ପାଟନା: ବିହାରର ବଗମାତୀ ନଦୀରେ ଏକ ଡଙ୍ଗା ବୁଡି ଯାଇଛି । 30ଜଣ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗାଟି ବିହାର ବାଗମତି ନଦୀରେ ବୁଡି ଯାଇଛି । ଅନେକ ପିଲା ନିଖୋଜ ଥିବା ଖବର ମିଳିଛି । ଖବର ପାଇ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଏବେ ସୁଦ୍ଧା 20 ଜଣ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏବେ ବି ଆଉ 10 ଜଣ ନିଖୋଜ ଅଛନ୍ତି । ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କାନ୍ଦ ବୋବାଳି ପଡିଛି ।
-
#WATCH | Boat carrying school children capsizes in Bagmati river in Beniabad area of Bihar's Muzaffarpur pic.twitter.com/TlHEfvvGYy
— ANI (@ANI) September 14, 2023 " class="align-text-top noRightClick twitterSection" data="
">#WATCH | Boat carrying school children capsizes in Bagmati river in Beniabad area of Bihar's Muzaffarpur pic.twitter.com/TlHEfvvGYy
— ANI (@ANI) September 14, 2023#WATCH | Boat carrying school children capsizes in Bagmati river in Beniabad area of Bihar's Muzaffarpur pic.twitter.com/TlHEfvvGYy
— ANI (@ANI) September 14, 2023
ସୂଚନା ଅନୁସାରେ ଅଘଟଣଟି ଆଜି ଅପରାହ୍ନରେ ଘଟିିଛି । ବିହାର ମୁଜାଫରପୁର ଜିଲ୍ଲା ନିକଟରେ ଏକ ସ୍କୁଲର 30 ପିଲାଙ୍କୁ ନେଇ ବାଗମତୀ ନଦୀରେ ଯାଉଥିବା ବେଳେ ଡଙ୍ଗାଟି ହଠାତ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଏହା ଦେଖି ପ୍ରତ୍ୟକ୍ଷଦର୍ଶୀ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଦମକଳ ବାହିନୀ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ପୋଲିସ ଓ ଜିଲ୍ଲା ପ୍ରଶାସନ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଏବେ ସୁଦ୍ଧା 20 ଜଣ ପିଲାଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ଏବେ ବି ଆଉ 10 ଜଣ ନିଖୋଜ ଅଛନ୍ତି । ଉଦ୍ଧାରକାର୍ଯ୍ୟ ଜାରି ରହିଛି ।
ବଗମାତୀ ନଦୀର ଜଳସ୍ତର ଅଧିକ ରହିଛି । କିଛି ଦିନ ହେବ ବାଗମତୀ ନଦୀର ଜଳସ୍ତର ବିପଦ ସଙ୍କେତ ପାର କରିଥିଲା । ଏହା ପରେ ବି ଡଙ୍ଗାରେ କିପରି ସ୍କୁଲ ପିଲାଙ୍କୁ ନେଇ ନଦୀ ପାର ହେଉଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ବିହାରର ବନ୍ୟାପ୍ରବଣ ଅଞ୍ଚଳରେ ସ୍କୁଲ ପିଲା ଏହିପରି ଜୀବକୁ ବାଜିରେ ଲଗାଇ ପ୍ରତିଦିନ ସ୍କୁଲ ଯିବା ଆସିବା କରୁଛନ୍ତି । ହୁଏତ ଆବଶ୍ୟକ ପଦକ୍ଷେପର ଗ୍ରହଣ କରାଯାଇଥିଲେ ଏହି ଅଘଟଣ ଘଟି ନଥାନ୍ତା ।
ଏହା ବି ପଢନ୍ତୁ....Bihar: ଝଡ ପବନରେ ବୁଡିଲା ଡଙ୍ଗା, 3 ଶିଶୁ ଓ ମହିଳାଙ୍କ ସମେତ 5 ମୃତ
ପ୍ରକାଶ ଥାଉ କି, 8ଦିନରେ ବିହାରରେ ଏହା ଦ୍ବିତୀୟ ଡଙ୍ଗା ବୁଡି ଘଟଣା । ଗତ ସେପ୍ଟେମ୍ବର 6 ତାରିଖରେ ବିହାର ଦରଭଙ୍ଗାରେ ଡଙ୍ଗା ବୁଡି 5 ଜଣଙ୍କ ମୃତ୍ୟୁ ହୋଇଥିଲା । ମୃତକଙ୍କ ମଧ୍ୟରେ ଶିଶୁ ଓ ମହିଳା ଥିଲେ । 8 ଦିନ ପରେ ଆଜି ପୁଣି ଏକ ଡଙ୍ଗା ବୁଡି ଅଘଟଣ ହୋଇଛି । ସ୍ଥାନୀୟ ଅଞ୍ଚଳରେ ଏକ ଭୟାଭୟ ପରିବେଶ ସୃଷ୍ଟି ହୋଇଛି ।