ETV Bharat / bharat

ବେକାରୀ ସମସ୍ୟା ନେଇ ଶାସକ ଦଳ ଉପରେ ବର୍ଷିଲେ ବରୁଣ ଗାନ୍ଧୀ

author img

By

Published : May 13, 2022, 10:13 PM IST

ପୁଣି ଶାସକ ଦଳକୁ ଟାର୍ଗେଟ କଲେ ବିଜେପି ସାଂସଦ ବରୁଣ ଗାନ୍ଧୀ । ବେକାରୀ ବୃଦ୍ଧିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ପୁଞ୍ଜିପତିଙ୍କୁ ମଧ୍ୟ ଛାଡିନାହିଁନ୍ତି । ଅଧିକ ପଢନ୍ତୁ

ବେକାରୀ ସମସ୍ୟା ନେଇ ଶାସକ ଦଳ ଉପରେ ବର୍ଷିଲେ ବରୁଣ ଗାନ୍ଧୀ
ବେକାରୀ ସମସ୍ୟା ନେଇ ଶାସକ ଦଳ ଉପରେ ବର୍ଷିଲେ ବରୁଣ ଗାନ୍ଧୀ

ଲକ୍ଷ୍ନୌ: ପୁଣି ଶାସକ ଦଳକୁ ଟାର୍ଗେଟ କଲେ ବିଜେପି ସାଂସଦ ବରୁଣ ଗାନ୍ଧୀ । ବେକାରୀ ବୃଦ୍ଧିକୁ ନେଇ ସରକାରଙ୍କୁ ଟାର୍ଗେଟ କରିଥିବା ବେଳେ ପୁଞ୍ଜିପତିଙ୍କୁ ମଧ୍ୟ ଛାଡିନାହିଁନ୍ତି । ସେ କହିଛନ୍ତି ଯେ ୮୦ ପ୍ରତିଶତ ଲୋନ ପୁଞ୍ଜିପତିଙ୍କୁ ଦିଆଯାଉଛି କେବଳ ୯ ପ୍ରତିଶତ ଲୋନ ଗରିବ, କୃଷକ ଓ ଯୁବକଙ୍କୁ ଦିଆଯାଇଛି । ସାରା ଦେଶରେ ଦେଢ କୋଟି ଚାକିରି ପଦବୀ ଖାଲି ପଡିଛି , କିନ୍ତୁ ନିଯୁକ୍ତି ଦିଆଯାଉନାହିଁ ।

ଗତକାଲି ଉତ୍ତର ପ୍ରଦେଶ ବହେଡି ଗସ୍ତରେ ଯାଇ ଜନସାଧାରଣକୁ ସମ୍ୱୋଧନ କରିଥିଲେ ବରୁଣ ଗାନ୍ଧୀ । ଏହି ସମୟରେ ସେ କେନ୍ଦ୍ର ସରକାରଙ୍କ ଉପରେ ତିର୍ବ ବର୍ଷିଥିଲେ । ଯେଉଁମାନଙ୍କ ପାଖରେ ଏକ ହଜାର କୋଟିରୁ ଅଧିକ କମ୍ପାନୀ ରହିଛି ସେମାନଙ୍କୁ ସରକାର ୮୦ ପ୍ରତିଶତ ଲୋନ ଦେଉଛନ୍ତି ଓ ଅବଶିଷ୍ଟ ୨୦ ପ୍ରତିଶତ ମଧ୍ୟରୁ ୧୧ ପ୍ରତିଶତ କ୍ଷୁଦ୍ର ଶିଳ୍ପକୁ ଦିଆଯାଉଛି । ଗରିବ, କୃଷକ ଓ ଯୁବକଙ୍କୁ କେବଳ ୯ ପ୍ରତିଶତ ଲୋନ ଦିଆଯାଉଥିବା ସେ ମତ ରଖିଥିଲେ । ଏଥି ସହ ଚାଷୀ ମାନେ ପ୍ରତିକ୍ଷେତ୍ରରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ଫଳରେ ଖାଦ୍ୟ ଖାଇବା ମଧ୍ୟ କଷ୍ଟକର ହୋଇପଡୁଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଦେଶର ଅବସ୍ଥା ଏବେ ଯାହା ହେଲାଣୀ ଆଗାମୀ ପିଢିର ଭବିଷ୍ୟତ କଣ ହେବ ତାହା ଚିନ୍ତା ଜନକ । ସେହିପରି ବୃଦ୍ଧି ହେଉଥିବା ବେକାରି ସମସ୍ୟାକୁ ନେଇ କହିଥିଲେ ଯେ ଏବେ ଦେଶରେ ୧ କୋଟି ୫୦ ଲକ୍ଷ ଚାକିରି ପଦବୀ ଖାଲି ପଡିଛି, କିନ୍ତୁ ତାହା ଯୁବକମାନଙ୍କୁ ଦିଆଯାଉନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.