ETV Bharat / bharat

Central Observers: କିଏ ହେବେ 4 ରାଜ୍ୟରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା BJP - ଅମିତ ଶାହାଙ୍କୁ ବଡ ଦାୟିତ୍ବ ଦେଲା ବିଜେପି

ଆଜି ନୂଆଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ବସିଥିଲା ଦଳର ସଂସଦୀୟ ବୋର୍ଡ (BJP Parliamentary Board) ବୈଠକ । ଯେଉଁଥିରେ ବିଧାୟକ ଦଳ ନେତା ବାଛିବା ପାଇଁ ଦଳୀୟ ହାଇକମାଣ୍ଡ ବିଭିନ୍ନ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ନେତାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ (Central Observers) ଓ ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି । ଅଧିକ ପଢନ୍ତୁ

Central Observers
Central Observers
author img

By

Published : Mar 14, 2022, 9:42 PM IST

ନୂଆଦିଲ୍ଲୀ: ଦେଶର 4 ଟି ରାଜ୍ୟରେ ଭାରତୀୟ ଜନତା ପାର୍ଟି(ବିଜେପି) ପ୍ରଚଣ୍ଡ ବିଜୟ ପରେ ଏବେ ସରକାର ଗଠନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି । ଏନେଇ ଆଜି ନୂଆଦିଲ୍ଲୀ ସ୍ଥିତ ଦଳୀୟ ମୁଖ୍ୟାଳୟରେ ବସିଥିଲା ଦଳର ସଂସଦୀୟ ବୋର୍ଡ (BJP Parliamentary Board) ବୈଠକ । ଯେଉଁଥିରେ ବିଧାୟକ ଦଳ ନେତା ବାଛିବା ପାଇଁ ଦଳୀୟ ହାଇକମାଣ୍ଡ ବିଭିନ୍ନ ରାଜ୍ୟ ପାଇଁ ଭିନ୍ନ ଭିନ୍ନ ନେତାଙ୍କୁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ (Central Observers) ଓ ସହ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ।

କିଏ ହେବେ  4 ରାଜ୍ୟରେ ମୁଖ୍ୟମନ୍ତ୍ରୀ, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେପି

ଉତ୍ତର ପ୍ରଦେଶ

ବିଜେପି ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଜୟ ପାଇଥିଲା ଉତ୍ତର ପ୍ରଦେଶ ନିର୍ବାଚନରେ । ଉତ୍ତର ପ୍ରଦେଶରେ କ୍ଷମତା ବଜାୟ ରଖିବା ପାଇଁ ଦଳ ପୁରା ଦମ ଲଗାଇ ଦେଇଥିଲା । ଆଉ ଯାହାର ନେତୃତ୍ବ ନେଇଥିଲେ ଦଳୀୟ ଚାଣକ୍ୟ ଅମିତ ଶାହା (Amit Shah) । ଆଉ ଏବେ ଅମିତ ଶାହାଙ୍କୁ ହିଁ ମିଳିଛି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚୟନ ଦାୟିତ୍ବ । ଅର୍ଥାତ ମୁଖ୍ୟମନ୍ତ୍ରୀ କିଏ ହେବେ ତାହା ବିଧାୟକ ଦଳ ବୈଠକରେ ହେବ ନିଷ୍ପତ୍ତି । ଆଉ ଏଥିପାଇଁ ଖୁବଶୀଘ୍ର ବସିବ ବିଧାୟକ ଦଳ ବୈଠକ । ଏହି ବୈଠକରେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ଉପସ୍ଥିତ ରହିବେ ନିଜେ ଅମିତ ଶାହା । ଏହାସହ ସହ ପର୍ଯ୍ୟବେକ୍ଷକ ଭାବେ ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ରଘୁବର ଦାସଙ୍କୁ ନିଯୁକ୍ତି ମିଳିଛି ।

ଉତ୍ତରାଖଣ୍ଡ

ସେହିପରି ଦେବଭୂମି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ କିଏ ହେବେ ଚୟନ କରିବା ପାଇଁ ବିଜେପି ହାଇକମାଣ୍ଡ ଦଳର ଅନ୍ୟତମ ବରିଷ୍ଠ ନେତା ତଥା କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଙ୍କୁ ନିଯୁକ୍ତ କରିଛନ୍ତି । ଏହାସହ ଉତ୍ତରାଖଣ୍ଡର ସହ ପର୍ଯ୍ୟବେକ୍ଷକ ଭାବେ ଦଳର ଅନ୍ୟତମ ଫାୟାରବ୍ରାଣ୍ଡ ମହିଳା ନେତ୍ରୀ ତଥା କେନ୍ଦ୍ର ବୈଦେଶିକ ରାଜ୍ୟ ମନ୍ତ୍ରୀ ମିନାକ୍ଷୀ ଲେଖିଙ୍କୁ ଦାୟିତ୍ବ ଦେଇଛନ୍ତି ।

ମଣିପୁର

ସେହିଭଳି ପାହାଡି ରାଜ୍ୟ ମଣିପୁରରେ କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ତାହା ଚୟନ କରିବା ପାଇଁ ଦଳର ବରିଷ୍ଠ ନେତ୍ରୀ ତଥା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ କେନ୍ଦ୍ର୍ରୀୟ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରିଛନ୍ତି ବିଜେପି ହାଇକମାଣ୍ଡ । ଏହାସହ ସହ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜିଜୁଙ୍କୁ ଦାୟିତ୍ବ ଦେଇଛନ୍ତି ।

ଗୋଆ

ଏହାବାଦ ଗୋଆର କିଏ ହେବେ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଚୟନ କରିବା ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଭାବେ ବରିଷ୍ଠ ନେତା ତଥା କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାରଙ୍କୁ ନିଯୁକ୍ତ କରିଥିବା ବେଳେ ସହ ପର୍ଯ୍ୟବେକ୍ଷକ ଭାବେ କେନ୍ଦ୍ରମନ୍ତ୍ରୀ ଏଲ ମୁର୍ଗନଙ୍କୁ ନିଯୁକ୍ତ କରାଯାଇଛି ।

ଏହି ସମସ୍ତ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ରାଜ୍ୟକୁ ଗସ୍ତ କରି ବିଧାୟକ ଦଳ ବୈଠକରେ ଉପସ୍ଥିତ ରହିବେ । ସେହି ବୈଠକରେ କିଏ ହେବେ ମୁଖ୍ୟମନ୍ତ୍ରୀ ତାହା ବିଧାୟକଙ୍କ ସହମତି କ୍ରମେ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଘୋଷଣା କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.