ETV Bharat / bharat

କଂଗ୍ରେସକୁ ସୁପର ସ୍ପ୍ରେଡର କହିଲା BJP, ସଭାରେ ନେତାଙ୍କ କାଶିବା ଭିଡିଓ କଲା ସେୟାର - ସଭାରେ କାଶିଲେ କଂଗ୍ରେସ ନେତା

କଂଗ୍ରେସକୁ କୋଭିଡ ସୁପର ସ୍ପ୍ରେଡର କହି ଟ୍ବିଟରେ ସମାଲୋଚନା କଲା ବିଜେପି । କର୍ଣ୍ଣାଟକ କଂଗ୍ରେସ ନେତା ସଭାରେ କାଶୁଥିବା ଭିଡିଓ ସେୟାର କଲା । ଅଧିକ ପଢନ୍ତୁ

କଂଗ୍ରେସକୁ ସୁପର ସ୍ପ୍ରେଡର କହିଲା BJP, ସଭାରେ ନେତାଙ୍କ କାଶିବା ଭିଡିଓ କଲା ସେୟାର

author img

By

Published : Jan 10, 2022, 7:01 AM IST

ବେଙ୍ଗାଲୁରୁ: କଂଗ୍ରେସକୁ ବିଜେପିର କଟାକ୍ଷ । କଂଗ୍ରେସକୁ କୋଭିଡ ସୁପର ସ୍ପ୍ରେଡର କହି ଟ୍ବିଟରେ ସମାଲୋଚନା କଲା ବିଜେପି । କର୍ଣ୍ଣାଟକ କଂଗ୍ରେସ ମୁଖ୍ୟ ଡି.କେ ଶିବକୁମାର ସଭାରେ କାଶୁଥିବାର(Congress President DK Shivakumar coughing In Public) ଏକ ଭିଡିଓ ସେୟାର କରି ବିଜେପି ତାଙ୍କୁ କଟାକ୍ଷ କରିବା ସହ ସୁପର ସ୍ପ୍ରେଡର କହିଛି ।

ବିଜେପି କହିଛି ଯେ, ଡି.କେ ଶିବକୁମାର ସର୍ବସାଧାରଣରେ ବିନା ମାସ୍କରେ କିପରି କାଶୁଛନ୍ତି ଦେଖନ୍ତୁ । ଡି.କେ ତାଙ୍କର ନକଲି ମେକେଦାତୁ ଡ୍ୟାମ କାର୍ଯ୍ୟକ୍ରମରେ ଏହିପରି କାଶୁଛନ୍ତି । ଏଥିରୁ ଜଣାପଡିଛି ଯେ, ତାଙ୍କ ନିକଟରେ କୋଭିଡ-19 ଲକ୍ଷଣ ରହିଛି, କିନ୍ତୁ ସେ ବିନା ମାସ୍କରେ କଂଗ୍ରେସ କର୍ମୀଙ୍କ ସଂସ୍ପର୍ଶରେ ଆସୁଛନ୍ତି । ସେ କୋରୋନା ସଂକ୍ରମଣ ବୃଦ୍ଧି କରିବାରେ ଲାଗିଛନ୍ତି କି ବୋଲି ବିଜେପି ପ୍ରଶ୍ନ କରିଛି ।

ଅନ୍ୟପଟେ ବିଜେପି ଏହି ଭିଡିଓ ସେୟାର କରିବା ପରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବସବରାଜ ବୋମାଇ କହିଛନ୍ତି ଯେ, ନିୟମ ଅନୁଯାୟୀ କଂଗ୍ରେସ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସେପଟେ କଂଗ୍ରେସ ଆଜି(ରବିବାର) ମେକେଦାତୁରୁ ବେଙ୍ଗାଲୁରୁ ପର୍ଯ୍ୟନ୍ତ 10 ଦିନିଆ ପଦଯାତ୍ରା ଆରମ୍ଭ କରିଛି । ଯେଉଁଠାରେ କୋଭିଡ -19 ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ ଦୈନିକ ମାମଲା ମଧ୍ୟ ବୃଦ୍ଧି ପାଇବାରୁ ସରକାର କର୍ଫ୍ୟୁ ଲାଗୁ କରିବା ସହ କୌଣସି ପ୍ରକାର ସମାବେଶକୁ ବାରଣ କରିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.