ଶ୍ରୀନଗର: ଘାଟିରେ ଥମୁନି ଆତଙ୍କୀ ଆକ୍ରମଣ । ଜମ୍ମୁ କାଶ୍ମୀର କୁଲଗାମରେ ଭାରତୀୟ ଜନତା ପାର୍ଟି ନେତାଙ୍କୁ ହତ୍ୟା କରିଛନ୍ତି ଆତଙ୍କୀ । ମୃତ ବିଜେପି ନେତା ଜାଭେଦ ଅହମଦ ଡାର କୁଲଗାମ ହୋମଶାଲୀବାଗ ଅଞ୍ଚଳର ବିଜେପିର ନିର୍ବାଚନ ଇନଚାର୍ଜ ଥିଲେ ।
ଗତ କିଛି ଦିନରୁ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲେ ଡାର । ଜାଭେଦ ଅହମଦଙ୍କୁ ଗୁଳି କରି ହତ୍ୟା କରାଯାଇଛି ।
ନ୍ୟାସନାଲ କନଫ୍ରେନ୍ସ ନେତା ତଥା ଜମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ଘଟଣାକୁ ନେଇ ଶୋକ ବ୍ୟକ୍ତ କରିବା ସହିତ ମୃତକ ବିଜେପି ନେତାଙ୍କ ପରିବାର ପ୍ରତି ସମବେଦନା ପ୍ରକଟ କରିଛନ୍ତି । ସେପଟେ କାଶ୍ମୀର ବିଜେପି ମିଡିଆ ପ୍ରଭାରୀ ମଞ୍ଜୁର ଅହମଦ ମଧ୍ୟ ଘଟଣା ଉପରେ ଆକ୍ରୋଶ ପ୍ରକାଶ କରିଛନ୍ତି । ଜାଭେଦ ଅହମଦଙ୍କୁ ଗୁଳି କରି ହତ୍ୟା କରାଯାଇଛି ।