ETV Bharat / bharat

ଜମ୍ମୁ-କାଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପାଇଁ ବିଲ୍‌ ଆସୁ: ଗୁଲାମ ନବୀ ଆଜାଦ୍‌

author img

By

Published : Feb 4, 2021, 10:23 AM IST

ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପାଇଁ ବିଲ୍‌ ଆଣିବାକୁ ରାଜ୍ୟସଭାରେ କହିଛନ୍ତି ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ । ଅଧିକ ପଢନ୍ତୁ...

ଗୁଲାମ ନବୀ ଆଜାଦ୍‌
ଗୁଲାମ ନବୀ ଆଜାଦ୍‌

ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ରାଜ୍ୟସଭାରେ ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦ ଗୃହରେ ଜମ୍ମୁ ଓ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି । ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପାଇଁ ବିଲ୍‌ ଆଣିବାକୁ ସେ ସରକାରଙ୍କୁ କହିଛନ୍ତି । ବୁଧବାର ରାଷ୍ଟ୍ରପତିଙ୍କ ଅଭିଭାଷଣର ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା କରି ସେ ଏପରି କହିଛନ୍ତି ।

ସେ କହିଛନ୍ତି,‘ମୁଁ ନିବେଦନ କରୁଛି, ଯଦି ଜମ୍ମୁ-କାଶ୍ମୀରର ଉନ୍ନତି ଚାହୁଁଛେ ଏବଂ ଯଦି ଆମେ ଆମ ଶତ୍ରୁଙ୍କ ସହିତ ସୀମାରେ ଲଢିବାକୁ ଚାହୁଁଛେ, ଆମକୁ ଏଠାକାର ଲୋକଙ୍କୁ ବିଶ୍ବାସ ଦେବାକୁ ପଡିବ । ସେମାନଙ୍କୁ ଭଲପାଇବା ଦେବାକୁ ପଡିବ ।’

ତେଣୁ ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ପାଇଁ ଏକ ବିଲ୍‌ ଆଣିବା ସହ ତୁରନ୍ତ ବିଧାନସଭା ନିର୍ବାଚନ କରିବାକୁ ସେ ସରକାରଙ୍କୁ କହିଛନ୍ତି । ସରକାର ଜମ୍ମୁ-କଶ୍ମୀରରେ ନେଇଥିବା ନିଷ୍ପତ୍ତିରେ ସେଠାକାର ଜନତା ଆଦୌ ଖୁସି ନାହାନ୍ତି । ବିକାଶମୂଳକ କାର୍ଯ୍ୟ ମଧ୍ୟ ବନ୍ଦ ହୋଇଯାଇଛି । ତେଣୁ ସରକାର ପୁଣି ଥରେ ଜମ୍ମୁ ଓ କାଶ୍ମିରକୁ ରାଜ୍ୟ ମାନ୍ୟତା ଦେବାକୁ ସେ କହିଛନ୍ତି ।

ସେହିପରି ବିଶ୍ବରେ ସମସ୍ତେ ଦିଲ୍ଲୀ ପରେ ଜମ୍ମୁ ଓ କାଶ୍ମୀରକୁ ଜାଣନ୍ତି । ଏପରି ସ୍ଥିତିରେ ଜମ୍ମୁ-କାଶ୍ମୀରକୁ କେନ୍ଦ୍ର ଶାସିତ ଅଞ୍ଚଳ କାହିଁକି କରାଯାଇଛି ତାହା ମୁଁ ବୁଝିପାରୁନି ବୋଲି ସେ କହିଛନ୍ତି । ଏବେ ଜମ୍ମୁ-କାଶ୍ମୀରରେ ପର୍ଯ୍ୟଟନ ଶିଳ୍ପ ସମ୍ପୂର୍ଣ୍ଣ ଶେଷ ହୋଇଯାଇଛି । ଶିକ୍ଷା କ୍ଷେତ୍ରରେ ମଧ୍ୟ ଗୁରୁତର ପ୍ରଭାବ ପଡିଛି । ସେହିପରି 4ଜି ପାଇଁ ସମସ୍ତେ ଇଚ୍ଛା କରୁଥିବାବେଳେ ଏଠାରେ 2ଜି ଯୋଗାଇ ଦିଆଯାଉଥିବା ସେ କହିଛନ୍ତି ।

ସୂଚନାଥାଉକି, 2019 ମସିହାରେ ଧାରା 370 ଉଚ୍ଛେଦ କରାଯିବା ସହ ଜମ୍ମୁ-କାଶ୍ମୀର ଓ ଲଦାଖକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.