ନୂଆଦିଲ୍ଲୀ: ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରି ଦେଇଛି । ଏହି ଦୁର୍ଘଟଣାରେ ୧୩ ଜଣ ବୀରଙ୍କୁ ହରାଇଥିଲା ଦେଶ । ବ୍ରିଗେଡିୟର ଲିଡର ଲକ୍ଷ୍ମୀନ୍ଦର ସିଂଙ୍କର ଦେହାନ୍ତ ହୋଇଥିଲା । ଦୁର୍ଘଟଣାର ୫ଦିନ ପୂର୍ବରୁ ବ୍ରିଗେଡିୟର ଏଲଏସଙ୍କ ଝିଅ ଆଶାନା ଦେଶର ସୁରକ୍ଷା ପାଇଁ ଜଣେ ସେନା କିପରି ସବୁ କିଛି ତ୍ୟାଗ କରିଥାଏ, ତାକୁ ନେଇ ଏକ କବିତା ପଢିଥିଲେ । ଏହାର ଠିକ କିଛି ଦିନ ପରେ ହେଲିକପ୍ଟର ଦୁର୍ଘଟଣାରେ ଆଶାନା ତାଙ୍କ ବାପାଙ୍କୁ ହରାଇଥିଲେ । ଆଶାନା ପଢିଥିବା କବିତାକୁ ନିଜ ଟ୍ବିଟର ହ୍ୟାଣ୍ଡଲରେ ସେୟାର କରିଛନ୍ତି ଦେଶର ପ୍ରଥମ ଅବସରପ୍ରାପ୍ତ ମହିଳା ଆଇପିଏସ କିରଣ ବେଦୀ ।
-
This is the poem Aashna Lidder ( daughter of Late Brigadier Lidder who lost his life in the Helicopter Crash) recited this from her own book, on Dec 3, in the Friday Book Reading session.
— Kiran Bedi (@thekiranbedi) December 10, 2021 " class="align-text-top noRightClick twitterSection" data="
It was ominous when u listen to it. 🥲🥲😢
Life is very mysterious pic.twitter.com/svg6aIE3Gu
">This is the poem Aashna Lidder ( daughter of Late Brigadier Lidder who lost his life in the Helicopter Crash) recited this from her own book, on Dec 3, in the Friday Book Reading session.
— Kiran Bedi (@thekiranbedi) December 10, 2021
It was ominous when u listen to it. 🥲🥲😢
Life is very mysterious pic.twitter.com/svg6aIE3GuThis is the poem Aashna Lidder ( daughter of Late Brigadier Lidder who lost his life in the Helicopter Crash) recited this from her own book, on Dec 3, in the Friday Book Reading session.
— Kiran Bedi (@thekiranbedi) December 10, 2021
It was ominous when u listen to it. 🥲🥲😢
Life is very mysterious pic.twitter.com/svg6aIE3Gu
ଆଶାନା ପଢିଥିବା କବିତାର ନାମ ଥିଲା 'ଏକ ଅଧୁରା ପରିବାର ସମ୍ପୂର୍ଣ୍ଣ ରାଷ୍ଟ୍ର ପାଇଁ । ଜଣେ ସେନା ଅଧିକାରୀଙ୍କ ଝିଅ ଭାବରେ ଆଶାନା ଏହି କବିତା ପଢିବା ସମୟରେ ତାଙ୍କ ମୁହଁରେ ସେ ଭାବ ସ୍ପଷ୍ଟ ଦେଖାଯାଉଥିଲା । କବିତାରେ ଜଣେ ସେନାଙ୍କ ଜୀବନକୁ ପ୍ରତିଟି ଶଦ୍ଦରେ ତୋଳିଥିଲେ ଆଶାନା । ପ୍ରତିଟି ଶଦ୍ଦରେ ଭାବନା ଜଡିତ ଥିଲା । ଗୋଟିଏ ରାଷ୍ଟ୍ରର ସୁରକ୍ଷା ପାଇଁ କିପରି ଜଣେ ସେନା ତାର ପରିବାରକୁ ଅଧାବାଟରେ ଛାଡିଥାଏ ତାହା ଲେଖାଥିଲା । ଦେଶ ପାଇଁ କିପରି ଜଣେ ବୀର ସୈନିକ ଶହୀଦ ହୋଇଥାଏ । ସମୟର ଖେଳ ଦେଖନ୍ତୁ କିଏ ଜାଣିଥିଲା ଯେଉଁ ଝିଅ ବୀର ସେନାଙ୍କ ସାହାସିକତା ଓ ନିଃସ୍ବାର୍ଥପର ସେବା ପାଇଁ କବିତା ଲେଖିଛନ୍ତି ତାଙ୍କ ମୁଣ୍ଡ ଉପରୁ ବାପାଙ୍କ ହାତ ଉଠିଯିବ । ମଣିଷ ଜୀବନ ପାଣି ଫୋଟକା । ଏହି କବିତା ଶୁଣିବା ବେଳେ ରୁମ ଟାଙ୍କୁରି ଉଠୁଛି ।
ଦୁର୍ଘଟଣାରେ ବାପାଙ୍କୁ ହରାଇବାର ଦୁଃଖ ତ ବହୁତ ହେଲେ ଜଣେ ସେନାଙ୍କ ଝିଅ ହିସାବରେ ଗର୍ବିତ ମଧ୍ୟ । ଦୁର୍ଘଟଣା ପରେ ସେ କହିଛନ୍ତି ଏହା ଦେଶ ପାଇଁ ବଡ କ୍ଷତି । ଭଲ ସ୍ମୃତି ସହିତ ଆଗକୁ ବଢିବୁ ମୋ ବାପା ମୋ ହିରୋ ମୋ ସବୁଠୁ ଭଲ ବନ୍ଧୁ ଥିଲେ । ଦିଲ୍ଲୀରେ ନଭେମ୍ବର ଶେଷରେ ଆଶାନାଙ୍କ ଦ୍ବାରା ଲିଖିତ 'ଇନ ସର୍ଚ୍ଚ ଅଫ ଏ ଟାଇଟଲ', 'ମ୍ୟୁଜିକ ଅଫ ଏ ଟିନ ଏଜର' ନାମକ କବିତା ସଂଗ୍ରାହ ଉନ୍ମୋଚନରେ ବ୍ରିଗେଡିୟର ଏଲଏସ ତାଙ୍କ ସହ ଥିଲେ । ଏହା ସହ ସିଡିଏସ ବିପିନ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ କିରଣ ବେଦୀ ମଧ୍ୟ ଉପସ୍ଥିତ ଥିଲେ ।