ETV Bharat / bharat

ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ବଳ ମୁତୟନ ପାଇଁ ଦାବି କଲା ବିଜେପି - ପଶ୍ଚିମବଙ୍ଗରେ ଜେପି ନଡ୍ଡାଙ୍କୁ ଆକ୍ରମଣ ଘଟଣା

ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ, ରାଜ୍ୟରେ କେନ୍ଦ୍ରୀୟ ସାମରିକ ବଳ ମୁତୟନ ଦାବି କଲା ବିଜେପି । ପଢନ୍ତୁ ଅଧିକ.....

ପଶ୍ଚିମବଙ୍ଗରେ କେନ୍ଦ୍ରୀୟ ବଳ ମୁତୟନ ପାଇଁ ଦାବି କଲା ବିଜେପି

author img

By

Published : Dec 13, 2020, 6:02 PM IST

କୋଲକାତା: ତୃଣମୂଳ କଂଗ୍ରେସ ସୁପ୍ରିମୋ ମମତା ବାନାର୍ଜୀ ହିଂସା ଓ ଅରାଜକତା ସୃଷ୍ଟି କରିବା ସହ ସରକାରୀ କ୍ଷମତାର ଅପ ବ୍ୟବହାର କରି ଶାସନରେ ରହିବାକୁ ଚାହୁଁଛନ୍ତି । ତେଣୁ ସମଗ୍ର ପଶ୍ଚିମବଙ୍ଗରେ ଏବେ ଆଇନ ଶୃଙ୍ଖଳା ଭୁଷିଡିବା ସହ ହିଂସା ଓ ଆତଙ୍କର ଗଡରେ ପରିଣତ ହୋଇଛି । ରାଜ୍ୟ ପୋଲିସ ମଧ୍ୟ ମମତା ସରକାରର ଗୁଣ୍ଡା ବାହିନୀ ପରି କାମ କରୁଛି । ତେଣୁ ତୁରନ୍ତ ରାଜ୍ୟରେ କେନ୍ଦ୍ରୀୟ ସୁରକ୍ଷା ବଳ ନୁତୟନ କରିବା ପାଇଁ ଦାବି କରିଛନ୍ତି ପଶ୍ଚିମବଙ୍ଗ ବିଜେପିର ବରିଷ୍ଠ ନେତା ତଥା ରାଷ୍ଟ୍ରୀୟ ମହାସଚିବ କୈଳାସ ବିଜୟବର୍ଗୀୟ ।

ଆସନ୍ତା ବର୍ଷ ଏପ୍ରିଲରୁ ମେ ମେ’ ମଧ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଏଭଳି ପରିସ୍ଥିତି ଲାଗି ରହିଲେ କେବେ ବି ଶାନ୍ତିଶୃଙ୍ଖଳା ଓ ନିରପେକ୍ଷ ନିର୍ବାଚନ ସମ୍ଭବ ନୁହେଁ ବୋଲି କହିଛି ଭାଜପା । ମମତା ବାନାର୍ଜୀ କ୍ଷମତାରେ ଥିଲେ ସୁଦ୍ଧା ତାଙ୍କ ପାଦ ତଳୁ ମାଟି ଖସୁଥିବା ସେ ଜାଣିଛନ୍ତି । ତେଣୁ କ୍ଷମତା ବଞ୍ଚାଇବା ପାଇଁ ସେ ହିଂସାର ଓ ଅରାଜକତାର ଆଶ୍ରୟ ନେଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି । ତେଣୁ ନିର୍ବାଚନ ପୂର୍ବରୁ ରାଜ୍ୟରେ କେନ୍ଦ୍ରୀୟ ସାମରିକ ବଳ ମୁତୟନ କରାଯିବାର ଆବଶ୍ୟକତା ଥିବା ସେ ନିର୍ବାଚନ କମିଶନକୁ ଜଣାଇଥିବା ମଧ୍ୟ କହିଛନ୍ତି କୈଳାସ ।

ଗତ 10 ତାରିଖରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର ଉପରେ ପଥର ମାଡକୁ ନେଇ କେନ୍ଦ୍ର ସରକାର ଓ ପଶ୍ଟିମବଙ୍ଗର ଶାସକ ଦଳ ତୃଣମୂଳ କଂଗ୍ରେସ ମଧ୍ୟରେ ତିକ୍ତତା ବଢିବାରେ ଲାଗିଛି । ଆଇନ ଶୃଙ୍ଖଳାରେ ଅବହେଳା ଦର୍ଶାଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପଶ୍ଚିମବଙ୍ଗର 3 ବରିଷ୍ଠ IPS ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ଯୋଗ ଦେବା ନିର୍ଦ୍ଦେଶକୁ ପ୍ରତ୍ୟାଖାନ କରିଛନ୍ତି ମମତା ସରକାର । ବର୍ତ୍ତମାନ ପରିସ୍ଥିତିରେ ଅଧିକାରୀଙ୍କୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇ ପାରିବ ନାହିଁ ବୋଲି କହିଛନ୍ତି ମମତା ସରକାର । ଏପରି ସ୍ଥିତିରେ ପଶ୍ଚିମବଙ୍ଗ ସରକାର ଓ କେନ୍ଦ୍ର ସରକାର ମଧ୍ୟରେ ସାମ୍ବିଧାନିକ ସଂକଟ ସୃଷ୍ଟି ହେବାର ଆଶଙ୍କା ମଧ୍ୟ ଦେଖାଦେଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.