ETV Bharat / bharat

Modi in Telangana: ବଂଶବାଦ ନେଇ ଟାର୍ଗେଟ, କହିଲେ BRS ଓ କଂଗ୍ରେସ ଦେଶ ପାଇଁ ବିପଜ୍ଜନକ

author img

By

Published : Jul 8, 2023, 3:43 PM IST

ତେଲେଙ୍ଗାନାରେ ପ୍ରଧାନମନ୍ତ୍ରୀ ମୋଦି । ବଂଶବାଦ ରାଜନୀତି ପ୍ରସଙ୍ଗ ଉଠାଇ କେସିଆରଙ୍କ ଉପରେ ବର୍ଷିଲେ । କହିଲେ BRS ଓ କଂଗ୍ରେସ ଦେଶ ପାଇଁ ବିପଜ୍ଜନକ । କହିଲେ ଦୁର୍ନୀତିରେ ବୁଡିଛି ସରକାର । ଅଧିକ ପଢନ୍ତୁ

PM Modi in Telangana: ବଂଶବାଦକୁ ନେଇ କଲେ ଟାର୍ଗେଟ, କହିଲେ BRS ଓ କଂଗ୍ରେସ ଦେଶ ପାଇଁ ବିପଜ୍ଜନକ

ହାଇଦ୍ରାବାଦ: ତେଲେଙ୍ଗାନାବାସୀ ବଂଶବାଦ ରାଜନୈତିକ ଦଳର ଫାଶରେ ପଡିଯାଇଛନ୍ତି । ରାଜ୍ୟରେ ଶାସନ କରୁଥିବା ସରକାର ଏକ ଦୁର୍ନୀତିଗ୍ରସ୍ତ ସରକାର । ରାଜ୍ୟରେ ଏବେ ସମସ୍ତ ପ୍ରକଳ୍ପରେ ଦୁର୍ନୀତିର ଅଭିଯୋଗ ଆସୁଛି । ସେମାନେ ରାଜ୍ୟର ପ୍ରଗତିରେ ବାଧା ସୃଷ୍ଟି କରୁଛନ୍ତି । କେବଳ ନିଜ ସନ୍ତାନଙ୍କ ରାଜନୈତିକ ଭବିଷ୍ୟତ ପାଇଁ ପ୍ରୟାସ ଜାରି ରଖିଛନ୍ତି । ତେଲେଙ୍ଗାନାରେ ଶାସନରେ ଥିବା ଭାରତ ରାଷ୍ଟ୍ର ସମିତି ଓ କଂଗ୍ରେସ ଉଭୟ ଦେଶ ପାଇଁ ବିପଜ୍ଜନକ । ଆଜି ରାଜ୍ୟ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେ.ଚନ୍ଦ୍ରଶେଖର ରାଓଙ୍କ ନେତୃତ୍ବାଧୀନ ଭାରତ ରାଷ୍ଟ୍ର ସମିତି ଉପରେ ଏପରି ଢଙ୍ଗରେ ବର୍ଷିଛନ୍ତି ।

ଆଜି ଓ୍ବାରଙ୍ଗଲରେ ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳ୍ୟାନାସ କରିବା ପରେ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ଆପଣମାନେ କେବେ ବି ଭାବିନଥିଲେ, ତେଲେଙ୍ଗାନା ଏକ ବଂଶବାଦ ରାଜନୀତିର ଶିକାର ହେବ ବୋଲି । ସେମନେ କେବଳେ ସମେମାନଙ୍କ ପିଲାଙ୍କ ରାଜନୈତିକ ଭବିଷ୍ୟତ ନେଇ ଚିନ୍ତିତ । ଏହି ବଂଶବାଦ ରାଜନୈତିକ ଦଳଗୁଡିକ ସର୍ବଦା ଦୁର୍ନୀତି ସହ ଜଡିତ । ବଂଶବାଦ ଦଳ କଂଗ୍ରେସର ଦୁର୍ନୀତି ସମଗ୍ର ଦେଶ ଦେଖିଥିଲା । ଏବେ ରାଜ୍ୟରେ ଭାରତ ରାଷ୍ଟ୍ର ସମିତି ଶାସନରେ କେଉଁ ସ୍ତରରେ ଦୁର୍ନୀତି ଚାଲିଛି, ତାହା ତେଲେଙ୍ଗାନାବାସୀ ଦେଖୁଛନ୍ତି ।’’

ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ 9 ବର୍ଷ ମଧ୍ୟରେ ତେଲେଙ୍ଗାନାର ପ୍ରଗତି ପାଇଁ କେନ୍ଦ୍ର ସରକାର ସ୍ବତନ୍ତ୍ର ଧ୍ୟାନ ଦେଇ ଆସିଛନ୍ତି । ରାଜ୍ୟରେ ପ୍ରଗତି ଓ ଯୋଗାଯୋଗକୁ ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ଏକାଧିକ କାର୍ଯ୍ୟପନ୍ଥା ହାତକୁ ନିଆଯାଇଛି । ଏବେ ଶାସନରେ ଥିବା ଭାରତ ରାଷ୍ଟ୍ର ସମିତି କେବଳ 4ଟି କାର୍ଯ୍ୟ ରଖିଛନ୍ତି । ସେମାନେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଭାରତୀୟ ଜନତା ପାର୍ଟି ସରକାରଙ୍କୁ ଦୁର୍ବ୍ୟବହାର କରିବାରେ ଲାଗିଛନ୍ତି । ବର୍ତ୍ତମାନର ସେମାନେ ଗୋଟିଏ ପରିବାରକୁ ଶକ୍ତିର କେନ୍ଦ୍ରରେ ପରିଣତ କରିଛନ୍ତି । ସେମାନେ ତେଲେଙ୍ଗାନାର ଆର୍ଥିକ ବିକାଶକୁ ଅସ୍ଥିର କରିଦେଇଛନ୍ତି ଓ ରାଜ୍ୟକୁ ଦୁର୍ନୀତି ମଧ୍ଯକୁ ଠେଲି ଦେଇଛନ୍ତି । ରାଜ୍ୟରେ ଏମିତି କିଛି ପ୍ରକଳ୍ପ ନାହିଁ, ଯେଉଁଥିରେ ଦୁର୍ନୀତି ହୋଇଥିବାର ଅଭିଯୋଗ ହୋଇନାହିଁ । ସେହିପରି ତେଲେଙ୍ଗାନା ଦେଶର ସର୍ବକନିଷ୍ଠ ରାଜ୍ୟ, ହେଲେ ଦେଶର ପ୍ରଗତିରେ ଏହି ରାଜ୍ୟରେ ଏକ ପ୍ରମୁଖ ଭଗିଦାରି ରହିଛି ବୋଲି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ :-ଆଜି ତେଲେଙ୍ଗାନା ଓ ରାଜସ୍ଥାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ୍ବାରଙ୍ଗଲରେ ପ୍ରାୟ 6 ହଜାର ଶହେ କୋଟି ବ୍ୟୟବରାଦରେ ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ସେଠାରେ କାର୍ଯ୍ୟକ୍ରମ ଶେଷ କରି ପ୍ରଧାନମନ୍ତ୍ରୀ ରାଜସ୍ଥାନର ବକାନେର ଗସ୍ତ କରିବେ । ସେଠାରେ ସେ ପ୍ରାୟ 24,300 କୋଟି ବ୍ୟୟବରାଦରେ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ଏଥର ବିଧାନସଭା ନିର୍ବାଚନ ହେବାକୁ ଯାଉଥିବା ରାଜ୍ୟ ମଧ୍ୟରେ ବିଆରଏସ ଶାସିତ ତେଲେଙ୍ଗାନା ଓ କଂଗ୍ରେସ ଶାସିତ ରାଜସ୍ଥାନ ରହିଛି । ତେଣୁ ପ୍ରଧାନମନ୍ତ୍ରୀଙ୍କ ଏହି ଦୁଇ ରାଜ୍ୟ ଗସ୍ତ ନିର୍ବାଚନ ଦୃଷ୍ଟିରୁ ବେଶ ଗୁରୁତ୍ବପୂର୍ଣ୍ଣ ବୋଲି ବିଚାର କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.