ETV Bharat / bharat

Bride-Groom Convention: ୨୫୦ ଯୁବତୀଙ୍କୁ ବିବାହ ପାଇଁ ଲାଇନ ଲଗାଇଲେ ୧୧ହଜାର ଯୁବକ

author img

By

Published : Nov 15, 2022, 7:11 AM IST

କର୍ଣ୍ଣାଟକ ବ୍ରାଇଡ ଗ୍ରୁମ କନଭେନସନରେ ୨୫୦ ଯୁବତୀଙ୍କୁ ବିବାହ ପାଇଁ ଲାଗିଲା ଲମ୍ବା ଲାଇନ । ପ୍ରାୟ ୧୧ ହଜାର ଚାଷୀପୁଅ ନିଜ ଜୀବନସାଥୀ ଖୋଜିବା ପାଇଁ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Bride-Groom Convention: ୨୫୦ ଯୁବତୀଙ୍କୁ ବିବାହ ପାଇଁ ଲାଇନ ଲଗାଇଲେ ୧୧ହଜାର ଚାଷୀପୁଅ

ବେଙ୍ଗାଲୁରୁ: କର୍ଣ୍ଣାଟକର ମାଙ୍ଗାଲୁରୁରେ ଆୟୋଜିତ ହେଲା ବ୍ରାଇଡ ଗ୍ରୁମ କନଭେନସନ (Bride and groom convention) । ଏଠାରେ ୨୫୦ ଜଣ ଯୁବତୀଙ୍କୁ ବିବାହ କରିବା ଲାଗି ଲାଇନ ଲଗାଇଛନ୍ତି ୧୧ ହଜାର ଯୁବକ (More than 11 thousand youth queue to marry 250 girls) । ଏହି ଯୁବକଙ୍କୁ ଜୀବନସାଥୀ ଭାବେ କେହି ଯୁବତୀ ନ ମିଳିବା ପରେ ଏମାନେ ଏହି କାର୍ଯ୍ୟକ୍ରମରେ ନିଜ ପାର୍ଟନରକୁ ଖୋଜିବା ଲାଗି ଆସିଛନ୍ତି । ଖାସ କଥା ହେଉଛି ଏଥିରେ ଲାଇନ ଲଗାଇଥିବା ୧୧ ହଜାର ଯୁବକଙ୍କ ମଧ୍ୟରୁ ଅଧିକାଂଶ ରହିଥିଲେ ଚାଷୀ ଘରର ପୁଅ ।

ଯଦି କୌଣସି ଯୁବକ ଚାଷକାର୍ଯ୍ୟ କରୁଛି ତାକୁ ଝିଅ ମିଳିବା କଷ୍ଟକର (Farmer cannot find a girl to marry) । ଚାଷକାର୍ଯ୍ୟ କରୁଥିବା ଶୁଣିବା ମାତ୍ରେ ଝିଅର ପରିବାରର ଯୁବକଟିକୁ ନାପସନ୍ଦ କରିଥାନ୍ତି ଅର୍ଥାତ ସେମାନେ ନିଜ ଝିଅ ପାଇଁ ଏକ ଚାକିରିଆ ବରପାତ୍ର ଖୋଜନ୍ତି । ଚାଷୀ ଆମ ଦେଶର ମେରୁଦଣ୍ଡ ହୋଇଥିବାବେଳେ ସେମାନଙ୍କୁ ମିଳୁନି ଜୀବନସାଥୀ । ରାଜ୍ୟର ମାଣ୍ଡ୍ୟା ଜିଲ୍ଲାରେ (Bride-Groom Convention held at Mandya district) ଏପରି ସମସ୍ୟା ଦେଖିବାକୁ ମିଳିଥିବା ବେଳେ ଏଭଳି ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ରବିବାର ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଚାଷୀପୁଅ ସାମିଲ ରହିଥିଲେ ।

ଏହା ବି ପଢନ୍ତୁ- ବଳପୂର୍ବକ ଧର୍ମାନ୍ତରୀକରଣ: ସୁପ୍ରିମ୍‌କୋର୍ଟଙ୍କ ଚିନ୍ତା ପ୍ରକାଶ, କାର୍ଯ୍ୟାନୁଷ୍ଠାନ ନେଇ କେନ୍ଦ୍ରକୁ ମାଗିଲେ ରିପୋର୍ଟ

ରାଜ୍ୟର ବିଭିନ୍ନ ଅଞ୍ଚଳରୁ ନିଜ ଜୀବନସାଥୀକୁ ଖୋଜିବା ଲାଗି ଧାଡ଼ି ବାନ୍ଧିଥିଲେ ଚାଷୀପୁଅ । କନଭେନସନରେ ୧୨ ହଜାର ନାମାଙ୍କନ ଭରିଥିବା ବେଳେ ସେଥିରେ ୨୫୦ ଜଣ ଯୁବତୀ ରହିଥିଲେ । ମାତ୍ର ପୁଅଙ୍କ ସଂଖ୍ୟା ରହିଥିଲା ୧୧ ହଜାର ୭୫୦ । ଖାସ୍‌ କଥା ଥିଲା ଏଥିରେ ଅଧିକାଂଶ ପୁଅ ଚାଷୀକୂଳର ରହିଥିଲେ । ସେମାନେ ଚାଷକାର୍ଯ୍ୟ କରୁଥିବାବେଳେ ଏଥିରୁ ହିଁ ନିଜର ଗୁଜୁରାଣ ମେଣ୍ଟାଉଥିଲେ । ଭଲ ରୋଜଗାର କରୁଥିଲେ ମଧ୍ୟ ବୃତ୍ତି ଚାଷ ହୋଇଥିବାରୁ ତାଙ୍କୁ ବିବାହ ପାଇଁ ଝିଅ ମିଳୁନଥିବା ସେମାନେ କହିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.