ETV Bharat / bharat

The Kashmir Filesକୁ ୟୁଟ୍ୟୁବରେ ଅପଲୋଡ କରିଦିଅ, ସମସ୍ତେ ଦେଖିବେ: କେଜ୍ରିୱାଲ

The Kashmir Files ଫିଲ୍ମକୁ ୟୁଟ୍ୟୁବରେ ଅପଲୋଡ କରିଦିଅ, ସମସ୍ତେ ମାଗଣାରେ ଦେଖିବେ । ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରିବା ପାଇଁ ବିଜେପିର ଦାବିରେ ଏଭଳି ପ୍ରତିକ୍ରିୟା ରଖିଲେ ଅରବିନ୍ଦ କେଜ୍ରିୱାଲ । ଅଧିକ ପଢନ୍ତୁ

The Kashmir Filesକୁ ୟୁଟ୍ୟୁବରେ ଅପଲୋଡ କରିଦିଅ, ସମସ୍ତେ ଦେଖିବେ: କେଜ୍ରିୱାଲ
The Kashmir Filesକୁ ୟୁଟ୍ୟୁବରେ ଅପଲୋଡ କରିଦିଅ, ସମସ୍ତେ ଦେଖିବେ: କେଜ୍ରିୱାଲ
author img

By

Published : Mar 25, 2022, 11:56 AM IST

Updated : Mar 27, 2022, 4:27 PM IST

ନୂଆଦିଲ୍ଲୀ: ଦ କାଶ୍ମୀର ଫାଇଲ୍ସ ଫିଲ୍ମକୁ ନେଇ ବଢୁଛି ବିବାଦ । କାଶ୍ମୀର ପଣ୍ଡିତଙ୍କ ନରସଂହାର ଉପରେ ଆଧାରିତ ଏହି ଫିଲ୍ମ ରିଲିଜ ହେବା ଦିନଠୁ ଏହା ଉପରେ ରାଜନୈତିକ ବୟାନବାଜି ଜାରି ରହିଛି । ଦିଲ୍ଲୀ ବିଧାନସଭା ବଜେଟ ଅଧିବେସନରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏହି ଚର୍ଚ୍ଚିତ ଫିଲ୍ମକୁ ନେଇ ବିଜେପି ଶାସିତ ସରକାରକୁ ସିଧାସଳଖ ଟାର୍ଗେଟ କରିଛନ୍ତି । ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବା ପାଇଁ ଭାରତୀୟ ଜନତା ପାର୍ଟି କରୁଥିବା ଦାବିରେ କେଜ୍ରିୱାଲ କଟାକ୍ଷ କରି କହିଛନ୍ତି, ବିଜେପି ଫିଲ୍ମ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କୁ କହି 'ଦ କାଶ୍ମୀର ଫାଇଲ୍ସ ଫିଲ୍ମ'କୁ ୟୁଟ୍ୟୁବରେ ଅପଲୋଡ କରିଦିଅନ୍ତୁ । ଯଦ୍ବାରା ସବୁ ଲୋକେ ଏହାକୁ ମାଗଣାରେ ଦେଖିପାରିବେ ।

The Kashmir Filesକୁ ୟୁଟ୍ୟୁବରେ ଅପଲୋଡ କରିଦିଅ, ସମସ୍ତେ ଦେଖିବେ: କେଜ୍ରିୱାଲ

ସୂଚନା ଅନୁଯାୟୀ, ଚାଲୁଥିବା ଦିଲ୍ଲୀ ବିଧାନସଭା ବଜେଟ ଅଧିବେଶନରେ ବିଜେପି ବିଧାୟକମାନେ ଦ କାଶ୍ମୀର ଫାଇଲ୍ସ ଫିଲ୍ମକୁ ଟ୍ୟାକ୍ସ ଫ୍ରି କରିବାକୁ ଦାବି କରିଥିଲେ । ଯାହାକୁ ନେଇ କେଜ୍ରିୱାଲ ଏପରି ବୟାନ ଦେଇଛନ୍ତି । ସେ କହିଛନ୍ତି, କିଛି ଲୋକ କାଶ୍ମୀର ପଣ୍ଡିତଙ୍କ ନାଁରେ କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଏବଂ ବିଜେପିକୁ କେବଳ ପୋଷ୍ଟର ଲଗାଇବା କାମ ଦିଆଯାଇଛି ।

ଉଲ୍ଲେଖଯୋଗ୍ୟ, ଦ କାଶ୍ମୀର ଫାଇଲ୍ସ ଫିଲ୍ମ ରିଲିଜ ହେବା ପରଠୁ ଦେଶବ୍ୟାପୀ ଯେତିକି ଚର୍ଚ୍ଚାରେ ରହିଛି ସେତେକି ବିବାଦରେ ବୁଡି ରହିଛି ମଧ୍ୟ । ବିହାର, ମଧ୍ୟ ପ୍ରଦେଶ, ହରିୟାଣା, ଉତ୍ତରପ୍ରଦେଶ, ଗୁଜୁରାଟ, ତ୍ରିପୁରା, ଗୋଆ ଏବଂ ଉତ୍ତରାଖଣ୍ଡ ଆଦି ରାଜ୍ୟରେ ଫିଲ୍ମକୁ ଟ୍ୟାକ୍ସ ଫ୍ରି ଘୋଷଣା କରାଯାଇଛି । ଏହି ଫିଲ୍ମଟି ଦେଖିବାକୁ ସାଧାରଣ ଲୋକେ ବ୍ୟଗ୍ର ହେଉଥିବାବେଳେ ବିଭିନ୍ନ ହାଇପ୍ରୋଫାଇଲ ନେତାମନ୍ତ୍ରୀ ମଧ୍ୟ ଏହାକୁ ଦେଖିଛନ୍ତି । ଏକ ନିର୍ଦ୍ଦିଷ୍ଟ ବର୍ଗକୁ ଫିଲ୍ମଟି ସୁହାଇଲା ଭଳି ତିଆରି ହୋଇଛି ବୋଲି ବିରୋଧି କହୁଛନ୍ତି ।

Last Updated : Mar 27, 2022, 4:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.