ଚେନ୍ନାଇ: 50 ଲକ୍ଷ ଟଙ୍କା ଦାନ କଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ 50 ଲକ୍ଷ ଟଙ୍କା ଦାନ କରିଛନ୍ତି ଅଭିନେତା ରଜନୀକାନ୍ତ । ରାଜ୍ୟରେ କୋରୋନା ସଂକ୍ରମଣ ଦିନକୁ ଦିନ ବେକାବୁ ହେଉଥିବାରୁ ତାମିଲନାଡୁ ସିଏମ୍ ରିଲିଫ ପାଣ୍ଠିକୁ ରଜନୀକାନ୍ତ ଏହି ଟଙ୍କା ଦାନ କରିଛନ୍ତି । ଦେଶରେ କୋରୋନା ଭୂତାଣୁର ଦ୍ୱିତୀୟ ଲହର ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । କୋଭିଡ୍ ବିରୋଧରେ ଲଢିବା ପାଇଁ ଓ ଏହାକୁ ନିୟନ୍ତ୍ରଣ କରିବା ପାଇଁ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ରଜନୀକାନ୍ତ ଆଜି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ. କେ ଷ୍ଟାଲିନଙ୍କୁ ଭେଟି 50ଲକ୍ଷ ଟଙ୍କା ଦାନ କରିଛନ୍ତି ।
କୋରୋନା ମୁକାବୁଲା ପାଇଁ ଅନେକ ସେଲିବ୍ରିଟି ଦାନ କରିବାକୁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ କରିଛନ୍ତି | ଅଭିନେତା ସୂର୍ଯ୍ୟ ଏବଂ ତାଙ୍କ ପରିବାର (1 କୋଟି), ସିଭାକାର୍ତ୍ତିକେୟାନ୍ (25 ଲକ୍ଷ), ନିର୍ଦ୍ଦେଶକ ଭେଟ୍ରି ମାରନ୍ (10 ଲକ୍ଷ) ସିଏମ୍ ରିଲିଫ୍ ପାଣ୍ଠିକୁ ଦାନ କରିଥିଲେ । ଏହା ସହ ଅଭିନେତା ବିକ୍ରମ ମୁଖ୍ୟମନ୍ତ୍ରୀଙ୍କ ସାଧାରଣ ରିଲିଫ୍ ପାଣ୍ଠିକୁ 30 ଲକ୍ଷ ଟଙ୍କା ଦାନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ