ଲକ୍ଷ୍ନୌ: କାଶୀରେ ବିଶ୍ୱନାଥ କରିଡର ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେବା ପରେ ୮ଟି ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଏକ ଟିମ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନାଡ୍ଡାଙ୍କ ନେତୃତ୍ୱରେ ଅଯୋଧ୍ୟାରେ ମା’ ସୁରୁଙ୍କ ଦର୍ଶନ ପରେ ରାମଲାଲାଙ୍କ ଦର୍ଶନ କରିଛନ୍ତି । ଅପରାହ୍ନରେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଜେପି ରାଷ୍ଟ୍ରୀୟ ଅଧ୍ଯକ୍ଷ ଜେ.ପି ନାଡା ଏବଂ 2ଟି ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭୁ ରାମଲାଲାଙ୍କ ଦର୍ଶନ ସହ ଆଳତୀରେ ସାମିଲ ହୋଇଛନ୍ତି ।
ଏହି ସମୟରେ ଗଣମାଧ୍ୟମ ସହ ଆଲୋଚନାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନାଡା କହିଛନ୍ତି, କାଶୀରେ ବାବା ବିଶ୍ୱନାଥଙ୍କ ମନ୍ଦିରର ନବୀକରଣ କରାଯାଇଛି । ବିଶ୍ୱନାଥ କରିଡର କାର୍ଯ୍ୟକ୍ରମରେ ଯୋଗ ଦେଇ ଭଗବାନ ଶିବଙ୍କ ପୂଜାର୍ଚ୍ଚନା, ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛା ଥିଲା । ଏହାସହ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ଦର୍ଶନ ମଧ୍ୟ କରିବେ । ତେଣୁ ଏହି ପରିଦର୍ଶନର ଆୟୋଜନ କରାଯାଇଛି । ସେଥିପାଇଁ ସେ ଖୁସି ଥିବା ମଧ୍ୟ ପ୍ରକାଶ କରିଛନ୍ତି ।
ଅରୁଣାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ, ମଣିପୁର ମୁଖ୍ୟମନ୍ତ୍ରୀ ଏନ ବିରେନ ସିଂ, ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ, ବିହାରର ଉପମୁଖ୍ୟମନ୍ତ୍ରୀ ରେଣୁ ଦେବୀ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ, ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ପ୍ରମୁଖ ସପତ୍ନୀଙ୍କ ସହ ଏହି ଦର୍ଶନରେ ସାମିଲ ହୋଇଥିଲେ ।
ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ଭାଇ ପଟେଲ, ଅରୁଣାଚଳ ପ୍ରଧାନ ମୁଖ୍ୟମନ୍ତ୍ରୀ ଚୋନା ମେନ୍, ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରମୁଖ ଅଯୋଧ୍ୟାରେ ପ୍ରଭୁ ରାମଲାଲାଙ୍କ ଦର୍ଶନ କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ