ETV Bharat / bharat

MP elections: 5ମ ପର୍ଯ୍ୟାୟରେ BJP ଦେଲା 92 ପ୍ରାର୍ଥୀ - ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ

ଆଜି 5 ପର୍ଯ୍ୟାୟରେ 92 ପ୍ରାର୍ଥୀ ଦେଲା ଭାରତୀୟ ଜନତା ପାର୍ଟି । ଆଉ ମାତ୍ର ଦୁଇଟି ଆସନ ବାକି । ଏଥର ମୈଦାନରେ ଏକାଧିକ କେନ୍ଦ୍ରମନ୍ତ୍ରୀ ଓ ସାଂସଦ । ଅଧିକ ପଢନ୍ତୁ

MP elections: 3ୟ ପର୍ଯ୍ୟାୟରେ BJP ଦେଲା 92 ପ୍ରାର୍ଥୀ

author img

By ETV Bharat Odisha Team

Published : Oct 21, 2023, 10:46 PM IST

ଭୋପାଳ: ମଧ୍ୟ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି 5ମ ପର୍ଯ୍ୟାୟରେ ଭାରତୀୟ ଜନତା ପାର୍ଟି 92 ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛି । ଏହି ତାଲିକାରେ ପ୍ରମୁଖ ଚେହେରା ଭାବେ ଦଳ ମନ୍ତ୍ରୀ ଉଶା ଠାକୁର, ମହେନ୍ଦ୍ର ସିଂ ଓ ମନ୍ତ୍ରୀ ଗୌରୀ ଶଙ୍କର ବିସେନଙ୍କ ଝିଅ ମୌସମ ବିସେନ ରହିଛନ୍ତି । ପୂର୍ବତନ ମନ୍ତ୍ରୀ ଜୟନ୍ତ କୁମାର ମାଲାଇୟା, ଅନ୍ତର ସିଂ ଆର୍ଯ୍ୟଙ୍କ ନାମ ମଧ୍ୟ ରହିଛି । ସେହିପରି ନିକଟରେ କଂଗ୍ରେସ ଛାଡି ବିଜେପିରେ ସାମିଲ ହୋଇଥିବା ସିଦ୍ଧାର୍ଥ ତିଓ୍ବାରୀ ଓ ସଚିନ ବିର୍ଲାଙ୍କୁ ମଧ୍ୟ ଦଳ ଏହି ପର୍ଯ୍ୟାୟରେ ଟିକେଟ ଦେଇଛି । ଦଳର ଅନ୍ୟତନ ଆଗଧାଡିର ନେତ୍ରୀ ଯଶୋଧରା ରାଜେ ସିନ୍ଧିଆ ମଧ୍ୟ ଟିକେଟ ପାଇଛନ୍ତି ।

  • भारतीय जनता पार्टी की केंद्रीय चुनाव समिति ने मध्य प्रदेश में होने वाले आगामी विधानसभा चुनाव-2023 के लिए निम्नलिखित नामों पर अपनी स्वीकृति प्रदान की। (1/2) pic.twitter.com/iVLTEJByRV

    — BJP (@BJP4India) October 21, 2023 " class="align-text-top noRightClick twitterSection" data=" ">

ଦଳ ପ୍ରଥମ ଓ ଦ୍ବିତୀୟ ତାଲିକାରେ 39 ଲେଖାଏଁ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିଲା । ତୃତୀୟ ତାଲିକାରେ ମାତ୍ର ଜଣଙ୍କର ନାମ ଘୋଷଣା କରିଥିଲା ଦଳ । ସେହିପରି 4ର୍ଥ ପର୍ଯ୍ୟାୟରେ ସର୍ବାଧିକ 136 ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଦ୍ବିତୀୟ ପର୍ଯ୍ୟାୟରେ 3 କେନ୍ଦ୍ରମନ୍ତ୍ରୀ ଓ 4 ସାଂସଦଙ୍କ ନାମ ରହିଥିଲା । ସେହିପରି 4ର୍ଥ ପର୍ଯ୍ୟାୟ ତାଲିକାରେ ମୋଟ 57 ପ୍ରାର୍ଥୀଙ୍କ ମଧ୍ୟରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ସମେତ 23 ଜଣ ରାଜ୍ୟ କ୍ୟାବିନେଟର ମନ୍ତ୍ରୀଙ୍କୁ ସ୍ଥାନ ଦେଇଥିଲା ଦଳ । ତେବେ ଆଜି 5 ପର୍ଯ୍ୟାୟକୁ ମିଶାଇ ଦଳ ମୋଟ 230 ଆସନରୁ 228 ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି । ଏବେ କେବଳ ରାଜ୍ୟର ଅବଶିଷ୍ଟ ଦୁଇଟି ଆସନ ଗୁନା (ଅନୁସୂଚୀତ ଜାତି ସଂରକ୍ଷିତ ଆସନ) ଓ ଭିଦିଶାରେ ଦଳ ପ୍ରାର୍ଥୀ ଘୋଷଣା କରିବ ।

ଏହା ମଧ୍ୟ ପଢନ୍ତୁ :- ଆଜି କଂଗ୍ରେସ କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ, 5 ରାଜ୍ୟରେ ପ୍ରାର୍ଥୀ ଚୂଡାନ୍ତ ଉପରେ ଗୁରୁତ୍ବ

2018ରେ ହୋଇଥିବା ବିଧାନସଭା ନିର୍ବାଚନରେ ​​କଂଗ୍ରେସ 40.89 ପ୍ରତିଶତ ଭୋଟ୍ ସହ 114 ଟି ଆସନ ଜିତି ସରକାର ଗଠନ କରିଥିଲା । ବରିଷ୍ଠ କଂଗ୍ରେସ ନେତା କମଲନାଥ ମୁଖ୍ୟମନ୍ତ୍ରୀ ହୋଇଥିଲେ । ବିଜେପି ଦ୍ୱିତୀୟ ସ୍ଥାନ ଅଧିକାର ସହ 109ଟି ସିଟ୍ ଜିତିବାରେ ସଫଳ ହୋଇଥିଲା । ବିଜେପିର ଭୋଟ ସେୟାର 41.02 ପ୍ରତିଶତ ଥିଲା । କିନ୍ତୁ 2020ରେ ତତ୍କାଳୀନ କଂଗ୍ରେସ ଯୁବନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ 22 ଅନୁଗତ ବିଧାୟକଙ୍କ ସହ କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିଲେ ।

ରାଜ୍ୟରେ କମଲନାଥ ନେତୃତ୍ବଧୀନ କଂଗ୍ରେସ ସରକାରର ପତନ ହେବା ସହ ଶିବରାଜ ସିଂ ଚୌହାନଙ୍କ ନେତୃତ୍ବରେ ବିଜେପି ସରକାର ଗଠନ କରିଥିଲା । ଚଳିତଥର ମଧ୍ୟ ଶାସନରେ ଥିବା ବିଜେପି ଓ ବିରୋଧୀ କଂଗ୍ରେସ ମଧ୍ୟରେ କଡା ମୁକାବିଲା ହେବାକୁ ଯାଉଛି । ବିଜେପି ହିନ୍ଦୀ ହାର୍ଟଲ୍ୟାଣ୍ଡରେ ଏହି ଗଡ ରକ୍ଷା କରିବା ପାଇଁ ପ୍ରୟାସ କରୁଥିବା ବେଳେ କ୍ଷମତାକୁ ଫେରିବା ପାଇଁ ପ୍ରୟାସ କରିବ କଂଗ୍ରେସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.