ନୂଆଦିଲ୍ଲୀ: ସଂସଦରେ ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବେଶ ପ୍ରଶଂସା କରିଛନ୍ତି ବିଜେପି ରାଜ୍ୟସଭା ସାଂସଦ ସୁଶୀଲ ମୋଦି । ମହାମାରୀ କୋରୋନାରୁ ନେଇ ଅର୍ଥବ୍ୟବସ୍ଥା ଆଦି ବିଷୟ ଉପରେ ବିଜେପି ସରକାରର କାର୍ଯ୍ୟଶୈଳୀର ପ୍ରଶଂସା କରି କହିଛନ୍ତି ବିରୋଧୀଙ୍କ ପାଖରେ କହିବାକୁ କିଛି ନାହିଁ । ଏଥିପାଇଁ ହଙ୍ଗାମା କରୁଛନ୍ତି ।
ବୁଧବାର ରାଜ୍ୟସଭାରେ ନିଜର ପ୍ରଥମ ଭାଷଣରେ ସୁଶୀଲ ମୋଦି ସରକାରଙ୍କ କାମକୁ ଯୋଡି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁର ଫୁଲ୍ଫର୍ମ କହିଛନ୍ତି ।
ସୁଶୀଲଙ୍କ ମତରେ ନରେନ୍ଦ୍ର ମୋଦି ନାଁର ମାନେ...
ଶୁଶୀଲ ମୋଦି ନିଜ ଭାଷଣରେ ନରେନ୍ଦ୍ର ମୋଦିଙ୍କ ପୁରା ନାଁର ଅର୍ଥ କହିଛନ୍ତି ।
N- ନ୍ୟୁ ଇଣ୍ଡିଆ
A- ଆତ୍ମନିର୍ଭର ଭାରତ
R- ରିଫର୍ମ
E- ଇଲେକ୍ଟ୍ରୋନିକ ଏଗ୍ରିକଲ୍ଚର ମାର୍କେଟ
N- ନ୍ୟୁ ଫାଇନାନ୍ସିଆଲ ଷ୍ଟ୍ରକ୍ଚର
D- ଡିସ୍ଇନଭେଷ୍ଟମେଣ୍ଟ
R- ରେଳ ଓ ସଡକ
A- ଏଗ୍ରିକଲ୍ଚର ରିଫର୍ମ ଅର୍ଥାତ କୃଷି ସୁଧାର
M- ଏମଏସପି ପ୍ରତିବଦ୍ଧତା
O- ୱାନ ପର୍ସନ କମ୍ପାନୀ
D- ଡାଉନ ଟୁ ଆର୍ଥ
I- ଇନକ୍ଲୁସିଭ ଡେଭଲପମେଣ୍ଟ ଅର୍ଥାତ ଅନ୍ତର୍ଭୂକ୍ତ ବିକାଶ
କେବଳ ଏତିକି ନୁହେଁ, ସୁଶୀଲ ମୋଦି ଆହୁରି ମଧ୍ୟ କହିଛନ୍ତି, ନରେନ୍ଦ୍ର ମୋଦି ସରକାର ଯେଉଁ ବଜେଟ ଆଗତ କରିଛନ୍ତି, ତାହା ଗରିବଙ୍କୁ ସମର୍ପିତ । ଏହା ରୋଜଗାର ସୃଷ୍ଟି କରିବା ସହିତ ଅର୍ଥବ୍ୟବସ୍ଥାକୁ ପୂନର୍ବାର ଟ୍ରାକକୁ ଆଣିବ । ଏଥର ବଜେଟର ସମାଲୋଚନା ହୋଇନାହିଁ, ବରଂ ଏହାର ପ୍ରଂଶସା କରାଯାଇଥିବା କହିଛନ୍ତି ସୁଶୀଲ ମୋଦି ।