ETV Bharat / bharat

ସ୍କୁଲରେ ବୋମା ସୂଚନା, ଆଲର୍ଟରେ ବେଙ୍ଗାଲୁରୁ ପୋଲିସ - ଘରୋଇ ସ୍କୁଲରେ ବୋମା

କର୍ଣ୍ଣାଟକ ବେଙ୍ଗାଲୁରୁ ବସବେଶ୍ବରା ନଗର ଅଞ୍ଚଳ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ବୋମା ଖଞ୍ଜାଯାଇଥିବା ନେଇ ଆସିଲା ଇ-ମେଲ (Bomb scare in private school) । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯାଞ୍ଚ କରିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ

Bomb scare in private school
Bomb scare in private school
author img

By

Published : Jan 6, 2023, 10:53 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁ ସ୍ଥିତ ଏକ ଘରୋଇ ସ୍କୁଲରେ ବୋମା ଖଞ୍ଜା ହୋଇଥିବା ନେଇ ଇ-ମେଲ୍‌ (Bomb scare in private school) । ଏହାପରେ ବିଦ୍ୟାଳୟରେ ଖେଳିଯାଇଛି ଭୟର ବାତାବରଣ । ସ୍କୁଲକୁ ଖାଲି କରାଯିବା ସହିତ ପୋଲିସକୁ ଏ ନେଇ ଖବର ଦିଆଯାଇଛି । ମାତ୍ର ବିଦ୍ୟାଳୟରେ କୌଣସି ବିସ୍ଫୋରକ ସାମଗ୍ରୀ ଠାବ ହୋଇନଥିବା ବେଳେ ପୋଲିସ ଆଲର୍ଟରେ ରହିଛି । ଏହି ବିଦ୍ୟାଳୟଟି ବସବେଶ୍ବରା ନଗର ଅଞ୍ଚଳରେ ରହିଛି ।

ସ୍କୁଲ କର୍ତ୍ତୃପକ୍ଷଙ୍କୁ ଏଭଳି ଇ-ମେଲ ଆସିବା ପରେ ସେ ସଙ୍ଗେ ସଙ୍ଗେ ପୋଲିସକୁ ସୂଚନା ଦେଇଥିଲେ । ଖବର ପାଇବା ମାତ୍ରେ ପୋଲିସ ମଧ୍ୟ ତତ୍ପରତା ଦେଖାଇ ଘଟଣାସ୍ଥଳରେ ପହଞ୍ଚିଥିଲା । ବୋମା ନିଷ୍କ୍ରିୟକାରୀ ଟିମ ଓ ଡଗ ସ୍କ୍ବାର୍ଡ ମଧ୍ୟ ଉକ୍ତ ଘରୋଇ ବିଦ୍ୟାଳୟରେ ପହଞ୍ଚିଥିଲେ । ମାତ୍ର ବହୁ ଖୋଜାଖୋଜି ପରେ ମଧ୍ୟ ବିଦ୍ୟାଳୟରୁ ସେପରି କିଛି ବିସ୍ଫୋରକ ସାମଗ୍ରୀ ଜବତ ହୋଇନାହିଁ ବୋଲି ପୋଲିସ ସୂଚନା ଦେଇଛି । ଉକ୍ତ ଇ-ମେଲ ପଠାଇଥିବା ଦୁର୍ବୃତ୍ତଙ୍କ ବିରୋଧରେ ପୋଲିସ ମାମଲା ରୁଜୁ କରିଛି । ଦୁର୍ବୃତ୍ତମାନେ କାହିଁକି ଏପରି ମିଥ୍ୟା ଖବର (Fake bomb message) ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦେଇଥିଲେ ସେ ନେଇ ଜଣାପଡିନାହିଁ ।

ଏହା ବି ପଢନ୍ତୁ- ରାସ୍ତା ରୋକିଲା ପୋଲିସ, ବସ ଉପରେ ଚଢି ଲୋକଙ୍କୁ ସମ୍ବୋଧିତ କଲେ ଚନ୍ଦ୍ରବାବୁ ନାଇଡୁ

ପୋଲିସ ପ୍ରାଥମିକ ତଦନ୍ତ ଚଳାଇଥିବା ବେଳେ ସ୍କୁଲ କର୍ତ୍ତୃପକ୍ଷ ମଧ୍ୟ ଏନେଇ ଯାଞ୍ଚ କରୁଛି । ତେବେ ବିଦ୍ୟାଳୟର କୌଣସି ଛାତ୍ର ଏପରି ଧମକପୂର୍ଣ୍ଣ ଇ-ମେଲ ପଠାଇଥିବା ନେଇ ମଧ୍ୟ ଯାଞ୍ଚ ହେଉଛି । ପଶ୍ଚିମ ଡିଭିଜନର ଡିସିପି ଲକ୍ଷ୍ମଣ ନିମ୍ବରାଗି ମଧ୍ୟ ଉକ୍ତ ଘରୋଇ ବିଦ୍ୟାଳୟ ପରିଦର୍ଶନ କରିଛନ୍ତି । ଏନେଇ ସେ କହିଛନ୍ତି, "ଗୁରୁବାର ରାତି ପ୍ରାୟ ୮.୩୦ ମିନିଟରେ ଏହି ଧମକପୂର୍ଣ୍ଣ ମେସେଜ ଆସିଥିଲା । ସ୍କୁଲ କର୍ତ୍ତୃପକ୍ଷ ଶୁକ୍ରବାର ସକାଳେ ଏହି ମେସେଜ ପାଇଥିଲେ । ପ୍ରୋଟକଲ ଅନୁସାରେ ଆମେ ଘଟଣାସ୍ଥଳରେ ପହଞ୍ଚିଥିଲୁ । ଏହାପରେ ଛାତ୍ରଛାତ୍ରୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ମାତ୍ର ପରବର୍ତ୍ତୀ ସମୟରେ ଏହା ଜଣାପଡ଼ିଛି ଯେ ଏହା ଏକ ମିଥ୍ୟା ସୂଚନା ଥିଲା । ମାତ୍ର ଘଟଣାରେ ତଦନ୍ତ ଜାରି ରଖିଛି ପୋଲିସ ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.