗାରେଟ ଜବତ ହୋଇଛି । ପଚରାଉଚରା ସମୟରେ ଏହି ୨ ଅନୁପ୍ରବେଶକାରୀ ନିଜର ପରିଚୟ ରଖିଛନ୍ତି । ଜଣେ ଖେବର ଜିଲ୍ଲାର ହୋଇଥିବା ବେଳେ ଅନ୍ୟ ଜଣେ ସିଲକୋଟ ଅଧିବାସୀ ଅମିର ରାଜା ବୋଲି ଜଣାପଡିଛି । ପଚରାଉଚରା ପରେ ବିଏସଏଫ ଏହି ୨ ଅନୁପ୍ରବେଶକାରୀଙ୍କୁ ପଞ୍ଜାବ ପୋଲିସକୁ ହସ୍ତାନ୍ତର କରିଛି । ପଞ୍ଜାବ ପୋଲିସ ଏମାନଙ୍କ ବିରୋଧରେ ଭାରତ ସୀମା ନିୟମ ଉଲ୍ଲଘଂନ ଅନୁଯାୟୀ ମାମଲା ରୁଜୁ କରିବ ।

ସୂଚନା ଥାଉ କି ଗତ କିଛି ଦିନ ଧରି ସୀମା ନିକଟରେ ଏପରି ହଲଚଲ ଦେଖିବାକୁ ମିଳିଛି । ଗତ ୮ ଓ ୯ ତାରିଖରେ ସୀମା ନିକଟରେ କିଛି ହଲଚଲ ଲକ୍ଷ୍ୟ କରିଥିଲା ବିଏସଏଫ । ଏହାପରେ ସୀମା ଉପରେ ତୀକ୍ଷ୍ଣ ସୃଷ୍ଟି ରହିଥିଲା । ରାତ୍ରି ସମୟରେ ଯେତେବେଳେ ଜଣେ ଅନୁପ୍ରବେଶକାରୀ ବେଆଇନ ଭାବେ ଭାରତ ସୀମା ମଧ୍ୟକୁ ପ୍ରବେଶ କରିବା ଲାଗି ଉଦ୍ୟମ କରିଥିଲା, ସେତେବେଳେ ତାକୁ ମାଡ଼ି ବସିଥିଲେ ବିଏସଏଫ ଯବାନ । ପଞ୍ଜାବ ଅମୃତସର ନିକଟର ରଜତାଲ ଆଉଟପୋଷ୍ଟ ନିକଟରୁ ଉକ୍ତ ଅନୁପ୍ରବେଶକାରୀକୁ ଗିରଫ କରାଯାଇଛି । ତଦନ୍ତ ବେଳେ ତାର ନାମ ସମସୁଦ୍ଦିନ ଓ ଘର ପାକିସ୍ତାନ କରାଚୀରେ ବୋଲି ସେ କହିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.