ETV Bharat / bharat

ବ୍ଲାକ ଫଙ୍ଗସକୁ ମହାମାରୀ ଭାବେ ଘୋଷଣା କଲେ ବିହାର ସରକାର

author img

By

Published : May 23, 2021, 7:02 AM IST

ମହାମାରୀ ଆକ୍ଟ 1897 ଅନୁଯାୟୀ ବ୍ଲାକ ପଙ୍ଗସରୁ ମହାମାରୀ ରୋଗ ଭାବରେ ଘୋଷଣା କରିଛନ୍ତି ବିହାର ସରକାର । ଅଧିକ ପଢନ୍ତୁ...

ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର
ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର

ପାଟନା: କୋରୋନା ସହିତ ଏବେ ବ୍ଲାକ ଫଙ୍ଗସ ଦେଶ ପାଇଁ ଚିନ୍ତାର କାରଣ ପାଲଟିଛି । ଧିରେ ଧିରେ ଦେଶରେ କଳା କବକ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନେକ ରାଜ୍ୟ ବ୍ଲାକ ଫଙ୍ଗସକୁ ମହାମାରୀ ଭାବରେ ଘୋଷଣା କରିସାରିଲେଣି । ମହାମାରୀ ଆକ୍ଟ 1897 ଅନୁଯାୟୀ ବ୍ଲାକ ପଙ୍ଗସରୁ ମହାମାରୀ ରୋଗ ଭାବରେ ଘୋଷଣା କରିଛନ୍ତି ବିହାର ସରକାର ।

ବିହାର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଏହି ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବ୍ଲାକ ଫଙ୍ଗସକୁ ମହାମାରୀ ଭାବରେ ଘୋଷଣା କରିଛନ୍ତି ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମଙ୍ଗଲ ପାଣ୍ଡେ । ଏନେଇ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ନିର୍ଦ୍ଧିଷ୍ଟ ନିର୍ଦ୍ଦେଶାବଳୀ ଜାରି ହୋଇଛି ।

ମହାମାରୀ ଆକ୍ଟ ଅଧୀନରେ ବ୍ଲାକ ଫଙ୍ଗସ ଏକ ସୂଚନାଯୋଗ୍ୟ ରୋଗ । ସରକାରୀ ଓ ବେସରକାରୀ ଡାକ୍ତରଖାନା ଗୁଡିକ ସିଭିଲ ସର୍ଜନଙ୍କ ମାଧ୍ୟମରେ ସ୍ୱାସ୍ଥ୍ୟ ବିଭାଗକୁ ଜଣାଇବାକୁ ପଡିବ । ବ୍ଲାକ ଫଙ୍ଗସରେ ପୀଡିତ ରୋଗୀଙ୍କୁ ମାଗଣା ଔଷଧ ଯୋଗାଇ ଦିଆଯିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.