ETV Bharat / bharat

ନଡ୍ଡାଙ୍କ କାର ଉପରକୁ ଆକ୍ରମଣ ଘଟଣା: ପଶ୍ଚିମବଙ୍ଗରେ ଦଳୀୟ କର୍ମୀଙ୍କ ବିରୋଧ ପ୍ରଦର୍ଶନ - ବିଜେପିର ବିରୋଧ ପ୍ରଦର୍ଶନ

ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର ଉପରକୁ ଆକ୍ରମଣକୁ ନିନ୍ଦା କରି ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଅଧିକ ପଢନ୍ତୁ...

BJP workers stage protest across state over attack on J P nadda convoy
ନଡ୍ଡାଙ୍କ ଉପରେ ଆକ୍ରମଣକୁ ନେଇ ପଶ୍ଚିମ ବଙ୍ଗରେ ବିରୋଧ ପ୍ରଦର୍ଶନ
author img

By

Published : Dec 10, 2020, 10:51 PM IST

କୋଲକାତା: ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର ଉପରକୁ ଆକ୍ରମଣକୁ ନିନ୍ଦା କରି ପଶ୍ଚିମବଙ୍ଗର ବିଭିନ୍ନ ସ୍ଥାନରେ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଜେପି କର୍ମୀଙ୍କ ପକ୍ଷରୁ ଏହି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ରାଜ୍ୟର ବିଭିନ୍ନ ସ୍ଥାନରେ ବିଜେପି କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଚକାଜାମ କରିଥିଲେ ।

BJP workers stage protest across state over attack on J P nadda convoy
ନଡ୍ଡାଙ୍କ ଉପରେ ଆକ୍ରମଣକୁ ନେଇ ପଶ୍ଚିମ ବଙ୍ଗରେ ବିରୋଧ ପ୍ରଦର୍ଶନ

ତୃଣମୂଳ କଂଗ୍ରେସର କର୍ମକର୍ତ୍ତାମାନେ ଜେପି ନଡ୍ଡାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ କରିଛନ୍ତି ବିଜେପି କର୍ମୀ । ଆକ୍ରମଣ କରିଥିବା ତୃଣମୂଳ କଂଗ୍ରେସର କର୍ମକର୍ତ୍ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ବିଜେପି କର୍ମୀ । ଏହାସହ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଇସ୍ତଫା ଦାବିରେ ଏହି ବିରୋଧଦ ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ ଓ ନେତା ।

ଡାଇମଣ୍ଡ ହାର୍ବରରେ ଏକ ବିଜେପି ସମ୍ମିଳନୀରେ ଯୋଗ ଦେବାକୁ ଯିବା ବେଳେ ଜେପି ନଡ୍ଡାଙ୍କ କାର ଉପରକୁ ପଥର, ଇଟା ମାଡ଼ କରିଥିଲେ ପ୍ରଦର୍ଶନକାରୀ । ଏହି ସମୟରେ ଜେପି ନଡ୍ଡାଙ୍କ ସହ ବିଜେପି ପ୍ରବକ୍ତା ସମ୍ବତି ପାତ୍ର ଓ କୈଳାଶ ବିଜୟବର୍ଗିୟ ମଧ୍ୟ ରହିଥିଲେ । ଏଥିରେ କେତେକ ବିଜେପି କର୍ମୀ ଲହୁଲୁହାଣ ମଧ୍ୟ ହୋଇଥିଲେ।

ପ୍ରଦର୍ଶନକାରୀମାନେ ନଡ୍ଡାଙ୍କ ଗାଡ଼ିକୁ ମଧ୍ୟ ରୋକିବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଥିଲା। ଏହାସହ ଜେପି ନଡ୍ଡା ବୁଧବାର କୋଲକାତାରେ ପହଞ୍ଚିଥିବା ବେଳେ ତାଙ୍କୁ କଳା ପତାକା ଦେଖାଯାଇଥିଲା । ତାଙ୍କ ସୁରକ୍ଷାକୁ ନେଇ କୌଣସି ବ୍ୟାପକ ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ରିପୋର୍ଟ ମାଗିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.