ETV Bharat / bharat

Presidential poll: BJPର ସଂସଦୀୟ ଦଳ ବୈଠକ ଜାରି, ପ୍ରଧାନମନ୍ତ୍ରୀ ସାମିଲ

author img

By

Published : Jun 21, 2022, 8:35 PM IST

ଦିଲ୍ଲୀରେ ବିଜେପି ସଂସଦୀୟ ଦଳର ବୈଠକ ଜାରି । ପ୍ରଧାନମନ୍ତ୍ରୀ ମୋଦି, ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡାଙ୍କ ସମେତ ବହୁ ବରିଷ୍ଠ ନେତା ସାମିଲ । ରାଷ୍ଟ୍ରପତି ପ୍ରାର୍ଥୀ ନେଇ ଜାରି ରହିଛି ବିଚାର ବିମର୍ଶ । ଆଜି ଅପରାହ୍ନରେ ପ୍ରାର୍ଥୀ ସ୍ପଷ୍ଟ କରି ସାରିଛି ମିଳିତ ବିରୋଧୀ ମଞ୍ଚ । ଅଧିକ ପଢନ୍ତୁ

Presidential poll: BJP ର ସଂସଦୀୟ ଦଳ ବୈଠକ ଜାରି, ପ୍ରଧାନମନ୍ତ୍ରୀ ସାମିଲ

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନ ନେଇ ଦିଲ୍ଲୀରେ ବିଜେପି ସଂସଦୀୟ ଦଳ ବୈଠକ ଜାରି ରହିଛି । ଆଜି ଅପରାହ୍ନରେ ଦଳୀୟ ମୁଖ୍ୟାଳୟରେ ଆରମ୍ଭ ହୋଇଥିବା ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ପରିବହନ ମନ୍ତ୍ରୀ ନୀତିନ ଗଡକାରୀଙ୍କ ସମେତ ବହୁ ବରିଷ୍ଠ ନେତା ମଧ୍ୟ ସାମିଲ ହୋଇଛନ୍ତି ।

  • BJP's parliamentary board meeting begins at party headquarters in Delhi

    PM Narendra Modi, party president JP Nadda, Defence Minister Rajnath Singh, Union Home Minister Amit Shah, Union Minister Nitin Gadkari, and others present at the meeting

    — ANI (@ANI) June 21, 2022 " class="align-text-top noRightClick twitterSection" data=" ">

ଆଜି ମିଳିତ ବିରୋଧୀଙ୍କ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ନେଇ ସ୍ପଷ୍ଟ କରାଯାଇ ସାରିଛି । ବରିଷ୍ଠ ଟିଏମସି ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଯଶୱନ୍ତ ସିହ୍ନାଙ୍କୁ ପ୍ରାର୍ଥୀ ଭାବେ ସମର୍ଥନ କରିଛନ୍ତି 19 ବିରୋଧୀ ଦଳ । ବିରୋଧୀଙ୍କ ପ୍ରାର୍ଥୀ ଘୋଷଣା ପରେ ଏବେ NDA ମେଣ୍ଟର ପ୍ରାର୍ଥୀ ନେଇ ସମଗ୍ର ଦେଶର ନଜର ରହିଛି । ଏହି ବୈଠକ ପରେ ପ୍ରାର୍ଥୀ ଚୂଡାନ୍ତ ନେଇ ଚିତ୍ରରେ ସ୍ପଷ୍ଟତା ଆସିପାରେ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.