ETV Bharat / bharat

ଆଜି କୋଲକାତାରେ ‘ପରିବର୍ତ୍ତନ ରଥଯାତ୍ରା’ର ଆରମ୍ଭ କରିବେ ନଡ୍ଡା - jp nadda

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶୁକ୍ରବାର ରାତିରେ କୋଲକାତାରେ ପହଞ୍ଚିଛନ୍ତି। ଅଧିକ ପଢନ୍ତୁ...

ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା
ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା
author img

By

Published : Feb 6, 2021, 10:11 AM IST

କୋଲକାତା: ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଶୁକ୍ରବାର ରାତିରେ କୋଲକାତାରେ ପହଞ୍ଚିଛନ୍ତି। ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଦଳ ପାଇଁ ଜନସାଧାରଣଙ୍କ ସମର୍ଥନ ହାସଲ କରିବା ଲକ୍ଷ୍ୟରେ ସେ ରାଜ୍ୟରେ ରଥଯାତ୍ରା ଆରମ୍ଭ କରିବାକୁ ଯାଉଛନ୍ତି।

ନଡ୍ଡା କୋଲକାତା ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ଦଳର ଜାତୀୟ ଉପ-ସଭାପତି ମୁକୁଲ ରୟ ଏବଂ ଦଳର ଜାତୀୟ ସାଧାରଣ ସମ୍ପାଦକ କୈଲାଶ ବିଜୟବର୍ଗୀୟ ତାଙ୍କୁ ଅଭିବାଦନ ଜଣାଇଥିଲେ । ସାଧୁ ଚୈତନ୍ୟ ମହାପ୍ରଭୂଙ୍କ ଜନ୍ମସ୍ଥାନ ନଦିଆ ଜିଲ୍ଲାର ନବଦ୍ବୀପରୁ ଶନିବାର ପରିବର୍ତ୍ତନ ଯାତ୍ରା ଆରମ୍ଭ ହେବ।

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଦ୍ବାରା ପ୍ରସ୍ତାବିତ 5 ଟି ରଥ ମଧ୍ୟରୁ ଦୁଇଟି ରଥାଯାତ୍ରା ଆରମ୍ଭ ହେବ ବୋଲି ଆଶା କରାଯାଉଛି । ନଡ୍ଡା ସକାଳେ ମାଲଦା ପହଞ୍ଚିବେ ଏବଂ ରୋଡ୍ ସୋରେ ଯୋଗଦେବା ସହିତ ଜିଲ୍ଲାରେ ଆୟୋଜିତ ଅନ୍ୟ ଦୁଇଟି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ । ସେ କହିଛନ୍ତି ଯେ ଅପରାହ୍ନରେ ସେ ନବଦ୍ବୀପରୁ ରଥ ଯାତ୍ରା ଆରମ୍ଭ କରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.