ETV Bharat / bharat

assembly polls: ଉତ୍ତରାଖଣ୍ଡର ପ୍ରତି ବୁଥରେ ୧୦ଟି ବୈଠକ କରିବ ବିଜେପି

author img

By

Published : Jan 25, 2022, 11:11 AM IST

ଉତ୍ତରାଖଣ୍ଡରେ କ୍ଷମତା ବଜାୟ ରଖିବାକୁ ବିଜେପିର ରଣନୀତି । ରାଜ୍ୟର ପ୍ରତି ବୁଥରେ ୧୦ଟି ବୈଠକ କରିବ ଭାରତୀୟ ଜନତା ପାର୍ଟି । ଅଧିକ ପଢନ୍ତୁ

assembly polls: ଉତ୍ତରାଖଣ୍ଡର ପ୍ରତି ବୁଥରେ ୧୦ ବୈଠକ କରିବ ବିଜେପି

ନୂଆଦିଲ୍ଲୀ: ପାଖେଇ ଆସୁଛି ୫ ରାଜ୍ୟରେ ବିଧାନସଭା ନିର୍ବାଚନ । ପ୍ରତିଦ୍ବନ୍ଦୀଙ୍କୁ କଡା ଟକ୍କର ଦେବାକୁ ରଣନୀତି ଚଳାଇଛନ୍ତି ପ୍ରମୁଖ ରାଜନୈତିକ ଦଳ । ଏହି ପରିପ୍ରେକ୍ଷୀରେ ଉତ୍ତରାଖଣ୍ଡରେ ପୁଣିଥରେ କ୍ଷମତା ବଜାୟ ରଖିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଭାରତୀୟ ଜନତା ପାର୍ଟି । ବିଜେପି ଉତ୍ତରାଖଣ୍ଡର ପ୍ରତି ବୁଥ୍‌ରେ ୧୦ଟି ବୈଠକ କରିବାକୁ ଯୋଜନା କରିଛି(bjp plans to hold 10 meetings every booth in uttarakhand) । ଏହିସବୁ ବୈଠକରେ ଦଳର ଅଗ୍ରଗତି ଉପରେ ଚର୍ଚ୍ଚା କରାଯିବ ।

ଦଳ ପ୍ରତ୍ୟେକ ବୁଥରେ ୧୦ଟି ବୈଠକ କରିବାକୁ ଟାର୍ଗେଟ ରଖିଛି । ଯଦ୍ବାରା ନିର୍ବାଚନ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ବୁଥରେ ପ୍ରସ୍ତୁତି ଏବଂ ସେହି ବୁଥ୍‌ର ଭୋଟରଙ୍କ ସହ ସଠିକ୍ ସମନ୍ବୟ ରକ୍ଷା କରାଯାଇପାରିବ । ପ୍ରକାଶ ଥାଉକି, ଉତ୍ତରାଖଣ୍ଡରେ ୧୦ ହଜାରରୁ ଅଧିକ ବୁଥ୍ ରହିଛି । ରାଜ୍ୟର ସମସ୍ତ ଭାଜପା ପ୍ରାର୍ଥୀଙ୍କୁ ବୁଥ୍ ଅଧ୍ୟକ୍ଷ ଏବଂ ପନ୍ନା ପ୍ରମୁଖ ବା ଭୋଟର ଲିଷ୍ଟ ଦାୟିତ୍ବରେ ଥିବା ବ୍ୟକ୍ତିଙ୍କ ସହ ସମନ୍ବୟରେ କାର୍ଯ୍ୟ କରିବାକୁ ଦଳ ପକ୍ଷରୁ କୁହାଯାଇଛି । ପନ୍ନା ପ୍ରମୁଖ ହେଉଛନ୍ତି ବିଜେପିର ନିର୍ବାଚନୀ ରଣନୀତିର ମୁଖ୍ୟ ଅଂଶ ଯିଏକି ତୃଣମୂଳ ସ୍ତରରେ ଭୋଟରଙ୍କ ସହ ଯୋଗାଯୋଗର ପ୍ରଥମ ବିନ୍ଦୁ ।

ବର୍ତ୍ତମାନ ସୁଦ୍ଧା ଉତ୍ତରାଖଣ୍ଡ ପାଇଁ ବିଜେପି ୫୯ ଜଣ ପ୍ରାର୍ଥୀ ନାମ ଘୋଷଣା କରିସାରିଛି । ଖୁବ୍‌ଶୀଘ୍ର ଆଉ ୧୧ ଜଣଙ୍କ ନାମ ଘୋଷଣା କରାଯିବାର ଅଛି । ସେହିପରି କୋଭିଡ କଟକଣା ମଧ୍ୟରେ ଦଳ ଭର୍ଚୁଆଲ ରାଲି କରିବାକୁ ପ୍ରସ୍ତୁତି ଜୋରଦାର୍ କରିଛି । ଏହି ପରିପ୍ରେକ୍ଷୀରେ ଭାଜପା ପ୍ରତି ବିଧାନସଭା କ୍ଷେତ୍ରରେ ଆଇଟି ଏକ୍ସପର୍ଟ ନିୟୋଜିତ କରିବାକୁ ଲକ୍ଷ୍ୟ ରଖିଛି । ଉତ୍ତରାଖଣ୍ଡ ୭୦ ବିଧାନସଭା ଆସନ ପାଇଁ ଫେବୃୟାରୀ ୧୪ରେ ଗୋଟିଏ ପର୍ଯ୍ୟାୟ ଭୋଟ୍ ଗ୍ରହଣ ହେବ ଏବଂ ମାର୍ଚ୍ଚ ୧୦ରେ ଭୋଟ୍ ଗଣତି କରାଯିବ ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.