ETV Bharat / bharat

ବିହାର ରାଜ୍ୟସଭା ଉପନିର୍ବାଚନ: ବିଜେପିରୁ ସୁଶୀଲ ପ୍ରାର୍ଥୀ - ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି

ଚର୍ଚ୍ଚାର ଅନ୍ତ । ରାଜ୍ୟସଭା ଯିବେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି । ଅଧିକ ପଢନ୍ତୁ...

ବିହାର ରାଜ୍ୟସଭା ଉପନିର୍ବାଚନ
ବିହାର ରାଜ୍ୟସଭା ଉପନିର୍ବାଚନ
author img

By

Published : Nov 27, 2020, 9:27 PM IST

ନୂଆଦିଲ୍ଲୀ: ରାଜ୍ୟସଭା ଯିବେ ବିହାରର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି । ଏଲଜେପି ନେତା ତଥା ପୂର୍ବତନ ମନ୍ତ୍ରୀ ରାମବିଳାସ ପାସୱାନଙ୍କ ଦେହାନ୍ତ ପରେ ଖାଲି ପଡିଥିବା ରାଜ୍ୟସଭା ଆସନରେ ବିଜେପି ସୁଶୀଲଙ୍କୁ ପଠାଇବ । ଏନେଇ ଦଳ ପକ୍ଷରୁ ଆଜି ଘୋଷଣା କରାଯାଇଛି ।

ନୀତିଶ କୁମାରଙ୍କ ମନ୍ତ୍ରିମଣ୍ଡଳରେ ସୁଶୀଲଙ୍କୁ ଦଳ କୌଣସି ଦାୟିତ୍ବ ଦେଇନଥିଲା । ତାଙ୍କ ସ୍ଥାନରେ ଦୁଇଜଣଙ୍କୁ ଦଳ ଉପମୁଖ୍ୟମନ୍ତ୍ରୀ କରିଥିଲା । ସେତେବେଳେ ସୁଶୀଲଙ୍କୁ ବିଜେପି, କେନ୍ଦ୍ରକୁ ନେଇ ବଡ ପଦବୀ ଦେବାକୁ ଯୋଜନା କରିଥିବା ଚର୍ଚ୍ଚା ଧରିଥିଲା । ଯାହା ଏବେ ସତରେ ପରିଣତ ହେବାକୁ ଯାଉଛି ।

ରାମବିଳାସଙ୍କ ରାଜ୍ୟସଭା ଆସନରେ ତାଙ୍କୁ ଦଳ ଚୟନ କରିଛି । ଯାହା ବିହାର ରାଜନୀତିରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଛି । ତେବେ ଏହି ଆସନରେ ଏନଡିଏର ସହଯୋଗୀ ଥିବା ଏଲଜେପି ଭାଗରେ ପଡିଥିବାରୁ ଏଥିରୁ ବିଜେପି କାହାକୁ ପ୍ରାର୍ଥୀ କରିବ ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଥିଲା । କାରଣ ବିଧାନସଭା ନିର୍ବାଚନରେ ଏଲଜେପି ରାଜ୍ୟରେ ଏନଡିଏରୁ ଅଲଗା ହୋଇ ନିର୍ବାଚନ ଲଢିଥିଲା ।

ଏହି ସମୟରେ ରାମବିଳାସଙ୍କ ଦେହାନ୍ତ ହୋଇଯାଇଥିଲା । ତେବେ ଏଲଜେପିରୁ ଏନଡିଏରେ ଏକମାତ୍ର ମନ୍ତ୍ରୀ ଥିବା ରାମବିଳାସଙ୍କ ସ୍ଥାନରେ ବିଜେପି ପୁଣି ଥରେ ଏଲଜେପିରୁ କାହାକୁ ରାଜ୍ୟସଭାକୁ ପଠାଇବ ନା ବିଜେପି ନିଜ ଦଳରୁ କାହାକୁ ପଠାଇବ ତାକୁ ନେଇ କଳ୍ପନା ଲାଗି ରହିଥିଲା । ଯାହାର ଆଜି ଅନ୍ତ ଘଟିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.