ETV Bharat / bharat

ରାଜସ୍ଥାନରେ ମୋଦିଙ୍କ ଟାର୍ଗେଟ, କହିଲେ ଲାଲ ଡାଏରୀରେ କଂଗ୍ରେସର କଳା କାର୍ଯ୍ୟ ରହିଛି

author img

By ETV Bharat Odisha Team

Published : Oct 5, 2023, 3:14 PM IST

ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ରାଜସ୍ଥାନର ଯୋଧପୁର ଗସ୍ତ କରିଛନ୍ତି । ରାଜ୍ୟବାସୀଙ୍କୁ 5 ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେବା ସହିତ ଜନସଭାକୁ ସମ୍ବୋଧିତ କରିଛନ୍ତି । ଅଧିକ ପଢନ୍ତୁ

pm modi rajasthan visit
pm modi at rajasthan

ଜୟପୁର(ରାଜସ୍ଥାନ): ନିର୍ବାଚନ ମୁହାଁ ରାଜସ୍ଥାନର ଯୋଧପୁର ଗସ୍ତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଏକାଧିକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିଛନ୍ତି । 3 ଦିନ ମଧ୍ୟରେ ଏହା ପ୍ରଧାନମନ୍ତ୍ରୀଙ୍କ ଦ୍ବିତୀୟ ରାଜସ୍ଥାନ ଗସ୍ତ । ଯୋଧପୁରରେ 5 ହଜାର କୋଟି ଟଙ୍କାର ପ୍ରକଳ୍ପର ଉଦଘାଟନ କରିବା ସହିତ ଜନସଭାକୁ ସମ୍ଭୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହିତ ରାଜସ୍ଥାନର କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଲାଲ ଡାଏରୀରେ କଂଗ୍ରେସର କଳା ରାଜକୁ ପଦାକୁ ଆଣିବାକୁ ରାଜ୍ୟରେ ଭାଜପା ସରକାର ଅସିବା ଦରକାର ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

  • #WATCH | Jodhpur, Rajasthan | PM Narendra Modi says, "For the BJP Government, your health is our priority. On one side, we are providing free treatment facilities to poor families under the Ayushman Bharat scheme and on the other side, we are building modern hospitals in record… pic.twitter.com/MAOt0wy7ow

    — ANI (@ANI) October 5, 2023 " class="align-text-top noRightClick twitterSection" data=" ">

ଜନସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଯୋଧପୁର ଲୋକଙ୍କୁ ଏକାଧିକ ଉପହାର ମିଳିଛି । ପୂର୍ବରୁ ଦିଲ୍ଲୀରୁ ଆଉ ଏକ ଯୋଜନା କରି ଆସିଛି । ଭାଜପା ସରକାର ନିଷ୍ପତ୍ତି ନେଇ ଉଜ୍ବଳା ଗ୍ୟାସ ସିଲିଣ୍ଡର ଏବେ 600 ଟଙ୍କାରେ ମିଳିବ । ବିଜେପି ସରକାର ପାଇଁ ତୁମ ସମସ୍ତଙ୍କ ସ୍ବାସ୍ଥ୍ୟ ପ୍ରଥମ ପ୍ରାଥମିକତା । ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ଚିକିତ୍ସା ମିଳିଛି । ରେକର୍ଡ ସଂଖ୍ୟାର ଆଧୁନିକ ହସ୍ପିଟାଲ ନିର୍ମାଣ ହେଉଛି । ଆଜି ଯୋଧପୁରରେ 350 ଶଯ୍ୟାବିଶିଷ୍ଟ ଟ୍ରମା ସେଣ୍ଟର ଶିଳାନ୍ୟାସ ହୋଇଛି । ଆଗକୁ କେନ୍ଦ୍ରର ଭାଜପା ସରକାର ରାଜସ୍ଥାନରେ ଏହିପରି ଅନେକ କ୍ରିଟିକାଲ କେୟାର କ୍ଲବ ନିର୍ମାଣ କରିବାକୁ ଯୋଜନା କରିଛି କେନ୍ଦ୍ରରେ ଥିବା ଭାଜପା ସରକାର ।''

ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ରାଜସ୍ଥାନକୁ ପର୍ଯ୍ୟଟନରେ ଏକ ନମ୍ବର କରିବାକୁ ଭଜପା ସରକାର ସଂକଳ୍ପ ନେଇଛନ୍ତି । ଏହାକୁ କିଏ କରିବ ମୋଦି ନୁହେଁ ତୁମର ଭୋଟ ଏହା କରିବ । ତୁମ ଭୋଟର ଶକ୍ତିରେ ବିଜେପି ରାଜସ୍ଥାନରେ ସରକାର ଗଠନ କରିବ ଏବଂ ପର୍ଯ୍ୟଟନରେ ରାଜ୍ୟ ଏକ ନମ୍ବର ହେବ । ବିଜେପି ସରକାର ରାଜସ୍ଥାନ ବିକାଶ ପାଇଁ ସବୁ ପ୍ରକାର ଚେଷ୍ଟା କରୁଛି ମାତ୍ର ଏଠାକାର ସ୍ଥିତି ଦେଖି ଦୁଃଖ ଲାଗୁଛି । 5 ବର୍ଷରେ କଂଗ୍ରେସ ସରକାର ରାଜ୍ୟର ଅବସ୍ଥା ଖରାପ କରି ଦେଇଛି । ଦୁର୍ନୀତି ଓ ଭ୍ରଷ୍ଟାଚାରରେ ରାଜସ୍ଥାନକୁ ଟପରେ ପହଞ୍ଚାଇଛି କଂଗ୍ରେସ । କଂଗ୍ରେସ ମହିଳା ଦଳିତଙ୍କ ବିରୋଧରେ ଅତ୍ୟାଚାର ମାମଲାର ରାଜସ୍ଥାନକୁ ଏକ ନମ୍ବର କରିଛି । ଡଗ୍ସ ବ୍ୟବସାୟୀ ଆରାମରେ ବୁଲୁଛନ୍ତି ।''

  • #WATCH | Jodhpur, Rajasthan | PM Narendra Modi says, "The BJP Government at the Centre is making every effort on its part for the development of Rajasthan. But it is painful to see the condition here...Congress has brought Rajasthan to the top of the country in terms of… pic.twitter.com/hveq2VSylL

ଲାଲା ଡାଏରୀରେ କଂଗ୍ରେସର କଳା କାର୍ଯ୍ୟ: 5 ବର୍ଷରେ ଏଠାରେ କଂଗ୍ରେସ ସରକାର ଗୋଟିଏ ପାଦ ଚାଲିନାହିଁ 24 ଘଣ୍ଟା ଚୌକି ଖେଳ ଚାଲିଥିଲା । ତୁମେ ଲାଲ ଡାଏରୀ ବିଷୟରେ ଜାଣିଛ କି? ଲୋକ କହୁନ୍ତି ଲାଲ ଡାଏରୀରେ କଂଗ୍ରେସର କଳା କାମ ଦୁର୍ନୀତିର ପ୍ରତି ଭ୍ରଷ୍ଟାଚାର ରହିଛି । ଏହି ଲାଲା ଡାଏରୀର କଳା ରାଜ ଖୋଲିବା ଦରକାର କି ନାହିଁ ବୋଲି କହିଥିଲେ ପ୍ରଧାନମନ୍ତ୍ରୀ । କଂଗ୍ରେସ ସରକାର କେବେ ଲାଲା ଡାଏରୀର ରାଜ ଖୋଲିବାକୁ ଦେବ ନାହିଁ । ଯଦି ଏହି ସତ ଜାଣିବାକୁ ତୁମେ ଚାହଁ ତ ଭାଜପା ସରକାର ଆସିବା ନିହାତି ଦରକାର । ଆସନ ଛଡା କଂଗ୍ରେସକୁ ଆଉ କିଛି ଦେଖା ଯାଏ ନାହିଁ । ନା ବୈଜ୍ଞାନିକ ନା ଚାଷୀ କାହା ସହିତ ତାଙ୍କର ସମ୍ପର୍କ ନାହିଁ । ରାଜସ୍ଥାନରେ କଂଗ୍ରେସକୁ ଲୋକଙ୍କ ହିତ ବଦଳରେ ଭୋଟ ବ୍ୟାଙ୍କ ଅଧିକ ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

  • #WATCH | Jodhpur, Rajasthan | PM says, "When such is the condition of law and order situation, investment doesn't take place and business is ruined. But the Congress Govt loves its vote bank more than the welfare of Rajasthan. When Jodhpur was burning with riots, what was the CM… pic.twitter.com/IwlLXuGtaE

ମୋଦି ଉପରେ ରାଜସ୍ଥାନ ମୁ୍ଖ୍ୟମନ୍ତ୍ରୀଙ୍କ ଭରସା ରହିଛି: ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ କହିଛନ୍ତି ଏହା ଏକ ସରକାରୀ କାର୍ଯ୍ୟକ୍ରମ ହେଲେ ମୁଖ୍ୟମନ୍ତ୍ରୀ ଉପସ୍ଥିତ ନାହିଁ । ସେ କାହିଁକି ନାହାନ୍ତି । ସେ ଜାଣିଛନ୍ତି ଯଦି ମୋଦି ଆସନ୍ତି ତେବେ ସବୁ ଠିକ ହେବ । ତାଙ୍କୁ ମୋଦିଙ୍କ ଉପରେ ଏତେ ଭରସା ଅଛି ଯେ ସେ ଜାଣିଛନ୍ତି ଆରେ ଭାଇ ମୋଦି ଆସୁଛନ୍ତି ମାନେ ବସ ହୋଇଗଲା । ମୁଁ ବି ତାଙ୍କୁ କହୁଛି ତୁମେ ବିଶ୍ରାମ କର ଏବେ ଆମେ ସମ୍ଭାଳିବୁ ।''

  • #WATCH | Jodhpur, Rajasthan | PM Narendra Modi says, "In five years, Congress Government did not walk even one step. The 'kursi ka khel' continued here round the clock...Have you heard about 'Lal Diary'? People say that the diary contains every misdeed of Congress' corruption.… pic.twitter.com/ebIuD3dOf1

ଏହା ବି ପଢନ୍ତୁ...ବୀରତା, ବୈଭବ ଓ ବିକାଶକୁ ନେଇ ଆଗକୁ ବଢିବା ଶିଖାଇଛି ରାଜସ୍ଥାନ: ପ୍ରଧାନମନ୍ତ୍ରୀ

ଏହା ବି ପଢନ୍ତୁ...ରାଜସ୍ଥାନରେ କଂଗ୍ରେସକୁ ମୋଦିଙ୍କ ଟାର୍ଗେଟ: କହିଲେ 5 ବର୍ଷରେ ରାଜ୍ୟକୁ ଲୁଟିଛି, ଫେରୱେଲ୍‌ କାଉଣ୍ଟଡାଉନ ଆରମ୍ଭ

ପ୍ରଧାନମନ୍ତ୍ରୀ ଗତ ଅକ୍ଟୋବର 2 ତାରିଖରେ ରାଜସ୍ଥାନ ଗସ୍ତ କରିଥିଲେ । ରାଜସ୍ଥାନବାସୀଙ୍କୁ 7 ହଜାର କୋଟି ଟଙ୍କାର ପ୍ରକଳ୍ପ ଭେଟି ଦେଇଥିଲେ । ଆଜି ପ୍ରଧାନମନ୍ତ୍ରୀଙ୍କର ମଧ୍ୟପ୍ରଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ୧୨,୬୦୦ କୋଟିରୁ ଅଧିକ ଟଙ୍କାର ପ୍ରକଳ୍ପ ଭେଟି ଦେବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.