ETV Bharat / bharat

ବିହାରରେ ପବନରେ ଭୁଶୁଡିଗଲା ବ୍ରିଜ୍‌, IAS ଅଧିକାରୀଙ୍କ ବୟାନରେ ତାଜୁବ ନୀତିନ ଗଡକରୀ

ନିକଟରେ ବିହାର ସୁଲତାନଗଞ୍ଜର ଏକ ନିର୍ମାଣଧୀନ ବ୍ରିଜ ଭୁଶୁଡି ଯାଇଥିଲା । ଝଡ ତୋଫାନ ଓ ପବନ ପାଇଁ ବ୍ରିଜ ଭୁଶୁଡି ପଡିଥିବା ବୟାନରେ ଦର୍ଶାଇଥିଲେ ଜଣେ IAS ଅଧିକାରୀ । ଆଇଏଏସ ଅଧିକାରୀଙ୍କ ଏହି ବୟାନରେ କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଆଶ୍ଚର୍ଯ୍ୟ ହୋଇଛନ୍ତି । ଅଧିକ ପଢନ୍ତୁ

IAS ଅଧିକାରୀଙ୍କ ବୟାନରେ ଆଶ୍ଚର୍ଯ୍ୟ ନୀତିନ ଗଡକରୀ

author img

By

Published : May 10, 2022, 11:44 AM IST

Updated : May 11, 2022, 7:42 AM IST

ପଟନା(ବିହାର): ନିକଟରେ ବିହାର ସୁଲତାନଗଞ୍ଜର ଏକ ନିର୍ମାଣଧୀନ ବ୍ରିଜ ଭୁଶୁଡି ଯାଇଥିଲା । ଝଡ ତୋଫାନ ଓ ପବନ ପାଇଁ ବ୍ରିଜ ଭୁଶୁଡି ପଡିଥିବା ବୟାନରେ ଦର୍ଶାଇଥିଲେ ଜଣେ IAS ଅଧିକାରୀ । ଆଇଏଏସ ଅଧିକାରୀଙ୍କ ଏହି ବୟାନରେ କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଆଶ୍ଚର୍ଯ୍ୟ ହୋଇଛନ୍ତି । କେନ୍ଦ୍ର ସଡକ ପରିବହନ ମନ୍ତ୍ରୀ କହିଛନ୍ତି ଏପରି କାରଣ ବିଶ୍ବାସଯୋଗ୍ୟ ନୁହେଁ । ଏହା କେବେ ବି ବିଶ୍ବାସ କରି ହେବ ନାହିଁ ।

ପବନ ପାଇଁ ବ୍ରିଜ କିପରି ଭୁଶୁଡିବ?

ଦଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡକରୀ ତାଙ୍କ ସଚିବଙ୍କୁ ବିହାର ସୁଲତାନଗଞ୍ଜ ବ୍ରିଜ ଭୁଶୁଡିବାର କାରଣ ପଚାରିଥିଲେ । ଜବାବରେ ପ୍ରବଳ ପବନ ଯୋଗୁଁ ଏହା ଘଟିଥିବା କହିଥିଲେ ଅଧିକାରୀ । ଉତ୍ତର ଶୁଣି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ ଗଡକରୀ । ଏହା ଶୁଣି କେନ୍ଦ୍ର ମନ୍ତ୍ରୀ ଗଡକରୀ କହିଥିଲେ, "ଜଣେ ଆଇଏଏସ୍ ଅଧିକାରୀଙ୍କ ଏଭଳି ବୟାନକୁ କିପରି ବିଶ୍ବାସ କରିହେବ ? ପବନ ପାଇଁ ବ୍ରିଜ୍‌ ଭୁଶୁଡିବା ବିଶ୍ବାସ କରି ହେଉନାହିଁ । ନିଶ୍ଚୟ କିଛି ଭୁଲ୍ ହୋଇଥିବ ଯେଉଁଥି ପାଇଁ ବ୍ରିଜ୍ ଭୁଶୁଡି ପଡିଲା ।''

କେବେ ଭୁଶୁଡିଥିଲା ବ୍ରିଜ...

  • ବିହାର ଭାଗଲପୁରର ସୁଲତାନଗଞ୍ଜରେ 1,710 କୋଟି ବ୍ୟୟରେ ଏକ ବ୍ରିଜ ନିର୍ମାଣ ହୋଇଥିଲା । ଏପ୍ରିଲ 29 ତାରିଖରେ ବ୍ରିଜଟି ଭୁଶୁଡି ପଡିଥିଲା । ଅଘଟଣରେ କେହି ମୃତାହତ ହୋଇନଥିଲେ ମାତ୍ର କୋଟି କୋଟି ଟଙ୍କା କ୍ଷତି ହୋଇଥିଲା ।
  • ଏହି ଘଟଣାର କାରଣ ଜାଣିବାକୁ IIT ପାଟନା ଓ ପଟନା NIT ଟିମ ମିଳିତ ଭାବେ ତଦନ୍ତ କରିବ । ଯଦି ନିର୍ମାଣରେ ଅବହେଳା ସାମ୍ନାକୁ ଆସେ, ତେବେ କୌଣସି ମତେ ଦୋଷୀଙ୍କୁ ଛଡା ଯିବ ନାହିଁ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସଡକ ନିର୍ମାଣ ମନ୍ତ୍ରୀ କହିଛନ୍ତି ଯେ, ଚଳିତ ବର୍ଷ ଅକ୍ଟୋବର-ନଭେମ୍ବର ସୁଦ୍ଧା ଅଗ୍ରୱାନୀ ଘାଟ ବ୍ରିଜ ନିର୍ମାଣ କାର୍ଯ୍ୟ ଶେଷ ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 11, 2022, 7:42 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.