ETV Bharat / bharat

ଫୋକସରେ 2024: ବାଦ ପଡିବେ ଅନୁଭବୀ, 3 ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଖୋଜୁଛି ବିଜେପି ! - ବିଧାନସଭା ନିର୍ବାଚନ 2023

BJP to choose CM: 3 ରାଜ୍ୟର ମଖ୍ୟମନ୍ତ୍ରୀ ଚୟନ ବେଳେ ବିଜେପି ଫୋସକରେ 2024 ସାଧରାଣ ନିର୍ବାଚନ । ରିପିଟ ନହୋଇପାରନ୍ତି ପୁରୁଣା ଦାବିଦାର । ଦଳ ନୂଆ ଚେହେରା ଖୋଜୁଥିବା ଚର୍ଚ୍ଚା । ଅଧିକ ପଢନ୍ତୁ

ଫୋକସରେ 2024 : 3 ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ଦେବ ବିଜେପି !

author img

By ETV Bharat Odisha Team

Published : Dec 6, 2023, 4:14 PM IST

ନୂଆଦିଲ୍ଲୀ: ତିନି ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ ବିଧାନସଭା ନିର୍ବାଚନରେ ବିଜେପିକୁ ସ୍ପଷ୍ଟ ଜନାଦେଶ ମିଳିଛି । ମାତ୍ର ଜନାଦେଶ ପରେ ଏହି ତିନି ରାଜ୍ୟରେ ମୁଖ୍ୟମନ୍ତ୍ରୀ ଚୟନ ପ୍ରସଙ୍ଗ ମଧ୍ୟ ସେତିକି ରୋଚକ ହେବାରେ ଲାଗିଛି । କାରଣ ଏହି ତିନି ରାଜ୍ୟ ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ନିର୍ବାଚନ ଲଢି ବିଜୟୀ ହୋଇଛନ୍ତି ଓ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚଳିତ ଥର ଦାବିଦାର ମଧ୍ୟ ରହିଛନ୍ତି । ମୁଖ୍ୟମନ୍ତ୍ରୀ ଚୟନ ନେଇ ସମୟ ଯେତିକି ବିଳମ୍ବ ହେଉଛି, ଚର୍ଚ୍ଚା ମଧ୍ୟ ସେତିକି ବଢିବାରେ ଲାଗିଛି । ତେବେ ଏହି ବିଳମ୍ବର କାରଣ ହେଉଛି, ବିଜେପି ଫୋକସରେ ରହିଛି 2024 ସାଧାରଣ ନିର୍ବାଚନ । ଆଉ ମାତ୍ର 4 ରୁ 5 ମାସ ବାକିଥିବା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏହି 3 ପ୍ରମୁଖ ମଧ୍ୟ-ଭାରତୀୟ ରାଜ୍ୟରେ ପୁରୁଣାଙ୍କୁ ବାଦ ଦେଇ ନୂଆ ଚେହେରାଙ୍କୁ ମୁଖ୍ୟମନ୍ତ୍ରୀ କରିବାର ସମ୍ଭାବନା ଯଥେଷ୍ଟ ରହିଛି ।

  • BJP to give responsibility of CM post to new faces in Rajasthan, Madhya Pradesh and Chhattisgarh, where assembly polls were held recently: Sources

    — ANI (@ANI) December 6, 2023 " class="align-text-top noRightClick twitterSection" data=" ">

ଗତକାଲି(ମଙ୍ଗଳବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନରେ ଦଳର ବରିଷ୍ଠ ନେତା ଏକାଠି ହୋଇ ତିନି ରାଜ୍ୟର ମୁଖ୍ୟମନ୍ତ୍ରୀ ଚୟନ ନେଇ ଆଲୋଚନା କରିଥିଲେ । ଅପରାହ୍ନରେ ଏକାଧିକ ଘଣ୍ଟା ଚାଲିଥିବା ଏହି ମାନସମନ୍ଥନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା, କେନ୍ଦ୍ର ଗୃହମନ୍ତ୍ରୀ ତଥା ଦଳର ମୁଖ୍ୟ ରଣନୀତିକାର କୁହାଯାଉଥିବା ଅମିତ ଶାହ ପ୍ରମୁଖ ସାମିଲ ଥିଲେ । ଏହି ରାଜ୍ୟ ଗୁଡିକର ସମ୍ଭାବ୍ୟ ମୁଖ୍ୟମନ୍ତ୍ରୀ ପାଇଁ କେନ୍ଦ୍ରୀୟ ନେତୃତ୍ବଙ୍କ ଫୋକସରେ ରହିଛି ନୂଆ ମୁହଁ ।

ଅନ୍ୟପଟେ ବିଧାୟକ ଦଳ ବୈଠକ ପାଇଁ ଦଳ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତି କରିବା ପୂର୍ବରୁ ଦିଲ୍ଲୀରେ ରୁଦ୍ଧଦ୍ବାର ମାନସନ୍ଥନ ଜାରି ରହିଛି । ଯାହା ଦର୍ଶାଉଛି ଯେ, କେବଳ ନବନିର୍ବାଚିତ ବିଧାୟକଙ୍କ ନିଷ୍ପତ୍ତି ନୁହେଁ ବରଂ କେନ୍ଦ୍ରୀୟ ନେତୃତ୍ବଙ୍କ ନିଷ୍ପତ୍ତି ହିଁ ନିର୍ଣ୍ଣାୟକ ହେବ । ମଧ୍ୟ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ପଦ ଦାବିଦାରର ଶୀର୍ଷରେ ରହିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ । ଏହା ସହ 3 କେନ୍ଦ୍ରମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, ପ୍ରହ୍ଲାଦ ସିଂ ପଟେଲ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ ବରିଷ୍ଠ ନେତା କୈଳାଶ ବିଜୟବର୍ଗୀୟଙ୍କ ନାମ ମଧ୍ୟ ମୁଖ୍ୟମନ୍ତ୍ରୀ ରେସରେ ରହିଛି ।

ସେହିପରି ରାଜସ୍ଥାନରେ ପୂର୍ବରୁ ଦୁଇଥର ମୁଖ୍ୟମନ୍ତ୍ରୀ ରହିସାରିଥିବା ବସୁନ୍ଧରା ରାଜେ ସିନ୍ଧିଆ, ପ୍ରଥମ ଥରର ଯୁବ ସାଂସଦ ମହନ୍ତ ବାଲକନାଥଙ୍କ ମଧ୍ୟରେ ସର୍ବାଧିକ ଦାବିଦାର ଥିବା ବେଳେ ସାଂସଦ ଦୀୟା କୁମାରୀ ଓ ଏଥର ବିଧାନସଭା ନିର୍ବାଚନ ଲଢିଥିବା କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାଓ୍ବାତ, ଅର୍ଜୁନ ରାମ ମେଘଓ୍ବାଲ ଓ ପ୍ରଦେଶ ବିଜେପି ମୁଖ୍ୟ ସିପି ଯୋଶୀଙ୍କ ନାମ ତାଲିକାରେ ଯୋଡି ହେଇଛି । ରାଜ୍ୟରେ ସଂଗଠନରେ ସବୁଠାର ଅଧିକ ପ୍ରଭାବ ରଖୁଥିବା ବସୁନ୍ଧରା ରାଜେ ସିନ୍ଧିଆଙ୍କୁ ତୃତୀୟ ଥର ମୁଖ୍ୟମନ୍ତ୍ରୀ ଆସନ ଦେବା ସପକ୍ଷରେ କେନ୍ଦ୍ରୀୟ ନେତା ନଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେଣୁ ଏଠାରେ ସମ୍ଭାବ୍ୟ ନୂଆ ଚେହେରାଙ୍କ ମଧ୍ଯରେ ବାଲକନାଥ ଆଗରେ ରହିଛନ୍ତି ।

ଛତିଶଗଡରେ ଦଳ ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ଚଳିତ ଥର ମଧ୍ୟ ଥିଲେ ସୁଦ୍ଧା ସେ ମଧ୍ୟ ଏକାକୀ ବିକଳ୍ପ ନୁହନ୍ତି । କାରଣ ରାଜ୍ୟ ପ୍ରଦେଶ ଅଧ୍ୟକ୍ଷ ଅରୁଣ ସାଓ ଓ ପ୍ରଶାସନିକ ସେବାରୁ ରାଜନୀତିକୁ ଆସିଥିବା ଓ.ପି ଚୌଧୁରୀ ମଧ୍ୟ ମୁଖ୍ୟମନ୍ତ୍ରୀ ଆସନର ଦାବିଦାର ରହିଛନ୍ତି । ଏହାରି ମଧ୍ୟରେ ଦଳ ଯଦି ନୂଆ ଚେହେରା ଖୋଜେ ତେବେ ରମଣ ସିଂ ତାଲିକାରୁ ବାଦ ପଡିପାରନ୍ତି ।

ଏହା ମଧ୍ୟ ପଢନ୍ତୁ :- ମୁଖ୍ୟମନ୍ତ୍ରୀ ହେବାର ଇଚ୍ଛା କେବେ ନଥିଲା, ଏବେ ବି ନାହିଁ: ଶିବରାଜ

ପୂର୍ବରୁ ମଧ୍ୟ ଭାରତୀୟ ଜନତା ପାର୍ଟି ଏକାଧିକ ରାଜ୍ୟରେ ନେତୃତ୍ବ ପରିବର୍ତ୍ତନ କରିଛି । ଆସାମରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନଓ୍ବାଲଙ୍କୁ କେନ୍ଦ୍ର କ୍ୟାବିନେଟରେ ଦର୍ଜା ଦେଇ ହିମନ୍ତ ବିଶ୍ବଶର୍ମାଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା ଦଳ । ସେହିପରି ତ୍ରିପୁରାରେ ଦଳ ବିପ୍ଳବ ଦେବଙ୍କୁ କେନ୍ଦ୍ରକୁ ଆଣି ମାଣିକ ସାହଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା । ସେତେବେଳେ ଦଳୀୟ ଅସନ୍ତୋଷକୁ ପ୍ରଶମିତ କରିବାରେ ସଫଳ ଗୋଟି ଚଲାଇଥିବା ବିଜେପି ଚଳିତ ଥର ମଧ୍ୟ ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟରେ ସମାନ ତରିକାରେ ଏକାଧିକ ଅନୁଭବୀ ଆଶାୟୀଙ୍କୁ ବାଦ ଦେଇ ନୂଆ ଚେହେରାଙ୍କୁ ନେତୃତ୍ବ ଦେଇପାରେ ।

ବ୍ଯୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.