ମୁମ୍ବାଇ: ମହାରାଷ୍ଟ୍ରରେ ରାଜ୍ୟପାଳ ଭଗତ ସିଂହ କୋଶୀୟାରିଙ୍କୁ ଭେଟିଲେ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାଭିସ୍ । ରାଜ୍ୟରେ ରାଜନୈତିକ ସଙ୍କଟ ଚାଲିଥିବାରୁ ଦେବେନ୍ଦ୍ର ଫଡ଼ନାଭିସ ଠାକରେ୍ ସରକାରଙ୍କୁ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବାକୁ ରାଜ୍ୟପାଳଙ୍କ ନିକଟରେ ଦାବି କରିଛନ୍ତି । ଏହାପରେ ଠାକ୍ରେ ସରକାରଙ୍କୁ ଜୁନ୍ ୩୦ ତାରିଖରେ ବିଧାନସଭାରେ ସଂଖ୍ୟା ଗରିଷ୍ଠତା ସାବ୍ୟସ୍ତ କରିବାକୁ ପଡ଼ିପାରେ ଆଲୋଚନା ହେଉଛି ।
ଏହାପୂର୍ବରୁ ଆଜି ଦିଲ୍ଲୀ ଗସ୍ତ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ ଦେବେନ୍ଦ୍ର ଫଡ଼ନାଭିସ୍ । ବିଦ୍ରୋହୀ ବିଧାୟକ ଦଳ ନେତା ଏକନାଥ ସିନ୍ଧେ ଖୁବଶୀଘ୍ର ମୁମ୍ବାଇ ଫେରିବେ ବୋଲି ଆଜି ପ୍ରତିକ୍ରିୟା ଦେଇଥିଲେ । ସେପଟେ କ୍ୟାବିନେଟ ବୈଠକ ପରେ ବାଗୀ ବିଧାୟକଙ୍କ କଥା ହୁଅନ୍ତୁ ବୋଲି ଅପିଲ୍ କରିଥିଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍ରେ । ତେବେ ଏ ସମସ୍ତ ଦିଗକୁ ଦେଖିଲେ ଖୁବଶୀଘ୍ର ମହାରାଷ୍ଟ୍ରରେ ବଡ଼ ଧରଣର ରାଜନୈତିକ ପରିବର୍ତ୍ତନ ହେବା ନେଇ ଆକଳନ କରାଯାଉଥିଲା ।
ସମସ୍ତ ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନା ସ୍ବାଧୀନତାର ଦ୍ବିତୀୟ ଲଢ଼େଇ ଲଢ଼ୁଛି ବୋଲି କହିଥିଲେ ବରିଷ୍ଠ ନେତା ସଞ୍ଜୟ ରାୱତ । ମଙ୍ଗଳବାର ଦେବେନ୍ଦ୍ର ଫଡ଼ନାଭିସଙ୍କ ସହ ଏକ ବିଜେପି ପ୍ରତିନିଧି ଦଳ ରାଜ୍ୟପାଳ ଭଗତ ସିଂହ କୋଶୀୟାରିଙ୍କୁ ଭେଟିଛି । ଏହାସହ ଠାକରେ୍ ସରକାରଙ୍କୁ ସଂଖ୍ୟାଗରିଷ୍ଠତା ସାବ୍ୟସ୍ତ କରିବାକୁ ଦାବି କରିଛି ।