ETV Bharat / bharat

ଓବାମାଙ୍କୁ ଟାର୍ଗେଟ କଲେ ସୀତାରମଣ: ‘ତାଙ୍କ କାର୍ଯ୍ୟକାଳରେ 6 ଇସଲାମିକ ଦେଶକୁ ଆକ୍ରମଣ କରିଛି ଆମେରିକା’

author img

By

Published : Jun 25, 2023, 9:51 PM IST

ଓବାମାଙ୍କ ଭାରତୀୟ ସଂଖ୍ୟାଲଘୁ ସୁରକ୍ଷା ମନ୍ତବ୍ୟକୁ ନେଇ ଆମେରିକାରେ ବର୍ଷିଲେ ସୀତାରମଣ । ଓବାମାଙ୍କ କାର୍ଯ୍ୟକାଳରେ 6 ଇସଲାମିକ ଦେଶକୁ ଆମେରିକା ଆକ୍ରମଣ କରିଛି ବୋଲି କହିଲେ । ଅଧିକ ପଢନ୍ତୁ

ଓବାମାଙ୍କୁ ଟାର୍ଗେଟ କଲେ ସୀତାରମଣ: ‘ତାଙ୍କ କାର୍ଯ୍ୟକାଳରେ 6 ମୁସଲିମ ଦେଶକୁ ଆକ୍ରମଣ କରିଛି ଆମେରିକା’

ହାଇଦ୍ରାବାଦ: ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଭାରତୀୟ ସଂଖ୍ୟାଲଘୁ ପ୍ରସଙ୍ଗରେ ମୋଦି ସରକାରକୁ ସମାଲୋଚନା ମୂଳକ ବୟାନକୁ ନେଇ ରାଜନୀତି ଜୋର ଧରିବାରେ ଲାଗିଛି । ଏହି ପ୍ରସଙ୍ଗରେ ଓବାମାଙ୍କୁ କଡା ସମାଲୋଚନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସେ ଆଜି (ରବିବାର) ଆମେରିକାରେ ଏକ ପ୍ରେସମିଟରେ ଓବାମାଙ୍କ ଏହି ମନ୍ତବ୍ୟକୁ ସମାଲୋଚନା କରିବା ସହ ପ୍ରଧାନମନ୍ତ୍ରୀ ମୋଦିଙ୍କର ନିରପେକ୍ଷ ଶାସନର ଉଦାହରଣ ଦେଇଛନ୍ତି ।

ସୀତାରମଣ କହିଛନ୍ତି, ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କର ଏପରି ମନ୍ତବ୍ୟ ଭିତ୍ତିହୀନ । ତାଙ୍କ ରାଷ୍ଟ୍ରପତିତ୍ବ କାଳରେ ବିଶ୍ବର 6ଟି ଇସଲାମ ବହୁଳ ରାଷ୍ଟ୍ରରେ ଆମେରିକା ପକ୍ଷରୁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନରେ ଭାରତରେ କୌଣସି ସାମ୍ପ୍ରଦାୟିକ ଭେଦଭାବ ନାହିଁ । ଭାରତରେ ‘ସବକା-ସାଥ, ସବକା-ବିକାଶ’ ନାରାରେ ଶାସନ ଜାରି ରହିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅନ୍ତର୍ଜାତୀୟ ସ୍ତରରେ ମୋଟ 13ଟି ଦେଶରେ ସମ୍ମାନିତ ହୋଇସାରିଛନ୍ତି । ସେମାନଙ୍କ ମଧ୍ୟରୁ 6ଟି ମୁସଲମାନ ଦେଶ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସମ୍ମାନିତ କରିଛନ୍ତି । ଏହା ତାଙ୍କର ଲୋକପ୍ରିୟତା ଓ ସୁଶାସନକୁ ପ୍ରମାଣିତ କରୁଛି ବୋଲି ସୀତାରମଣ କହିଛନ୍ତି ।

ସେହିପରି ସେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳ ଉପରେ ମଧ୍ୟ ବର୍ଷିଥିଲେ । ବିରୋଧୀ ଦଳମାନେ ଭାରତୀୟ ଜନତା ପାର୍ଟି କିମ୍ବା ପ୍ରଧାନମନ୍ତ୍ରୀଙ୍କ ସହ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବାରେ ସକ୍ଷମ ନୁହନ୍ତି । ତେଣୁ ସେମାନେ ଏପରି କରି ରାଜନୀତି କରିବା ଜାରି ରଖିଛନ୍ତି । ସେମାନେ ବେଳେ ବେଳେ ଅଣପ୍ରସଙ୍ଗକୁ ମଧ୍ୟ ପ୍ରସଙ୍ଗ କରନ୍ତି । ତଥ୍ୟ ପ୍ରମାଣ ନଥାଇ ମଧ୍ୟ ଭିତ୍ତିହୀନ ଅଭିଯୋଗ ଆଣି ରାଜନୀତି କରନ୍ତି ବୋଲି ସୀତାରମଣ କହିଛନ୍ତି ।

ଅନ୍ତର୍ଜାତୀୟ ଗଣମାଧ୍ୟମ ସଂସ୍ଥା CNN କୁ ସାକ୍ଷାତକାର ଦେଇ ଆମେରିକା ପୂର୍ବତନ ରାଷ୍ଟ୍ରପତି ଓବାମା କହିଥିଲେ, ଭାରତରେ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି । ଏହା ନହେଲେ ଭାରତ ସାମ୍ପ୍ରଦାୟିକ ଭାବେ ଅଲଗା ହେବାକୁ ଲାଗିବ । ସେ ସିଧାସଳଖ ସଂଖ୍ୟାଲଘୁ ଭାରତରେ ସୁରକ୍ଷିତ ନାହାନ୍ତି ବୋଲି କହିନଥିଲେ ସୁଦ୍ଧା ସେମାନଙ୍କୁ ସୁରକ୍ଷାର ଆବଶ୍ୟକତା ଥିବା କହି ମୋଦି ଶାସନର ନିରପେକ୍ଷତା ଉପରେ ପରୋକ୍ଷ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ଆମେରିକାର ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ରାଷ୍ଟ୍ରପତି ବାଇଡେନଙ୍କ ସହ ହ୍ବାଇଟ ହାଉସରେ ଥିବା ବେଳେ ହିଁ ଦେଶର ପୂର୍ବତନ ରାଷ୍ଟ୍ରପତି ଓବାମାଙ୍କ ଏପରି ସ୍ପର୍ଶକାତର ପ୍ରସଙ୍ଗରେ ବୟାନ ଆସିଥିଲା । ଯାହାକୁ ନେଇ କଂଗ୍ରେସ ସମେତ ଏକାଧିକ ବିରୋଧୀ ଦଳ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ଶାସନକୁ ସମାଲୋଚନା କରିଥିଲେ । ଏହାକୁ ନେଇ ତମାମ ବରିଷ୍ଠ ବିଜେପି ନେତା ପାଲଟା ଟାର୍ଗେଟ କରିବା ସହ ମୋଦିଙ୍କର ନିରପେକ୍ଷ ଶାସନର ଉଦାହରଣ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.