ETV Bharat / bharat

କେଦାରନାଥ ଯାତ୍ରା ପାଇଁ ବୁକିଂ ଶେଷ, ଜାରି ହୋଇଛି ୧୦ ହଜାର ଇ-ପାସ

ବାବା କେଦରାନାଥ ଧାମ ଦ୍ବାଦଶ ଜ୍ୟୋର୍ତିଲିଙ୍ଗ ମଧ୍ୟରେ ଅନ୍ୟତମ । ଏବେ ଧିରେ ଧିରେ କୋଭିଡ ସ୍ଥିତିରେ ସୁଧାର ଆସିବାରୁ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡର୍ସ (SOP) ଅନୁଯାୟୀ ଦର୍ଶନ କରିବା ତୀର୍ଥଯାତ୍ରୀ । ଅଧିକ ପଢନ୍ତୁ...

କେଦାରନାଥ ଯାତ୍ରା ପାଇଁ ବୁକିଂ ଶେଷ, ଜାରି ହୋଇଛି ୧୦ ହଜାର ୧୦ ଇ-ପାସ

author img

By

Published : Sep 19, 2021, 8:40 PM IST

ଡେରାଡୁନ୍: କେଦାରନାଥ ଯାତ୍ରା ପାଇଁ ଟିକେଟ ବୁକିଂ ଶେଷ ହୋଇଛି । ସୂଚନାନୁସାରେ ୧୨ ଦିନିଆ କେଦାରନାଥ ଧାମ ଯାତ୍ରା ପାଇଁ ରବିବାର ଟିକେଟ ବୁକିଂ ଶେଷ ହୋଇଥିବା ନେଇ କେଦାରନାଥ ଧାମର ଅଧିକାରୀମାନେ ସୂଚନା ଦେଇଛନ୍ତି । ତେବେ ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗ ଜିଲ୍ଲାରେ ଅବସ୍ଥିତ କେଦାରନାଥ ଧାମ । ପ୍ରତିବର୍ଷ କେଦାରନାଥ, ବଦ୍ରିନାଥ, ଯମୁନୋତ୍ରି ଏବଂ ଗଙ୍ଗୋତ୍ରିକୁ ମିଳିତ ଭାବରେ ଚାରି ଧାମ କୁହାଯାଏ ଓ ଏହି ମନ୍ଦିର ଗୁଡିକ ପ୍ରତିବର୍ଷ ଲକ୍ଷ ଲକ୍ଷ ତୀର୍ଥଯାତ୍ରୀଙ୍କୁ ଆକର୍ଷିତ କରିଥାଏ ।

ଉତ୍ତରାଖଣ୍ଡ ହାଇକୋର୍ଟ ଚାର ଧାମ ଯାତ୍ରାକୁ ପୂର୍ବରୁ ସ୍ଥଗିତ ରଖିଥିବାବେଳେ ଶନିବାର ଠାରୁ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଥିବା ଜଣାପଡିଛି । ତେବେ କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ପ୍ରତ୍ୟେକ ଦିନ ତୀର୍ଥଯାତ୍ରୀଙ୍କ ସଂଖ୍ୟା କେଦାରନାଥକୁ ୮୦୦, ବଦ୍ରିନାଥ ୧୦୦୦, ଗଙ୍ଗୋତ୍ରି ପାଇଁ ୬୦୦ ଓ ଯମୁନୋତ୍ରି ପାଇଁ ୪୦୦ ରହିବ ।

ସେପଟେ ଅଧିକାରୀ ଜଣକ କହିଛନ୍ତି ଯେ କେଦାରନାଥ ଧାମ ପରିଦର୍ଶନ କରିବାକୁ ପଞ୍ଜୀକୃତ ଭକ୍ତମାନଙ୍କୁ ପ୍ରାୟ ୧୦ହଜାର ୧୦ଟି ଇ-ପାସ ପ୍ରଦାନ କରାଯାଇଛି । ସେହି ଅନୁସାରେ ତୀର୍ଥଯାତ୍ରୀଙ୍କୁ ମନ୍ଦିର ଭିତରକୁ ପ୍ରବେଶ କରିବାକୁ ଅନୁମତି ଦିଆଯିବ ଏବଂ ନିକଟରେ ପଞ୍ଜୀକୃତ ହୋଇଥିବା ଲୋକଙ୍କୁ ଆସନ୍ତା 12 ଦିନ ଅପେକ୍ଷା କରିବାକୁ ପଡିବ । ସେହିଭଳି ବଦ୍ରିନାଥରେ ମଧ୍ୟ ସମାନ ପଦ୍ଧତି ଅନୁସରଣ କରାଯାଇଛି । ଯେଉଁଠାରେ ଏପର୍ଯ୍ୟନ୍ତ ମୋଟ 4830 ଇ-ପାସ୍ ଜାରି କରାଯାଇଛି ।

ତେବେ ଏହି ଚାରିଧାମ ଯାତ୍ରା ପାଇଁ ଉତ୍ତରପ୍ରଦେଶ ସରକାର ଏହାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡର୍ସ (SOP) ଲାଗୁ କରିବା ସହ ତୀର୍ଥଯାତ୍ରୀମାନଙ୍କ ପାଇଁ କୋଭିଡ୍ ନେଗେଟିଭ୍ ରିପୋର୍ଟ ବାଧ୍ୟତାମୂଳକ କରିଛନ୍ତି ।

@ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.