କୋଲକାତା: ଟିଏମସି ସମର୍ଥକଙ୍କ ଆକ୍ରମଣରେ ପଶ୍ଚିମବଙ୍ଗରେ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ବିଜେପି ଦ୍ବାରା ଏକ ସମାବେଶ ଚାଲିଥିବା ବେଳେ ଟିଏମସି ସମର୍ଥକ ମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।
ଆଜି ପଶ୍ଚିମବଙ୍ଗର ହଲିସାହରରେ ବିଜେପିର 'ସଙ୍କଳ୍ପ ଯାତ୍ରା' ଚାଲିଥିବା ସମୟରେ କିଛି ତୃଣମୁଳ କଂଗ୍ରେସର କର୍ମୀ ମାନେ ବିଜେପି କର୍ମୀମାନଙ୍କୁ ଆକ୍ରମଣ କରିଥିବା ଦେଖିବାକୁ ମିଳିଥିଲା ।ଫଳରେ ଜଣେ ଭାଜପା କର୍ମୀ ଗୁରୁତର ଆହତ ହୋଇଥିଲେ । ପରେ ତାଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ