ETV Bharat / bharat

ପାଟନା ବିମାନ ବନ୍ଦରରେ ବୋମା ! ସର୍ଚ୍ଚ ଅପରେସନ ଜାରି

author img

By

Published : Apr 12, 2023, 3:59 PM IST

ପାଟନା ବିମାନ ବନ୍ଦରରେ ବୋମା ନେଇ ଧମକପୂର୍ଣ୍ଣ କଲ । ଫ୍ଲାଇଟ ଅପରେସନ ବନ୍ଦ, ସର୍ଚ୍ଚ ଅପରେସନ ଜାରି । ଅଧିକ ପଢନ୍ତୁ

ପାଟନା ବିମାନ ବନ୍ଦରରେ ବୋମା ! ସର୍ଚ୍ଚ ଅପରେସନ ଜାରି
ପାଟନା ବିମାନ ବନ୍ଦରରେ ବୋମା ! ସର୍ଚ୍ଚ ଅପରେସନ ଜାରି

ପାଟନା: ଜୟ ପ୍ରକାଶ ନାରାୟଣ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ବୋମା ଥିବା ନେଇ ଏକ ଧମକପୂର୍ଣ୍ଣ କଲ ମିଳିବା ପରେ ହାଇଆଲର୍ଟ ଜାରି କରାଯାଇଛି । ବିମାନ ବନ୍ଦରର ଗ୍ରାଉଣ୍ଡ ଓ ଟର୍ମିନାଲରେ ସର୍ଚ୍ଚ ଅପରେସନ ଜାରି ରହିଛି । କେନ୍ଦ୍ରୀୟ ଶିଳ୍ପ ସୁରକ୍ଷା ବଳ (CISF), ପୋଲିସର ବୋମା ନିଷ୍କ୍ରିୟକାରୀ ଟିମ ଏହି ଅପରେସନ ଜାରି ରଖିଛନ୍ତି । ଏବେ ସୁଦ୍ଧା ବିସ୍ଫୋରକ ନେଇ କୌଣସି ସୂଚନା ମିଳିନାହିଁ । ବିମାନ ବନ୍ଦରରେ ସମସ୍ତ ଅପେରସନ ସାମୟିକ ବନ୍ଦ ରଖାଯାଇଛି ।

ବିମାନ ବନ୍ଦର ନିର୍ଦ୍ଦେଶକଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ, ବିମାନ ବନ୍ଦର ଗ୍ରାଉଣ୍ଡରେ ଏକ ବମ ରଖାଯାଇଥିବା ନେଇ ଏକ ଧମକପୂର୍ଣ୍ଣ କଲ ଆସିଥିଲା । ଏସମ୍ପର୍କରେ ସିଆଇଏସଏଫ ଓ ପୋଲିସକୁ ଅବଗତ କରାଯିବା ପରେ ସର୍ଚ୍ଚ ଅପରରେସନ ଆରମ୍ଭ କରାଯାଇଛି । କଲ ଆସିଥିବା ନମ୍ବର ସମ୍ପର୍କରେ ମଧ୍ୟ ସାଇବର ସେଲ ସୂଚନା ଏକାଠି କରୁଛି । ଏପର୍ଯ୍ୟନ୍ତ କଲଟି କେଉଁଠୁ ଆସିଥିଲା ସେନେଇ ମଧ୍ୟ ପୋଲିସ କିଛି ସ୍ପଷ୍ଟ କରିନି । ତେବେ ନିକଟ ଅତୀତରେ ଏପରି ବୋମା ଥିବାନେଇ ଅନେକ ଧମକପୂର୍ଣ୍ଣ କଲ ପରେ ଗୁଜବ ବୋଲି ପ୍ରମାଣିତ ହୋଇଛି । ହେଲେ ସମସ୍ତ ଘଟଣାରେ ସତର୍କତା ସ୍ବରୂପ ସର୍ଚ୍ଚ ଅପରେସନ କରାଯାଏ ।

ଗତବର୍ଷ ଜୁଲାଇରେ ମଧ୍ୟ ଏପରି ସମାନ ଘଟଣା ଘଟିଥିଲା । ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିବା ଏକ ଇଣ୍ଡିଗୋ ବିମାନ (6e 2126) ରେ ବୋମା ଥିବା ନେଇ ସୂଚନା ମିଳିବା ପରେ ଏହାକୁ ପାଟନାରେ ଜରୁରୀ ଅବତରଣ କରାଯାଇଥିଲା । ଏହା କୌଣସି ଧମକପୂର୍ଣ୍ଣ କଲ ନଥିଲା, ବରଂ ଉକ୍ତ ବିମାନରେ ଯାତ୍ରା କରୁଥିବା ଜଣେ ଯାତ୍ରୀ ନିଜ ବ୍ୟାଗରେ ବୋମା ଥିବା ନେଇ ସହଯାତ୍ରୀଙ୍କୁ କହିଥିଲେ । ବିମାନ ଜରୁରୀକାଳୀନ ଅବତରଣ ପରେ ସମ୍ପୃକ୍ତ ଯାତ୍ରୀଙ୍କ ବ୍ୟାଗ ଓ ସମ୍ପୂର୍ଣ୍ଣ ବିମାନ ସର୍ଚ୍ଚ କରାଯାଇଥିଲା । ହେଲେ ଏଥିରେ ବୋମା କିମ୍ବା ଅନ୍ୟ କୌଣସି ବିସ୍ଫୋରକ ସାମଗ୍ରୀ ଉଦ୍ଧାର କରାଯାଇନଥିଲା । ଏହା ଏକ ଗୁଜବ ଥିଲା । ସମ୍ପୃକ୍ତ ଯାତ୍ରୀଙ୍କୁ ଗିରଫ କରାଯାଇଥିଲା । ଯାତ୍ରୀଜଣଙ୍କ ଏପରି କାହିଁକି କଲେ ସେ ନେଇ ସ୍ପଷ୍ଟ ହୋଇନଥିଲା ।

ବର୍ତ୍ତମାନ ମଧ୍ୟ ମିଳିଥିବା କଲ ଘଟଣାରେ ପୋଲିସ ଗମ୍ଭୀରତାର ସହ କାର୍ଯ୍ୟାନୁଷ୍ଠାନ ନେଇଛି । ଏବେ ବିମାନ ବନ୍ଦରରେ ହାଇଆଲର୍ଟ ଜାରି କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଥିବା ବେଳେ ଅଧିକ ସୂଚନା ପାଇଁ ଅପେକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.