ETV Bharat / bharat

ଦେଶର ୫୧୨ ଜିଲ୍ଲାରେ ପାର୍ଟି ଅଫିସ ଖୋଲିବ BJP - ଗୁରୁଗ୍ରାମରେ ବିଜେପି ପାର୍ଟି ଅଫିସର ଉଦଘାଟନ କଲେ ନଡ୍ଡା

ଦେଶରେ ୨୧୫ ଜିଲ୍ଲାରେ ବିଜେପି କାର୍ଯ୍ୟାଳୟ ରହିଛି ଏବଂ ୧୬୩ ଜିଲ୍ଲାରେ ଏବେ କାମ ଜାରି ରହିଛି, ଆଗାମୀ ଦିନରେ ୫୧୨ ଜିଲ୍ଲାରେ ପାର୍ଟି ଅଫିସ ଖୋଲିବା ନେଇ ଘୋଷଣା କଲେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା । ଅଧିକ ପଢନ୍ତୁ

ଦେଶର ୫୧୨ ଜିଲ୍ଲାରେ ପାର୍ଟି ଅଫିସ ଖୋଲିବ BJP
ଦେଶର ୫୧୨ ଜିଲ୍ଲାରେ ପାର୍ଟି ଅଫିସ ଖୋଲିବ BJP
author img

By

Published : Apr 15, 2022, 9:13 AM IST

ଚଣ୍ଡିଗଡ: ଦେଶର ୫୧୨ ଜିଲ୍ଲାରେ ପାର୍ଟି ଅଫିସ ଖୋଲିବ ବିଜେପି । ଗତକାଲି ଗୁରୁଗ୍ରାମରେ ନୂଆ ପାର୍ଟି ଅଫିସ ଉଦଘାଟନ କରିବା ସମୟରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ଘୋଷଣା କରିଥିଲେ । ଏପର୍ଯ୍ୟନ୍ତ ଦେଶରେ ୨୧୫ ଜିଲ୍ଲାରେ ବିଜେପି କାର୍ଯ୍ୟାଳୟ ରହିଛି ଏବଂ ୧୬୩ ଜିଲ୍ଲାରେ ଏବେ କାମ ଜାରି ରହିଥିବା କହିଥିଲେ ଜେପି ନଡ୍ଡା ।

ଗତକାଲି ଡ. ବି ଆର ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ହରିୟାଣାର ଗୁରୁଗ୍ରାମରେ ପାର୍ଟି କାର୍ଯ୍ୟାଳୟ 'ଗୁରୁକମଲ'ର ଉଦଘାଟନ କରିଥିଲେ । ଏହି ଅବସରରେ ସେ ଦେଶର ୫୧୨ଟି ଜିଲ୍ଲାରେ ପାର୍ଟି ଅଫିସ୍ ଖୋଲିବାକୁ ଥିବା ଯୋଜନା ବିଷୟରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସେ ମୋଦି ସରକାରଙ୍କ ଯୋଜନା ବିଷୟରେ ଲୋକଙ୍କୁ ଅବଗତ କରାଇଥିଲେ ।

ଦେଶରେ ୧୧ କୋଟି ଶୌଚାଳୟ ନିର୍ମାଣ କରି ପ୍ରଧାନମନ୍ତ୍ରୀ ଲୋକଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛନ୍ତି । ଉଜ୍ବଳା ଯୋଜନା ଅନୁଯାୟୀ ୧୦କୋଟି ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ଛାତ୍ରଙ୍କୁ ହରିୟାଣା ସରକାର ସହଯୋଗ କରିବେ ବୋଲି ଘୋଷଣା କରିଥିଲେ।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.