ETV Bharat / bharat

Sovereignty Remark: ସୋନିଆଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ବିଜେପି

ସୋନିଆ ଗାନ୍ଧୀଙ୍କ କର୍ଣ୍ଣାଟକ ସାର୍ବଭୌମତ୍ବ ମନ୍ତବ୍ୟ ପ୍ରସଙ୍ଗରେ ନିର୍ବାଚନ ଆୟୋଗଙ୍କ ଦ୍ବାରସ୍ଥ ହେଲା ବିଜେପି । ପୂର୍ବରୁ ଟାର୍ଗେଟ କରିସାରିଛନ୍ତି ପ୍ରଧାନମନ୍ତ୍ରୀ । କ’ଣ ଏହି ବିବାଦୀୟ ମନ୍ତବ୍ୟ ଅଧିକ ପଢନ୍ତୁ

ସୋନିଆଙ୍କ ବିରୋଧରେ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ବିଜେପି

author img

By

Published : May 8, 2023, 4:34 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପ୍ରଚାରର ଆଜି ଶେଷ ଦିନ । ଶେଷ ଦିନରେ ଭାରତୀୟ ଜନତା ପାର୍ଟି କଂଗ୍ରେସ ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ ଦ୍ବାରସ୍ଥ ହୋଇଛି । ସୋନିଆଙ୍କ କର୍ଣ୍ଣାଟକ ସାର୍ବଭୌମତ୍ବ ମନ୍ତବ୍ୟକୁ ବିରୋଧ କରି ବିଜେପି ଆୟୋଗଙ୍କ ନିକଟରେ ଅଭିଯୋଗ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛି । କଂଗ୍ରେସ କାହାକୁ ବି କର୍ଣ୍ଣାଟକର ଅଖଣ୍ଡତା ଓ ସାର୍ବଭୌମତ୍ବ ନଷ୍ଟ କରିବାକୁ ଅନୁମତି ଦେବ ନାହିଁ ବୋଲି ସୋନିଆ କହିଥିଲେ ।

କେନ୍ଦ୍ରମନ୍ତ୍ରୀ ଶୋଭା କରନ୍ଦଲାଜେଙ୍କ ନେତୃତ୍ବରେ ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧିମଣ୍ଡଳୀ ନିର୍ବାଚନ ଆୟୁକ୍ତଙ୍କୁ ଭେଟିଛନ୍ତି । ସୋନିଆଙ୍କ ଏପରି ମନ୍ତବ୍ୟ ନିର୍ବାଚନ ଆଚରଣ ବିଧିର ଖୋଲା ଉଲଙ୍ଘନ ଦର୍ଶାଇ ଆୟୋଗ ତାଙ୍କ ବିରୋଧରେ ଏତଲା ଦାଏର କରିବା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ବିଜେପି ପ୍ରତିନିଧି ଟିମ୍‌ ଦାବି କରିଛି ।

  • CPP Chairperson Smt. Sonia Gandhi ji sends a strong message to 6.5 crore Kannadigas:

    "The Congress will not allow anyone to pose a threat to Karnataka's reputation, sovereignty or integrity." pic.twitter.com/W6HjKYWjLa

    — Congress (@INCIndia) May 6, 2023 " class="align-text-top noRightClick twitterSection" data=" ">

6 ତାରିଖ ସଂଧ୍ୟାରେ କର୍ଣ୍ଣାଟକର ହୁବଲିରେ ଦଳ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାକୁ କଂଗ୍ରେସର ପୂର୍ବତନ ହାଇକମାଣ୍ଡ ସୋନିଆ ଗାନ୍ଧୀ ସମ୍ବୋଧିତ କରିଥିଲେ । ଏହାପରେ ଦଳ ପକ୍ଷରୁ ଏକ ଟ୍ବିଟ୍‌ କରାଯାଇଥିଲା । ଏଥିରେ କୁହାଯାଇଥିଲା,"କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ କର୍ଣ୍ଣାଟକର ସାଢେ 6 କୋଟି ଲୋକଙ୍କୁ ଏକ ଦୃଢ ବାର୍ତ୍ତା ପ୍ରଦାନ କରିଛନ୍ତି । ରାଜ୍ୟର ପ୍ରତିଷ୍ଠା, ଅଖଣ୍ଡତା ଓ ସାର୍ବଭୌମତ୍ବ ନଷ୍ଟ କରିବା ପାଇଁ କଂଗ୍ରେସ କାହାକୁ ଅନୁମତି ଦେବ ନାହିଁ ।" ତେବେ ଏହି ଟ୍ବିଟ୍‌ ସାମ୍ନାକୁ ଆସିବା ପରେ ସାର୍ବଭୌମତ୍ବ ଶବ୍ଦକୁ ନେଇ ବିବାଦ ଆରମ୍ଭ ହୋଇଥିଲା । କାରଣ ଏହି ଶବ୍ଦ କେବଳ କୌଣସି ସ୍ବାଧୀନ ରାଷ୍ଟ୍ର କ୍ଷେତ୍ରରେ ହିଁ ବ୍ୟବହାର ହୋଇଥାଏ । ଦେଶରେ କୌଣସି ନିର୍ଦ୍ଦିଷ୍ଟ ରାଜ୍ୟର ସାର୍ବଭୌମତ୍ବ ନଥାଏ ।

ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଶବ୍ଦକୁ ନେଇ କଂଗ୍ରେସକୁ ଟାର୍ଗେଟ କରିଥିଲେ । କହିଥିଲେ "ଗାନ୍ଧୀ ପରିବାର କର୍ଣ୍ଣାଟକର ସାର୍ବଭୌମତ୍ବ ରକ୍ଷା କରିବା କଥା କହୁଛି । କୌଣସି ସ୍ବାଧୀନ ଦେଶର ହିଁ ସାର୍ବଭୌମତ୍ବ ଥାଏ । କଂଗ୍ରେସ ଏପରି କରି ସମଗ୍ର ଦେଶରୁ କର୍ଣ୍ଣାଟକକୁ ପୃଥକ୍‌ କରିବାକୁ ଯୁକ୍ତି ବାଢିଛି । ଟୁକଡ଼େଟୁକଡ଼େ ଗ୍ୟାଙ୍ଗର ବ୍ୟାଧି ସେମାନଙ୍କ ମଧ୍ୟରେ ବ୍ୟାପି ସାରିଲାଣି । ଏପରି ମନ୍ତବ୍ୟ ଦେଶର ସ୍ବାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିବା ଲକ୍ଷାଧିକ କର୍ଣ୍ଣାଟକ ସଂଗ୍ରାମୀଙ୍କ ବଳିଦାନକୁ ମଧ୍ୟ ଅପମାନିତ କରିଛି ।"

ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ ପରେ ବିଜେପି ଏବେ ଏହାକୁ ନିର୍ବାଚନ ଆଚରଣ ବିଧିର ଉଲଙ୍ଘନ ଦର୍ଶାଇ ସିଧା ନିର୍ବାଚନ ଆୟୋଗଙ୍କ ନିକଟରେ ପହଞ୍ଚିଛି । ସୋନିଆ ଏପରି ମନ୍ତବ୍ୟ ଦେଇ, ନିର୍ବାଚନ ଆଚରଣ ବିଧି ଉଲଙ୍ଘନ ସହ ଦେଶର ସାର୍ବାଭୌମତ୍ବକୁ ମଧ୍ୟ ଅପମାନିତ କରିଛନ୍ତି । ତେଣୁ ତାଙ୍କ ବିରୋଧରେ ଏତଲା ଦାଖଲ କରାଯିବାକୁ ଦଳ ଦାବି କରିଛି । ତେବେ ଏହାରି ମଧ୍ୟରେ ଆଜି ସଂଧ୍ୟାରେ ପ୍ରଚାର ଶେଷ ହେବ । 10 ତାରିଖରେ ହେବାକୁ ଥିବା ମତଦାନ ପାଇଁ ଆବଶ୍ୟକ ପ୍ରଶାସନିକ ପ୍ରକ୍ରିୟା ଆରମ୍ଭ ହୋଇଗଲାଣି । 13ରେ ଭୋଟ ଗଣତି ସହ ଜନାଦେଶ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.