ETV Bharat / bharat

ବିଚ୍ଛିନ୍ନାଞ୍ଚଳ ପିଲାଙ୍କ ଆଶାର ଆଲୋକ ‘ବୋଲକୀ ଶାଳା’

author img

By

Published : Dec 12, 2020, 4:39 PM IST

ଲକଡାଉନ କାଳରେ ଅନଲାଇନ ଶିକ୍ଷା ବିକଳ୍ପ ସାଜିଥିବା ବେଳେ ବିଚ୍ଛିନ୍ନାଞ୍ଚଳ ଛାତ୍ରଛାତ୍ରୀଙ୍କ ପାଇଁ ପାଲଟିଛି ବଡ ପ୍ରତିବନ୍ଧକ । ଇଣ୍ଟରନେଟ , ମୋବାଇଲ , ଲାପଟପ ଠାରୁ ବହୁ ଦୂରରେ ରହିଥିବା ଅପହଞ୍ଚ ଇଲାକାର ଲୋକଙ୍କ ପାଇଁ ଆଶାର କିରଣ ସାଜିଛି ଏହି ଫାଉଣ୍ଡେସନ ।

ବିଚ୍ଛିନ୍ନାଞ୍ଚଳ ପିଲାଙ୍କ ଆଶାର ଆଲୋକ  ‘ବୋଲକୀ ଶାଳା’
ବିଚ୍ଛିନ୍ନାଞ୍ଚଳ ପିଲାଙ୍କ ଆଶାର ଆଲୋକ ‘ବୋଲକୀ ଶାଳା’

ପାଲଘର: ମହାମାରୀ ଯୋଗୁଁ ଦେଶରେ ଗଭୀର ଭାବେ ପ୍ରଭାବିତ ହୋଇଛି ପାରମ୍ପରିକ ଶିକ୍ଷା ବ୍ୟବସ୍ଥା । ଆଉ ପାଠପଢିବା ପାଇଁ ଅନଲାଇନ ଶିକ୍ଷା ବ୍ୟବସ୍ଥାର ଆରମ୍ଭ ହୋଇଛି ଟ୍ରେଣ୍ଡ । ହେଲେ ଏଥିଯୋଗୁଁ ମହାରାଷ୍ଟ୍ରର ପାଲଘର ଜିଲ୍ଲାର ଜୋହର ଓ ମୋଖଦା ଭଳି ବିଚ୍ଛିନ୍ନାଞ୍ଚଳ ଛାତ୍ର-ଛାତ୍ରୀଙ୍କୁ ବହୁତ ବାଧକର ସାମ୍ନା ହେବାକୁ ପଡୁଛି । ହେଲେ ଏସବୁ ଚ୍ୟାଲେଞ୍ଜ ମଧ୍ୟରେ ବି ଏଠାକାର ପିଲାଙ୍କ ପାଇଁ ଦିଗନ୍ତ ସ୍ବରାଜ ଫାଉଣ୍ଡେସନ ଆରମ୍ଭ କରିଛି ‘ବୋଲକୀ ଶାଳା’ ପ୍ରୋଜେକ୍ଟ ।

ଦାରିଦ୍ର୍ୟର ସୀମାରେଖା ମଧ୍ୟରେ ସନ୍ତୁଳିତ ମୋଖଦା ଓ ଜୋହର ଭଳି ଅଞ୍ଚଳରେ ବେକାରୀ ଓ ନିରକ୍ଷରତାର ସଂଖ୍ୟା ବହୁତ ଅଧିକା । ଏଣୁ ଅନଲାଇନ ଶିକ୍ଷା ଏଠରେ ସାତ ସପନ କହିଲେ ଭୁଲ ହେବ ନାହିଁ । ବିଚ୍ଛିନ୍ନାଞ୍ଚଳ ଯୋଗୁଁ ଏଠାରେ ନେଟୱର୍କ କଭରେଜ ମିଳିବା ବି କାଠିକର ପାଠ । ଆଉ ଏଭଳି ସଙ୍କଟାପନ୍ନ ସ୍ଥିତିର ମୁକାବିଲା ପାଇଁ ଦିଗନ୍ତ ସ୍ବରାଜ ଫାଉଣ୍ଡେସନ ଖୋଜି ବାହାର କରିଛି ସମାଧାନର ବାଟ ।

ଏଭଳି ଶିକ୍ଷାଦାନ କ୍ଷେତ୍ରରେ ଦିଗନ୍ତ ସ୍ବରାଜ ଫାଉଣ୍ଡସେନ 20 ଆଦିବାସୀ ଗାଁରେ 1 ହଜାର ପିଲାଙ୍କ ପାଖରେ ପହଞ୍ଚିବାକୁ ଲକ୍ଷ୍ୟ ରଖିଛି । ଗ୍ରାମୀଣ ଓ ଅପହଞ୍ଚ ଇଲାକାରେ ସ୍କୁଲ ଶିକ୍ଷାର ବିକଳ୍ପ ଭାବେ ଏକ ପ୍ରେରଣାଦାୟକ ପଦକ୍ଷେପ ‘ବୋଲକୀ ଶାଳା’ । ଆଉ ଏଭଳି ପଦକ୍ଷେପ ପାଇଁ ସରକାର ଏହି ସଙ୍ଗଠନକୁ ସହଯୋଗ କରିବା ଦରକାର ରହିଛି । କାରଣ ଏହା ଦ୍ବାରା ଅନଲାଇନ ଶିକ୍ଷାରୁ ବଞ୍ଚିତ ପିଲା ପାଠ ପଢିପାରିବେ ।

ଗରିବୀରେ ଦହଗଞ୍ଜ ଏଠାକାର ଲୋକ 2 ଓଳି 2 ମୁଠା ଖାଇବାକୁ ପାଉନଥିଲା ବେଳେ ପିଲାଙ୍କ ଅନଲାଇନ ଶିକ୍ଷା ପାଇଁ ଲାପଟପ, ଆଣ୍ଡ୍ରଏଡ ମୋବାଇଲ ଆଣିବେ କେଉଁଠୁ ... ଆଉ ଏଭଳି ସମୟରେ ଆର୍ଥିକ ଅନଗ୍ରସର ଏହି ପଛୁଆ ଅଞ୍ଚଳ ପିଲାଙ୍କ ପାଇଁ ବରଦାନ ପାଲଟିଛି ବୋଲକୀ ଶାଳା । ପିଲାଙ୍କ ପାଖରେ ଶିକ୍ଷା ପହଞ୍ଚାଇବାକୁ ହୋଇଛି ଯଥେଷ୍ଟ ବ୍ୟବସ୍ଥା ।

‘ବୋଲକୀ ଶାଳା’ର ଆୟୋଜନ ଗାଁର ବାରଣ୍ଡାରେ ହୋଇଥାଏ । ସମସ୍ତ ଛାତ୍ର-ଛାତ୍ରୀ ଶ୍ରେଣୀରେ ପଢିବା ବେଳେ କୋରୋନା ନିୟମର ପାଳନ କରନ୍ତି । ଆଉ ରେକର୍ଡ ହେଉଥିବା କବିତା, କାହାଣୀ ଓ ରୁଢିଗୁଡିକର ଆନନ୍ଦ ନିଅନ୍ତି ।

ମୋଖଦା ତହସିଲର ନୀଲମତି , ଡଣ୍ଡୱାଲ ଓ ଆଖପାଖ ଅଞ୍ଚଳରେ ବହୁତ ପରିବାର ଚାଷ ଜମିରେ ଶ୍ରମିକ ଭାବେ କାମ କରନ୍ତି । ଏଣୁ ଏହି ଅଞ୍ଚଳରେ ପିଲାଙ୍କ ଶିକ୍ଷାଙ୍କୁ ନେଇ ରହିଛି ଉଦାସୀନତା ।

ଲକଡାଉନରେ ସ୍କୁଲ ବନ୍ଦ ରହିଛି । ହେଲେ ଏହି ସଙ୍ଗଠନର ପଦକ୍ଷେପ ଦ୍ବାରା ଦିଗହରା ହୋଇପଡିଥିବା ଅପହଞ୍ଚ ଇଲାକାର ପିଲା ସ୍ପିକରରେ ପଢୁଛନ୍ତି ପାଠ , ଆଉ ଦେଖୁଛନ୍ତି ସୁନେଲି ଭବିଷ୍ୟତର ସ୍ବପ୍ନ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.