ETV Bharat / bharat

ମରି ବି ଅମର, ଯୁବକଙ୍କ ହାର୍ଟ ଦାନ କଲେ ପରିବାର ଲୋକେ - ଚେନ୍ନାଇରେ ଯୁବକଙ୍କ ଅଙ୍ଗଦାନ ଖବର

ନିଜେ ମରି ଅନ୍ୟର ଜୀବନ ବଞ୍ଚାଇଲେ ଯୁବକ । ବ୍ରେନଡେଡ ହୋଇ ହସ୍ପିଟାଲରେ ପଡିଥିବା ଯୁବକଙ୍କ ଅଙ୍ଗଦାନ କଲେ ପରିବାର ଲୋକେ । ତାମିଲନାଡୁର ଚେନ୍ନାଇରେ ଏମିତି ଏକ ଘଟଣା ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି । ଅଧିକ ପଢନ୍ତୁ

ମରି ବି ଯୁବକ ଅମର
ମରି ବି ଯୁବକ ଅମର
author img

By

Published : May 2, 2022, 8:00 PM IST

ଚେନ୍ନାଇ: ନିଜେ ମରି ଅନ୍ୟରେ ଜୀବନ ବଞ୍ଚାଇଲେ ଯୁବକ । ବ୍ରେନଡେଡ ହୋଇ ହସ୍ପିଟାଲରେ ପଡିଥିବା ଯୁବକଙ୍କ ଅଙ୍ଗଦାନ କଲେ ପରିବାର ଲୋକେ । ତାମିଲନାଡୁର ଚେନ୍ନାଇରେ ଏମିତି ଏକ ଘଟଣା ଏବେ ଚର୍ଚ୍ଚାରେ ବିଷୟ ପାଲଟିଛି ।

ମରି ବି ଯୁବକ ଅମର

ଚେନ୍ନାଇ ସ୍ଥିତ ଖ୍ରୀଷ୍ଟିଆନ୍‌ ମେଡିକାଲ କଲେଜରେ ଜଣେ ଯୁବକଙ୍କ ବ୍ରେନ ଡେଡ ହୋଇଥିବା ନେଇ ଘୋଷଣା କରାଯାଇଥିଲା । ସୂଚନା ଅନୁସାରେ, ଆର. ଦିନାକରନ(୨୧)ଙ୍କ ଗତ ଅପ୍ରେଲ ୨୯ ତାରିଖରେ ସଡକ ଦୁର୍ଘଟଣା ହୋଇଥିଲା । ଏହାପରେ ତାଙ୍କୁ ଖ୍ରୀଷ୍ଟିଆନ୍‌ ମେଡିକାଲ କଲେଜରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ତେବେ ଗତକାଲି ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ତାଙ୍କର ବ୍ରେନଡେଡ ହୋଇଥିବା ନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିଲା ।

ଏହାପରେ ପରିବାର ଲୋକଙ୍କ ସହମତିରେ ଦିନାକରନଙ୍କ କିଡନୀ, ଲିଭର ଏବଂ ଆଖି ସହିତ ହାର୍ଟକୁ ଦାନ କରାଯାଇଥିଲା । ଏଥିପାଇଁ ଚେନ୍ନାଇର ଖ୍ରୀଷ୍ଟିଆନ୍‌ ମେଡିକାଲ କଲେଜରୁ ଆପୋଲୋ ହସ୍ପିଟାଲ ନେବା ପାଇଁ ହୋଇଥିଲା ସ୍ବତନ୍ତ୍ର ବ୍ୟବସ୍ଥା । ଏହି ସବୁ ଅଙ୍ଗ ସୁବିଧାରେ ପହଞ୍ଚିବା ଲାଗି ଏକ ଗ୍ରୀନ କରିଡର ପ୍ରଶାସନ ପକ୍ଷରୁ କରାଯାଇଥିଲେ । ସେହିପରି ଅଙ୍ଗ ପ୍ରତିରୋପଣ ପାଇଁ ଆପୋଲୋ ହସ୍ପିଟାଲର ଏକ ଡାକ୍ତରୀ ଟିମ୍‌ ଖ୍ରୀଷ୍ଟିଆନ ମେଡିକାଲରେ ପହଞ୍ଚିବା ସହ ଅଙ୍ଗ ପ୍ରତିରୋପଣ ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.