ETV Bharat / bharat

Karnataka Polls: କଂଗ୍ରେସକୁ ବିଜେପିର କାଉଣ୍ଟର ଆଟାକ୍, 'ଲିଙ୍ଗାୟତ ମୁଖ୍ୟମନ୍ତ୍ରୀ' ନାରା ଦେଲା ଦଳ

କଂଗ୍ରେସର ଲିଙ୍ଗାୟତ ବିରୋଧି ମନ୍ତବ୍ୟରେ କାଉଣ୍ଟର ଆଟାକ କଲା ବିଜେପି । କର୍ଣ୍ଣାଟକରେ 'ଲିଙ୍ଗାୟତ ମୁଖ୍ୟମନ୍ତ୍ରୀ' ନାରା ଦେଲା ଦଳ । ଅଧିକ ପଢନ୍ତୁ

author img

By

Published : Apr 21, 2023, 11:32 AM IST

କଂଗ୍ରେସକୁ ବିଜେପିର କାଉଣ୍ଟର ଆଟାକ୍
କଂଗ୍ରେସକୁ ବିଜେପିର କାଉଣ୍ଟର ଆଟାକ୍

ବେଙ୍ଗାଲୁରୁ: ବିଧାନସଭା ନିର୍ବାଚନ ନେଇ କର୍ଣ୍ଣାଟକରେ ରାଜନୈତିକ ଉଷ୍ମତା ବୃଦ୍ଧି ପାଉଛି । ଟିକେଟ୍ କଟିବା ପରେ ଟାଣୁଆ ବିଜେପି ନେତାମାନେ ଅନ୍ୟ ଦଳରେ ମିଶିବା ଯୋଗୁଁ ରାଜ୍ୟ ରାଜନୀତିର ଦୃଶ୍ୟପଟ୍ଟ ବଦଳିଛି । କର୍ଣ୍ଣାଟକ ନିର୍ବାଚନରେ ଲିଙ୍ଗାୟତ ସମ୍ପ୍ରଦାୟର ନିର୍ଣ୍ଣାୟକ ଭୂମିକା ରହିଥାଏ । ଏହାର କାରଣ ହେଉଛି ରାଜ୍ୟର ସମୁଦାୟ ଜନସଂଖ୍ୟାର ୧୭ ପ୍ରତିଶତ ଲିଙ୍ଗାୟତ ଅଟନ୍ତି । ଯାହାକି ବିଜେପିର ଭୋଟ ବ୍ୟାଙ୍କ ଭାବେ ବିଚାର କରାଯାଏ । ଏପରିସ୍ଥଳେ ଲିଙ୍ଗାୟତର ସମ୍ପ୍ରଦାୟର ପ୍ରଭାବଶାଳୀ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗଦୀଶ ସେଟ୍ଟାର ଏବଂ ଲକ୍ଷ୍ମଣ ସବାଦୀ ଟିକେଟ ନପାଇ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି । ଯାହା ବିଜେପିର ଭୋଟ ଭାଗ କରିପାରେ ବୋଲି ଚର୍ଚ୍ଚା ହେଉଛି ।

ବିଜେପିରେ ଲିଙ୍ଗାୟତ ନେତାଙ୍କ ବିଦ୍ରୋହରୁ ଫାଇଦା ଉଠାଇବାକୁ ବସିଛି କଂଗ୍ରେସ । କଂଗ୍ରେସ ଏହାକୁ ନିଜର ନିର୍ବାଚନୀ ମୁଦ୍ଦା କରିବାକୁ ଯୋଜନା କରିଛି । ଗୋଟିଏ ପଟେ ବିଜେପି ଦଳରେ ଫାଟ ମରାମତି ପାଇଁ ପ୍ରଚେଷ୍ଟା କରୁଥିବାବେଳେ ଭାରତୀୟ ଜନତା ପାର୍ଟି ବରିଷ୍ଠ ଲିଙ୍ଗାୟତ ନେତାଙ୍କ ପ୍ରତି ଅନ୍ୟାୟ କରିଛି ଏବଂ ବିଜେପି ଲିଙ୍ଗାୟତ ବିରୋଧି ହୋଇଥିବା ମନ୍ତବ୍ୟ ଦେଉଛି କଂଗ୍ରେସ । ବିଜେପିକୁ ଲିଙ୍ଗାୟତ ବିରୋଧି କହି ଲିଙ୍ଗାୟତ ଭୋଟ ପ୍ରଭାବିତ କରିବାକୁ କଂଗ୍ରେସ ଉଦ୍ୟମ ଚଳାଇଛି ।

ଅପରପକ୍ଷେ କଂଗ୍ରେସର ଲିଙ୍ଗାୟତ ବିରୋଧି ମନ୍ତବ୍ୟକୁ କାଉଣ୍ଟର କରିଛି ଗେରୁଆ ଦଳ । ବିଜେପି ନିର୍ବାଚନ ପ୍ରଚାରରେ କର୍ଣ୍ଣାଟକରେ 'ଲିଙ୍ଗାୟତ ମୁଖ୍ୟମନ୍ତ୍ରୀ' ନାରା ଦେଉଛି । ଏହି ପରିପ୍ରେକ୍ଷୀରେ ଗତ ବୁଧବାର ସନ୍ଧ୍ୟାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କ ବାସଭବନରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । ଏଥିରେ କର୍ଣ୍ଣାଟକ ବିଜେପିର ସମସ୍ତ ଲିଙ୍ଗାୟତ ନେତାମାନେ ଯୋଗ ଦେଇଥିଲେ । ବିଜେପି କ୍ଷମତାକୁ ଆସିଲେ ଲିଙ୍ଗାୟତ ସମ୍ପ୍ରଦାୟର ନେତା ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଚାର କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ମୁଖ୍ୟମନ୍ତ୍ରୀ ବାସବରାଜ ବୋମ୍ମାଇ ବିଜେପି ଆଣ୍ଟି-ଲିଙ୍ଗାୟତ ପ୍ରସଙ୍ଗରେ କହିଛନ୍ତି, ''୧୯୬୭ ମସିହାରୁ ଆଜି ପର୍ଯ୍ୟନ୍ତ କଂଗ୍ରେସ କେବେବି କୌଣସି ଲିଙ୍ଗାୟତ ନେତାଙ୍କୁ ମୁଖ୍ୟମନ୍ତ୍ରୀ କରିନାହିଁ । ବରିଷ୍ଠ ଲିଙ୍ଗାୟତ ନେତାଙ୍କ ସହ କଂଗ୍ରେସ କିପରି ଆଚରଣ କରେ ତାହାର ଅନେକ ଦୃଷ୍ଟାନ୍ତ ରହିଛି । ୫ ବର୍ଷ ତଳେ ଭୋଟ ଭ୍ୟାଙ୍କ ହାତେଇବା ପାଇଁ କଂଗ୍ରେସ ଏହି ସମ୍ପ୍ରଦାୟକକୁ ଭିନ୍ନ ଧାର୍ମିକ ମାନ୍ୟତା ଦାବି କରି କିପରି ଭାଙ୍ଗିବାକୁ ଚେଷ୍ଟା କରିଥିଲା ତାହା ଲୋକେ ଭୁଲି ନାହାନ୍ତି । ବିଜେପିରେ ଲିଙ୍ଗାୟତ ସମ୍ପ୍ରଦାୟର ନେତାଙ୍କ ପାଇଁ ସମ୍ମାନ, ସୁଯୋଗ ରହିଛି ।''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.