ବେଙ୍ଗାଲୁରୁ: କର୍ଣ୍ଣାଟକ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଡେକି ଶିବକୁମାରଙ୍କ ଗାଡିକୁ ଆକ୍ରମଣ । ଅଶ୍ଲୀଳ ସିଡି ସ୍କାଣ୍ଡାଲ ମାମଲାକୁ ନେଇ ବିବାଦରେ ଫସିଥିବା ବିଜେପି ନେତା ରମେଶ ଜାରକିହୋଲିଙ୍କ ସମର୍ଥକମାନେ କର୍ଣ୍ଣାଟକ ପିସିସି ଅଧ୍ୟକ୍ଷ ଡିକେ ଶିବକୁମାରଙ୍କ ଗାଡିକୁ ଆକ୍ରମଣ କରିଛନ୍ତି ।
ବେଲଗାୱୀରେ ରମେଶ ଜାରକିହୋଲିଙ୍କ ସମର୍ଥକମାନେ ପୋଲିସ ଉପସ୍ଥିତିରେ ଜୋରଦାର ହଙ୍ଗାମା କରିଥିବା ଦେଖିବାକୁ ମିଳିଛି । ଶିବକୁମାରଙ୍କ ଗାଡି ବେଲଗାୱୀ ଦେଇ ଯାଉଥିବା ବେଳେ ଜାରକିହୋଲିଙ୍କ ସମର୍ଥକମାନେ ଆକ୍ରମଣ କରିଥିଲେ । ଘଟଣାରେ ଶିବକୁମାରଙ୍କ ଗାଡି କାଚ ଭାଙ୍ଗିଯାଇଛି ।
ସେକ୍ସ ସ୍କାଣ୍ଡାଲ ମାମଲାକୁ ନେଇ ବିବାଦରେ ଘେରି ହୋଇଥିବା କର୍ଣ୍ଣାଟକ ସରକାଙ୍କ ମନ୍ତ୍ରୀ ରମେଶ ଜାରକିହୋଲି ଇସ୍ତଫା ଦେଇଥିଲେ । ବିବାଦ ମଧ୍ୟରେ ରାଜ୍ୟର ମୁଖ୍ୟମନ୍ତ୍ରୀ ବି.ଏସ ୟେଦିୟୁରପ୍ପାଙ୍କୁ ଇସ୍ତଫା ପତ୍ର ପଠାଇଥିଲେ ରମେଶ ଜାରକିହୋଲି । ତାଙ୍କ ଉପରେ ଏତଲା ମଧ୍ୟ ଦାଏର କରାଯାଇଛି ।