ETV Bharat / bharat

ରାହୁଲଙ୍କ କିରୋସିନ୍‌ ମନ୍ତବ୍ୟ ପରେ ଘେରିଲା ବିଜେପି, ମନେ ପକାଇଲା 1984 ଦଙ୍ଗା

author img

By

Published : May 21, 2022, 5:56 PM IST

ଲଣ୍ଡନରେ ବର୍ଷିଲେ ରାହୁଲ । ଦିଲ୍ଲୀରେ ବିଜେପିର ପାଲଟା ଆକ୍ରମଣ । ଦେଶ ବିରୋଧୀ ମନ୍ତବ୍ୟ ଦେବା ରାହୁଲ ଓ କଂଗ୍ରେସର ଅଭ୍ୟାସରେ ପରିଣତ ହୋଇ ସାରିଲାଣି ବୋଲି BJP କହିଛି । 1984 ଶିଖ୍‌ ବିରୋଧୀ ଦଙ୍ଗା ଘଟଣା ମନେ ପକାନ୍ତୁ ରାହୁଲ । ଅଧିକ ପଢନ୍ତୁ

କିରୋସିନି ମନ୍ତବ୍ୟ ପରେ ରାହୁଲଙ୍କୁ ଘେରିଲା ବିଜେପି, ମନେ ପକାଇଲା 1984 ଦଙ୍ଗା

ନୂଆଦିଲ୍ଲୀ: ଲଣ୍ଡନ ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ କେମ୍ବ୍ରିଜ ବିଶ୍ବବିଦ୍ୟାଳୟରେ ଆୟୋଜିତ ସେମିନାରରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ବାଧୀନ BJP ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ କଡା ସମାଲୋଚନା କରିଛନ୍ତି । ଫଳରେ ଦେଶରେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଉଷ୍ମ ହେବାରେ ଲାଗିଛି । ଦେଶରେ ବିଜେପି କିରୋସିନି ଛିଞ୍ଚିବା କାର୍ଯ୍ୟ କରିଥିବା ମନ୍ତବ୍ୟରେ ତୀବ୍ର ପ୍ରତିକ୍ରିୟାଶୀଳ ହୋଇଛି ବିଜେପି(BJP slams Rahul Gandhi) । ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ଗୌରଭ ଭାଟିଆ ରାହୁଲଙ୍କୁ କାଉଣ୍ଟର କରିବା ସହ ଗାନ୍ଧୀ ପରିବାର ଦେଶର ଛବିକୁ ମଳିନ କରିଥିବା ସିଧା ଆରୋପ ଲଗାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ଭାରତର ସ୍ଥିତି ଭଲ ନାହିଁ, ବିପଦରେ ଗଣତନ୍ତ୍ର, ଭୁଶୁଡୁଛି ସାମ୍ବିଧାନିକ ଅନୁଷ୍ଠାନ: ରାହୁଲ ଗାନ୍ଧୀ

ଏକ ସାମ୍ବାଦିକ ସମ୍ମିଳନୀରେ ଗୌରଭ କହିଛନ୍ତି, "ରାହୁଲ ସେଠାରେ ବିଭିନ୍ନ ପ୍ରସଙ୍ଗରେ ଯେଉଁ ମତ ପୋଷଣ କରିଛନ୍ତି ତାହା ଦେଶର ଭାବମୂର୍ତ୍ତିକୁ ଖରାପ କରିଛି । ଏହା ରାହୁଲ ଓ ଗାନ୍ଧୀ ପରିବାରର ଏକ ଅଭ୍ୟାସରେ ପରିଣତ ହୋଇ ସାରିଲାଣି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପିକୁ ବିରୋଧ କରିବାକୁ ଯାଇ ସେମାନେ ଦେଶ ବିରୋଧି ମନ୍ତବ୍ୟ ଦେବାରେ ଲାଗିଲେଣି ।" କେବଳ ଏତିକି ନୁହେଁ ଭାଟିଆ, ରାହୁଲଙ୍କୁ ଜଣେ ହତାଶ ଓ ବିଫଳ କଂଗ୍ରେସ ନେତା ବୋଲି ମଧ୍ୟ କହିଛନ୍ତି ।

ରାହୁଲ ଯେବେ ବିଦେଶ ଗସ୍ତ କରୁଛନ୍ତି, ତାଙ୍କର ବ୍ୟବହାର ଓ ମନ୍ତବ୍ୟ କଂଗ୍ରେସ ପାର୍ଟିର ବିଫଳତା ତଥା ଆଜିର ଅବସ୍ଥାକୁୁ ବର୍ଣ୍ଣନା କରୁଛି । 1984ରେ କଂଗ୍ରେସ ଶାସନ କାଳରେ ଦେଶରେ ଯେଉଁ ଦଙ୍ଗା (1984 riots )ସଂଗଠିତ ହୋଇଥିଲା, ଏଥିରେ କଂଗ୍ରେସ ପାର୍ଟି ହିଁ କିରୋସିନି ଛିଞ୍ଚିବା କାର୍ଯ୍ୟ କରିଥିଲା । ରାହୁଲ ଗାନ୍ଧୀ ସେହି ଘଟଣାକୁ ମନେ ପକାନ୍ତୁ ବୋଲି ଭାଟିଆ କହିଛନ୍ତି ।

1984 ମସିହାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କର ଜଣେ ଶିଖ୍‌ ଅଙ୍ଗରକ୍ଷକ ଗୁଳି କରି ହତ୍ୟା କରିବା ପରେ ଦେଶରେ ଶିଖ୍‌ ବିରୋଧୀ ଦଙ୍ଗା ଦେଖିବାକୁ ମିଳିଥିଲା । କଂଗ୍ରେସ ଏହାକୁ ପ୍ରଶମନ କରିବା ପରିବର୍ତ୍ତେ ବଢାଇଥିଲା । ଏହି ଦଙ୍ଗାକୁ ବ୍ୟାପକ କରିବାରେ କଂଗ୍ରେସ ନେତାଙ୍କ ଭୂମିକା ରହିଥିବା ବିଜେପି ମୁଖପାତ୍ର ଅଭିଯୋଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.