ଭୋପାଳ: ମଧ୍ୟପ୍ରଦେଶ ଇନ୍ଦୋରର ଏକ ହସ୍ପିଟାଲକୁ ଚିକିତ୍ସା ପାଇଁ ପହଞ୍ଚିଥିବା ବ୍ଲାକ ଫଙ୍ଗସର 15 ପ୍ରତିଶତ ରୋଗୀଙ୍କ ମସ୍ତିଷ୍କରେ ସଂକ୍ରମଣ ମାମଲା ସାମ୍ନାକୁ ଆସିଛି । ହସ୍ପିଟାଲର ନ୍ୟୁରୋ ସର୍ଜରୀ ବିଭାଗର ଏଚଓଡି ଡାକ୍ତର ମୁକେଶ ଗୁପ୍ତାଙ୍କ କହିବାନୁଯାୟୀ, ହସ୍ପିଟାଲରେ ବର୍ତ୍ତମାନସୁଦ୍ଧା 368 ରୋଗୀ ବ୍ଲାକ ଫଙ୍ଗସ କାରଣରୁ ଭର୍ତ୍ତି ହୋଇଛନ୍ତି ।
ପ୍ରାଥମିକ ଅଧ୍ୟୟନ ଅନୁଯାୟୀ, ଏହି ଫଙ୍ଗସ ପ୍ରାୟ 15 ପ୍ରତିଶତ ରୋଗୀଙ୍କ ମସ୍ତିଷ୍କ ପର୍ଯ୍ୟନ୍ତ ପହଞ୍ଚିସାରିଥିବା ଦେଖିବାକୁ ମିଳିଛି ।
ରୋଗୀଙ୍କ ସିଟି ସ୍କାନ ଏବଂ ଏମଆରଆଇ ପରୀକ୍ଷଣରେ ଏହା ସ୍ପଷ୍ଟ ହୋଇଥିଲା । ଅନେକ ରୋଗୀଙ୍କ ମୁଣ୍ଡବ୍ୟଥା, ବାନ୍ତି ଏବଂ ଦୁର୍ବଳତା ଭଳି ଲକ୍ଷଣ ରହିଥିଲା । ବ୍ଲାକ ଫଙ୍ଗସ୍ ମୁଖ୍ୟତଃ ସାଇନସ । ଏହି ଫଙ୍ଗସ୍ ନାକ ଚାରିପାଖରେ ଥିବା ସାଇନସ ଦେଇ ମସ୍ତିଷ୍କକୁ ଗତି କରେ | ଏହି କାରଣରୁ, ମସ୍ତିଷ୍କରେ ଅନେକ ସମୟରେ ପୁଜ ସୃଷ୍ଟି ହୁଏ | ଏପର୍ଯ୍ୟନ୍ତ ଚାରିଜଣ ରୋଗୀ ବ୍ଲାକ ଫଙ୍ଗସ ନେଇ ମସ୍ତିଷ୍କ ଅସ୍ତ୍ରୋପଚାର କରିଛନ୍ତି ।