ETV Bharat / bharat

'ମୋଦି ସରକାରଙ୍କ 7 ବର୍ଷ ପୂର୍ତ୍ତିକୁ ପାଳିବ ନାହିଁ ବିଜେପି' - ବିଜେପି

ଆଜି ମୋଦି ସରକାରଙ୍କ ଶାସନକାଳକୁ 7 ବର୍ଷ ପୂରିଥିବା ବେଳେ ଦଳ ପକ୍ଷରୁ ଏହାକୁ ପାଳନ କରାଯିବନାହିଁ ବୋଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କହିଛନ୍ତି । ଅଧିକ ପଢନ୍ତୁ...

'ମୋଦି ସରକାରଙ୍କ 7ବର୍ଷ ପୂର୍ତ୍ତିକୁ ପାଳିବ ନାହିଁ ବିଜେପି'

author img

By

Published : May 30, 2021, 8:06 AM IST

ନୂଆଦିଲ୍ଲୀ: ଆଜି(ରବିବାର) ମୋଦି ସରକାର ନିଜ ଶାସନକାଳର 7 ବର୍ଷରେ ପାଦ ଥାପିଛନ୍ତି । ତେବେ ଏହି ଦିବସକୁ ଦେଶବ୍ୟାପୀ ବିଜେପି ସେବା ଦିବସ କରିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ କୋରୋନା ମହାମାରୀ ଯୋଗୁଁ ଦଳ ମୋଦି ସରକାରଙ୍କ ଶାସନକାଳର ଏହି ସପ୍ତମ ବାର୍ଷିକୀକୁ ପାଳନ କରିବ ନାହିଁ ବୋଲି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ରବିବାର ସୂଚନା ଦେଇଛନ୍ତି ।

ଏହି ଦିବସ ଅବସରରେ ଦଳ ଦେଶର 1 ଲକ୍ଷ ଗ୍ରାମରେ କୋରୋନା ସଚେତନତା କାର୍ଯ୍ୟକ୍ରମ ଓ ରିଲିଫ ଅଭିଯାନ ଆରମ୍ଭ କରି ଦିବସକୁ 'ସେବା ହିଁ ସଙ୍ଗଠନ' ଦିବସ ଭାବେ ପାଳନ କରିବ ବୋଲି ସେ କହିଛନ୍ତି । ବିଜେପି ନିଜ ଦଳର ନେତା ଓ କର୍ମୀମାନଙ୍କୁ ଗ୍ରାମକୁ ଯାଇ ଏହି ସେବା ଯୋଗାଇବା ପାଇଁ କାର୍ଯ୍ୟଭାର ଦେଇଛି । ଦଳର କେନ୍ଦ୍ରମନ୍ତ୍ରୀ, ରାଜ୍ୟରେ ଥିବା ଦଳୀୟ ବିଭାଗର ମନ୍ତ୍ରୀ, ବିଧାୟକ, ସାଂସଦଙ୍କୁ ଏହି ଅଭିଯାନରେ ଯୋଗ ଦେଇ ଅତି କମରେ 2ଟି ଗ୍ରାମକୁ ଯାଇ ସେବା ଯୋଗାଇବା ପାଇଁ ସେ କହିଛନ୍ତି ।

ଏହି ଅଭିଯାନରେ ଦଳର ନେତା ଓ କର୍ମୀମାନେ ଲୋକଙ୍କୁ ସାନିଟାଇଜର, ମାସ୍କ, ଅକ୍ସିମିଟର ଓ କୋଭିଡ ସମୟରେ ଆବଶ୍ୟକ ହେଉଥିବା ଅନ୍ୟ ଜିନିଷଗୁଡିକ ପ୍ରଦାନ କରିବା ପାଇଁ ନଡ୍ଡା କହିଛନ୍ତି । ଏହାସହିତ ଯେଉଁ ରାଜ୍ୟରେ ବିଜେପି ଶାସନ ଚାଲିଛି ସେହି ରାଜ୍ୟ ସରକାରଙ୍କୁ ମହାମାରୀରେ ନିଜ ପିତାମାତାଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ସ୍ବତନ୍ତ୍ର ଯୋଜନା ଆରମ୍ଭ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.