ETV Bharat / bharat

ଦିଲ୍ଲୀରେ ଜେନେରାଲ ସେକ୍ରେଟାରୀ ମୋର୍ଚ୍ଚା ସହ ବୈଠକ କଲେ ନଡ୍ଡା - ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା

ଦିଲ୍ଲୀରେ ଦଳୀୟ ମୋର୍ଚ୍ଚାର ସଭାପତି ଓ ଜେନେରାଲ ସେକ୍ରେଟାରୀଙ୍କ ସହିତ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁତ୍ବପୂର୍ଣ୍ଣ ବୈଠକ କରିଛନ୍ତି । ଅଧିକ ପଢନ୍ତୁ...

ଦିଲ୍ଲୀରେ ଦଳୀୟ ଜେନେରାଲ ସେକ୍ରେଟାରୀ, ମୋର୍ଚ୍ଚାଙ୍କ ସହ ବୈଠକ କଲେ ନଡ୍ଡା

author img

By

Published : Jun 6, 2021, 1:42 PM IST

ନୂଆଦିଲ୍ଲୀ: ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦଳର ଜାତୀୟ ଜେନେରାଲ ସେକ୍ରେଟରୀ ଓ ମୋର୍ଚ୍ଚାର ସଭାପତିଙ୍କ ସହିତ ବୈଠକ ଆରମ୍ଭ କରିଛନ୍ତି । ଏହି ବୈଠକ 2 ଦିନ ଧରି ହେବାକୁ ଥିବା ବେଳେ ଦଳ ପାଇଁ ଏହା ଗୁରୁତ୍ବପୂର୍ଣ୍ଣ ବୈଠକ ବୋଲି ସୂଚନା ମିଳିଛି ।

ଆଗାମୀ ବର୍ଷର ବିଧାନସଭା ନିର୍ବାଚନ ପାଇଁ ଏବେଠୁ ପ୍ରସ୍ତୁତି ଆରମ୍ଭ କରୁଛି ବିଜେପି । ଏହି ବୈଠକରେ ଆସୁଥିବା ମାସରେ ଦଳ ପକ୍ଷରୁ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା ହେବ । କୋରୋନା ମହାମାରୀକୁ ନେଇ ମଧ୍ୟ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବୈଠକରେ ଆଲୋଚନା ହେବ । କେଉଁ ନେତାକୁ କ'ଣ ଦାୟିତ୍ବ ଦିଆଯିବ ସେ ସମ୍ପର୍କରେ ମଧ୍ୟ ଆଲୋଚନା କରାଯିବ । ଆଜି(ରବିବାର) ରାଜଧାନୀ ଦିଲ୍ଲୀରେ ଚାଲିଥିବା ବୈଠକରେ ଦଳୀୟ ମୋର୍ଚ୍ଚାର ସଭାପତି ଓ ଜାତୀୟ ଜେନେରାଲ ସେକ୍ରେଟାରୀଙ୍କୁ ନେଇ ହେଉଛି ।

ଏହି ବି ପଢନ୍ତୁ: ତେଲେଙ୍ଗାନା ଛାତ୍ରଙ୍କ ମହତ କାର୍ଯ୍ୟ, କରୁଛନ୍ତି କୋଭିଡ ଆକ୍ରାନ୍ତଙ୍କ ଅନ୍ତିମ ସଂସ୍କାର

ଗତ ଶନିବାର ନଡ୍ଡା ଜାତୀୟ ଜେନେରାଲ ସେକ୍ରେଟାରୀ ଓ ମୋର୍ଚ୍ଚାର ମୁଖ୍ୟଙ୍କ ସହିତ ଅଲଗା ଅଲଗା ବୈଠକ କରିଥିଲେ । ମିଳିଥିବା ସୂଚନା ଅନୁସାରେ ବୈଠକରେ ମହାମାରୀ ସମୟରେ ସାମାଜିକ କାର୍ଯ୍ୟ, ବିଧାନସଭା ପୋଲ୍‌କୁ ନେଇ ଆଲୋଚନା ହୋଇଛି । ଏହି ବୈଠକ 4 ଘଣ୍ଟା ଧରି ଚାଲିଥିବା ଜଣାପଡିଛି । ବିଜେପିର ଜାତୀୟ ଜେନେରାଲ ସେକ୍ରେଟାରୀ ବି.ଏଲ ସନ୍ତୋଷ, ଶିବ ପ୍ରକାଶ, ଅରୁଣ ସିଂ, ସି.ଟି ରବି, ଜି ପୁରନ୍ଦେଶ୍ବରୀ, ଦିଲିପ ଶାଇକିଆ, ତରୁଣ ଚୁଘ, ଦୁଶ୍ୟନ୍ତ ଗୌତମ, କୈଳାଶ ବିଜୟବର୍ଗିଆ ଓ ଭୁପେନ୍ଦ୍ର ୟାଦବ ବୈଠକରେ ଉପସ୍ଥିତ ଥିଲେ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.